କଟକ: ତଦନ୍ତରେ ଅନିୟମିତତା ଅଭିଯୋଗ ମାମାଲାରେ ଭୁବନେଶ୍ବର ଇନ୍ଫୋସିଟି ଥାନା ଅଧିକାରିଣୀଙ୍କ ବିରୁଦ୍ଧରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ଏକ ବର୍ଷ ପର୍ଯ୍ୟନ୍ତ ଥାନା ଅଧିକାରିଣୀଙ୍କୁ ଫିଲ୍ଡ୍ ପୋଷ୍ଟିଂ ମନା । ଏକ ବର୍ଷ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଟ୍ରେନିଂ ନେବେ ସମ୍ପୃକ୍ତ ଥାନାଧିକାରିଣୀ ।
ତଦନ୍ତ ଅନିୟମିତତା ମାମଲାରେ ଇନ୍ଫୋସିଟି ଥାନା ଅଧିକାରିଣୀ ସମିତା ମିଶ୍ରଙ୍କୁ ହାଇକୋର୍ଟ କଡ଼ା ଭର୍ତ୍ସନା କରିଥିଲେ । ଏହାପରେ ତାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ପୋଲିସ ଏକାଡେମୀରେ ଟ୍ରେନିଂ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହକି ଖେଳାଳି ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାରେ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ନାଁକୁ ଅଭିଯୋଗ ଫର୍ଦ୍ଦରୁ ବାଦ୍ ଦେଇଥିଲେ ଥାନାଧିକାରୀ । ଏନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ଆବେଦନକାରୀ । ତେବେ ମାମଲାର ବିଚାର କରି ଜଷ୍ଟିସ ଡକ୍ଟର ସଞ୍ଜୀବ ପାଣିଗ୍ରାହୀଙ୍କ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ତେବେ ୩ ମାସ ସମୟ ଅବଧି ମଧ୍ୟରେ ଭୁବନେଶ୍ବର ଡିସିପି ନିଜେ ଘଟଣାର ତଦନ୍ତ କରିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।
ଏହା ବି ପଢ଼ନ୍ତୁ ଆନନ୍ଦ ଟପୋଙ୍କୁ ଗ୍ରୁପ କରି କରାଯାଇଛି ହତ୍ୟା ! କମିଶନର ଡିଲ କରିଛନ୍ତି, IIC ଶୁଣୁନାହାନ୍ତି
ଯେଉଁ ଘରେ ଆନନ୍ଦଙ୍କ ମୃତ୍ୟ ହୋଇଥିଲା । ସେହି ଘର ଆନନ୍ଦ ଭଡାରେ ନେଇଥିଲେ । ପରେ ୨୦୨୧ ଜୁଲାଇରୁ ବିରେନ୍ଦ୍ର ସେଠାରେ ରହୁଥିଲେ । ବିରେନ୍ଦ୍ର ବିବାହ କରିବି ସେଠାରେ ରହି ଆସୁଥିଲେ । ଚଳିତ ବର୍ଷ ଫେବ୍ରୁଆରୀ ମାସ ୧୬ ତାରିଖରେ ଆନନ୍ଦଙ୍କ ବିବାହ କରିଥିଲେ । ଆନନ୍ଦ ବିରେନ୍ଦ୍ର ରହୁଥିବା ଘରେ ଫେବୃଆରୀ ୨୮ରେ ଯାଇଥିଲେ । ସେହି ଦିନ ଆନନ୍ଦଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା । ଇନଫୋସିଟି ଥାନାରେ କେସ ଦେଇଥିଲେ ମଧ୍ୟ ପୋଲିସ କମିଶନର ଏନେଇ ଡିଲ୍ କରିଥିବା ଅଭିଯୋଗ କରିଥିଲେ ଆନନ୍ଦଙ୍କ ପରିବାର ଲୋକେ । ଏହାସହ ଥାନା ଅଧିକାରୀ ଏନେଇ ଅଭିଯୋଗ ରଖି ନ ଥିବା ଅଭିଯୋଗ କରଥିଲେ ଆନନ୍ଦଙ୍କ ପରିବାର ଲୋକେ ।
ତେବେ ଏହି ଏତଲାରେ ଇନ୍ଫୋସିଟି ଥାନା ଅଧିକାରିଣୀ ଅବହେଳା କରିଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ଆଜି ରାୟ ଶୁଣାଇଛନ୍ତି ହାଇକୋର୍ଟ ।