ETV Bharat / state

ମୁଁହରେ ନାହିଁ ମାସ୍କ, ସାମଜିକ ଦୂରତ୍ବକୁ ଫୁ; ଅମାନିଆ

କଟକର ବିଭିନ୍ନ ଚେକିଂ ଓ ବ୍ଳକିଙ୍ଗ ସ୍ଥାନରେ ଶତାଧିକ ଗାଡି ଚାଳକ ଗଣିଛନ୍ତି ତଣ୍ଡ । ସାମଜିକ ଦୂରତ୍ବକୁ ନମାନିବା ଏବଂ ମାସ୍କ ନପିନ୍ଧି ବଜାରକୁ ଆସିବା ଯୋଗୁଁ 302 ଜଣ ଗଣିଛନ୍ତି ତଣ୍ଡ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମୁଁହରେ ନାହିଁ ମାସ୍କ, ସାମଜିକ ଦୂରତ୍ବକୁ ଫୁ; ପୋଲିସ ଗଣୁଛି ତଣ୍ଡ

author img

By

Published : May 30, 2020, 1:08 AM IST

କଟକ: ରାସ୍ତା ଉପରେ ଅମାନିଆଙ୍କ ରାଜ । ଫାଇନ ଗଣି ଗଣି ପୋଲିସ ବେଦମ । ହେଲେ ଅମାନିଆ ବାବୁମାନେ ଯିଦରେ ଅଟଳ । ଫାଇନ ଦେବୁ ପଛେ ରାସ୍ତାରେ କାଟିବୁ ଚକର । ତେବେ ଶୁକ୍ରବାର କଟକର ବିଭିନ୍ନ ଚେକିଂ ଓ ବ୍ଳକିଙ୍ଗ ସ୍ଥାନରେ ଶତାଧିକ ଗାଡି ଚାଳକ ଗଣିଛନ୍ତି ତଣ୍ଡ ।

ଗୋଟେପଟେ ସାମଜିକ ଦୂରତ୍ବକୁ ଆଖିଠାର ତ ଅନ୍ୟପଟେ ମାସ୍କ ନପିନ୍ଧି ବଜାରକୁ ଆସିବା । ତେବେ ଶୁକ୍ରବାର ମୋଟ 302 ଜଣ ମାସ୍କ ନପିନ୍ଧି ଗଣିଛନ୍ତି ତଣ୍ଡ । ସେହିପରି ସାମଜିକ ଦୂରତ୍ବ କଟକଣାକୁ ଉଲଙ୍ଘନ କରି 250 ଜଣ ଗଣିଛନ୍ତି ମୋଟା ଅଙ୍କର ଫାଇନ । ତେବେ ଲକଡାଉନର ସମାନ୍ୟ କୋହଳ ପରେ ବି ସମାନ ଦୃଶ୍ୟ ନଜର ଆସୁଛି । ଯାହାର ଫାଇଦା ନେଉଛନ୍ତି ଅଭ୍ୟାସଗତ ଅମାନିଆ । ଦିନରେ କୋହଳ ପରେ ଯେଉଁ ଚିତ୍ର ରାତିରେ ହେଉଥିବା କର୍ଫ୍ୟୁକୁ ମଧ୍ୟ ଆଖିଠାର ମାରିବା ଆରମ୍ଭ କରିଦେଲେଣି ଅଭ୍ୟାସଗତ ଅମାନିଆ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.