ETV Bharat / state

ସବରେଜିଷ୍ଟ୍ରେର ନିକଟସ୍ଥ ଅବକାରୀ ମାଲଖାନା ପୋଡି ପାଉଁଶ , ରିପୋର୍ଟ ମାଗିଲେ ଜିଲ୍ଲାପାଳ

କଟକ ସବରେଜିଷ୍ଟ୍ରେସର କାର୍ଯ୍ୟଳୟରେ ଅଗ୍ନିକାଣ୍ଡ ଘଟଣା। ଅବକାରୀ ବିଭାଗ ନିରୀକ୍ଷକଙ୍କୁ ଏନେଇ ଏକ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ

fire breaks out at sub registrar office
fire breaks out at sub registrar office
author img

By

Published : Jan 31, 2023, 10:44 PM IST

fire breaks out at sub registrar office

କଟକ: କଟକ ସବରେଜିଷ୍ଟ୍ରେସର କାର୍ଯ୍ୟଳୟରେ ଅଗ୍ନିକାଣ୍ଡ ଘଟଣା। ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ କଟକ ଜିଲ୍ଲାପାଳ। ଏହି ଅଗ୍ନିକାଣ୍ଡରେ ଅବକାରୀ ବିଭାଗ ର ଷ୍ଟୋର ରୁମ ରେ ଘଟିଥିଲା ଏହି ଭୟାବହ ଅଗ୍ନିକାଣ୍ଡ। ବର୍ଷ ତମାମ ର ଜବତ ସାମଗ୍ରୀ ଷ୍ଟୋର ରୁମରେ ରଖିଥିବା ମଦ ଡ୍ରମ୍, ହାଣ୍ଡି, ଡେକଚି, ଏକ ସାଇକେଲ ଏବଂ ଅନ୍ଯାନ୍ଯ ଜବତ ସାମଗ୍ରୀ ସବୁ ପୋଡି ହୋଇ ନଷ୍ଟ ହୋଇଥିବା ଜଣାପଡିଛି।

ଏକାଧିକ ଦୁଇ ଚକିଆ ଯାନ ପୋଡ଼ି ପାଉଁଶ ହୋଇଥିବା ବେଳେ ଅଗ୍ନିକାଣ୍ଡ ଏସ ବି ଆଇ ବିଲ୍ଡିଂଗକୁ ଏବଂ ନିବନ୍ଧନ କାର୍ଯ୍ୟାଳୟକୁ ବ୍ୟାପିବା ପୂର୍ବରୁ ଏହାକୁ ଆୟତ୍ତ କରାଯାଇଥିଲା। ହୋଟେଲରେ ନିଆଁ ଲାଗିବା ପରେ ଏହା ଅବକାରୀ ବିଭାଗ ମାଲଖାନାରେ ଥିବା ମଦ ସଂସ୍ପର୍ଶରେ ଆସି ଆହୁରି ବ୍ୟାପକ ରୂପ ନେଇଥିଲା। ଦେଶୀ ମଦ ତଥା ମଦ ତିଆରିରେ ବ୍ୟବହୃତ କଞ୍ଚାମାଲ ରହିଥିବା ଡ୍ରମ ଫାଟିବା ଫଳରେ ତରଳ ପଦାର୍ଥ ବୋହି ନିକଟସ୍ଥ ନାଳରେ ପ୍ରବାହିତ ହୋଇଥିଲା । ଏହା ଫଳରେ ପାଣି ପରି ଡ୍ରେନ ଭିତରେ ନିଆଁ ଆଗକୁ ବଢ଼ିବାରେ ଲାଗିଥିଲା।

ତେବେ ଏନେଇ ଅଗ୍ନିଶମବାହିନୀ ସହିତ ସହଯୋଗର ହାତ ବଢାଇଥିଲେ ସ୍ଥାନୀୟ ବାସିନ୍ଦା। ନାଳ ଦେଇ ଏହି ନିଆଁ ନିକଟସ୍ଥ ଗଣେଶଘାଟ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିବା ପୂର୍ବରୁ ଅନେକ ପରିଶ୍ରମ ପରେ ବିଭିନ୍ନ ସ୍ଥାନରେ ବାଲି ଭର୍ତ୍ତି କରି ନାଳର ନିଆଁକୁ ଅଟକାଇବାରେ ସକ୍ଷମ ହୋଇଥିଲେ ଜନସାଧାରଣ ଓ ଅଗ୍ନିଶମ ଯବାନ। କେବଳ ପେଟ୍ରୋଲ ପମ୍ପ ନୁହେଁ, ନିବନ୍ଧନ କାର୍ଯ୍ୟାଳୟର ରେକର୍ଡ ରୁମ, ଏସ ବି ଆଇ ମୁଖ୍ୟ ଶାଖାର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଅଳ୍ପକେ ରକ୍ଷା ପାଇଯାଇଛି । ଅବକାରୀ ମାଲଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବା ଏବଂ ଜବତ ମଦକୁ ଅନେକ ସମୟରେ ସୁରକ୍ଷିତ ସ୍ଥାନରେ ନଷ୍ଟ ନ କରି ନାଳରେ ଢାଳି ଦିଆଯାଉଥିବା ଜନସାଧାରଣ ଅଭିଯୋଗ ଆଣିଛନ୍ତି ।

ତେବେ ପାଖାପାଖି ଶହେ ମିଟର ପର୍ଯ୍ୟନ୍ତ ଡ୍ରେନ ଭିତରେ ନିଆଁ ମାଡି ଯାଇଥିବାର ଦେଖି ଭୟଭୀତ ହୋଇ ପଡ଼ିଥିଲେ ପଥଚାରୀ। ନିଆଁ ଏତେ ଭୟଙ୍କର ଥିଲା ଯେ, ଡ୍ରେନ ଉପରେ ପକା ଯାଇଥିବା ସ୍ଲାବ ଗୁଡିକ ମଧ୍ୟ ତାତି ଯାଇଥିଲା। ଅବକାରୀ ମାଲଖାନାଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବା ବେଳେ, ଗରମ ହୋଇ ଫାଟି ଯାଇଥିଲା ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟର କାନ୍ଥ। ତେବେ ଏନେଇ ଘଟଣାସ୍ଥଳ ବୁଲି ତମାମ ଦିଗ ଉପରେ ସମୀକ୍ଷା କରି ତଦନ୍ତ ରିପୋର୍ଟ ମାଗିଛନ୍ତି କଟକ ଜିଲ୍ଲାପାଳ। ଅବକାରୀ ବିଭାଗ ନିରୀକ୍ଷକଙ୍କୁ ଏ ନେଇ ଏକ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏ ଡି ଏମ୍ ଙ୍କୁ ମଧ୍ୟ ଘଟଣାର ଅନୁଧ୍ୟାନ ପାଇଁ ନିର୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ।

ଅନ୍ୟପଟେ ଏନେଇ ଅବକାରୀ ଅଧିକ୍ଷକ କହିଛନ୍ତି, ମାଲଖାନାଟି ବହୁତ ପୁରୁଣା। ମଦ ତଥା ମଦ ତିଆରି ପାଇଁ ଉଦିଷ୍ଟ କଞ୍ଚାମାଲ ଜବତ ହୋଇ ରଖାଯାଇଥିଲା । ନିକଟସ୍ଥ ହୋଟେଲ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଛି। କେଉଁ ପରିସ୍ଥିତିରେ ନିଆଁ ଲାଗିଲା ଆମେ ଅନୁଧ୍ୟାନ କରୁଛୁ। ଜବତ ସାମଗ୍ରୀ ଗୁଡିକ କୋର୍ଟରେ ବିଚାରଧୀନ ଥିବା ମାମଲା ଗୁଡିକର ଫଇସଲା ହେବା ପରେ ହିଁ, କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ନଷ୍ଟ କରାଯାଇଥାଏ। ମାଲଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲା। କିନ୍ତୁ ଫାୟାର ସେଫଟିର ଆବଶ୍ୟକତା ରହିଛି। ଆଗକୁ ଧ୍ୟାନ ଦେବୁ ବୋଲି କହିଛନ୍ତି ।

ତେବେ ଆଜି ଏକ ବଡ଼ ଧରଣର ବିପତ୍ତିରୁ ବର୍ତିଲେ ଏକାଧିକ ସରକାରୀ କାର୍ଯ୍ୟାଳୟ ତଥା ଶତାଧିକ ଜନସାଧାରଣ। ଆଜି ସକାଳ ସମୟରେ ହାଇକୋର୍ଟ ନିକଟସ୍ଥ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା କାର୍ଯ୍ୟାଳୟର ଠିକ ପଛ ପଟକୁ ଥିବା ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ଓ ଅବକାରୀ ମାଲଖାନା ପରିସରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅବକାରୀ ଷ୍ଟୋର ରୁମ ସାମ୍ନାରେ ଥିବା ଏକ ହୋଟେଲର ଗ୍ୟାସ ସିଲିଣ୍ଡର ଫାଟି ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣାରେ ଦୁଇ ଜଣ ହୋଟେଲ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୩ଟି ଫାୟାର ଟିମ୍ ନିୟୋଜିତ ହୋଇଥିବା ବେଳେ ପାଣି ଏବଂ ଫୋମ୍ ବ୍ୟବହାର କରି ନିଆଁକୁ ନିୟନ୍ତ୍ରଣ କୁ ନେଇଥିଲେ ଅଗ୍ନିଶମ ବାହିନୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.