ETV Bharat / state

BSNL କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ମୂଲ୍ୟର ଯନ୍ତ୍ରାଂଶ - ନିଆଁଳି ବିଏସଏନଏଲ କାର୍ଯ୍ୟାଳୟରେ ନିଆଁ

ବିଏସଏନଏଲ କାର୍ଯ୍ୟାଳୟରେ ନିଆଁ । ଜଳିଗଲା ଆସବାବପତ୍ର । ନିଆଁର ଆରେ ପାଉଁଶ ହୋଇଗଲା ନିଆଳି ବ୍ଲକ ଜଲ୍ଲାରପୁରସ୍ଥିତ ବିଏସଏନଏଲ କାର୍ଯ୍ୟାଳୟ । ଅଧିକ ପଢ଼ନ୍ତୁ

ବିଏସଏନଏଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜେନେରେଟର ଓ ଯନ୍ତ୍ରାଂଶ ପୋଡ଼ି ପାଉଁଶ

author img

By

Published : Sep 23, 2022, 10:18 AM IST

ନିଆଳି: ବିଏସଏନଏଲ କାର୍ଯ୍ୟାଳୟରେ ନିଆଁ । ଜଳିଗଲା ଆସବାବପତ୍ର । ନିଆଁର ଆଁରେ ପାଉଁଶ ହୋଇଗଲା ନିଆଳି ବ୍ଲକ ଜଲ୍ଲାରପୁରସ୍ଥିତ ବିଏସଏନଏଲ କାର୍ଯ୍ୟାଳୟ । କଟକ ଜିଲ୍ଲା ନିଆଳି ବ୍ଲକ ଜଲ୍ଲାରପୁରସ୍ଥିତ ବିଏସଏନଏଲ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜେନେରେଟର ଓ ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଛି । ଗୁରୁବାର ମଧ୍ୟାହ୍ନରେ ଘଟିଛି ଏଭଳି ଅଘଟଣ । ତେବେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କର୍ମଚାରୀ କହୁଥିବା ବେଳେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

ବିଏସଏନଏଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜେନେରେଟର ଓ ଯନ୍ତ୍ରାଂଶ ପୋଡ଼ି ପାଉଁଶ

ସେପଟେ କାର୍ଯ୍ୟାଳୟରେ ନିଆଁ ଲାଗିଥିବାରୁ ଅନେକ କାମ ମଧ୍ୟ ବନ୍ଦ ହୋଇଯାଇଛି । ଗତ କିଛିଦିନ ଧରି ଏହି BSNL କାର୍ଯ୍ୟାଳୟରେ ନାନା ଅଘଟଣ ଲାଗି ରହିଛି । ଗତ ଦୁଇ ମାସ ପୂର୍ବରୁ 48ଟି ବ୍ୟାଟେରୀ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ବେଳେ ଗୁରୁବାର ଅଗ୍ନିକାଣ୍ଡରେ BSNL କର୍ମଚାରୀଙ୍କ କାର୍ଯ୍ୟରେ ସନ୍ଦେହ ସୃଷ୍ଟି କରିଛି ।

ଅନ୍ୟପକ୍ଷରେ ଆବଶ୍ୟକ କର୍ମଚାରୀ ପଦବୀ ଖାଲି ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟି ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା କ୍ଷତି ହେଉଥିବା ଅଭିଯୋଗ ହେଉଛି । ସୂଚନାନୁସାରେ ନିଆଳି ବ୍ଲକର ଜଲ୍ଲାରପୁରସ୍ଥିତ ବିଏସଏନଏଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଏବଂ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବିଭିନ୍ନ ସମୟରେ ବିଭିନ୍ନ ଅସୁବିଧା ହେଉଛି ।

ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଏଥିପ୍ରତି ବିଏସଏନଏଲ କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି । ଫଳରେ କଟକ ଜିଲ୍ଲା ନିଆଳି ଓ କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ଘରୋଇ ଟେଲିକମ ପ୍ରାର୍ଦୁଭାବ ବୃଦ୍ଧି ପାଉଛି । ନିଆଳି ବ୍ଲକର ଅଞ୍ଚଳବାସୀ କେବେ ସୁବିଧାରେ ବିଏସଏନଏଲ ସେବା ପାଇବେ ତାହାକୁ ଅପେକ୍ଷା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.