କଟକ: ନିଆଳି ପରିବା ହାଟରେ ଅଗ୍ନିକାଣ୍ଡ। ଜଳିଗଲା ୬୦ରୁ ଊର୍ଦ୍ଧ୍ବ ଚାଳ ଛପର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ବିଳମ୍ବିତ ରାତିରେ ହୋଇଥିଲା ଅଗ୍ନିକାଣ୍ଡ ।
ଅଗ୍ନିକାଣ୍ଡ ଯୋଗୁଁ ଗୁରୁବାର ବସିବାକୁ ଥିବା ହାଟ ବନ୍ଦ ହୋଇଯାଇଛି । ପ୍ରତ୍ୟେକ ଦିନ ଶତାଧିକ ବ୍ୟବସାୟୀ ଏହିଠାରେ ତାଙ୍କର ବେପାର ବଣିଜ କରିଥାଆନ୍ତି । ତେବେ କିଛି ଦୁର୍ବୃତ୍ତ ଜାଣିଶୁଣି ଏଠାରେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । କିଛି ଦିନ ପୂର୍ବେ ଏହି ହାଟରୁ ଅସାମାଜିକ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଯେଉଁ କାରଣରୁ ସେମାନେ ଏଭଳି କାଣ୍ଡ ଘଟଣାଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଛି ପୋଲିସ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ