କଟକ: ବାଇଗଣ ତୋଳାକୁ ନେଇ ଗୁଳିକାଣ୍ଡ । ବାପାର ଗୁଳି ମାଡ଼ରେ ଯାଇଛି ପୁଅର ଜୀବନ । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ବାରଙ୍ଗ ବ୍ଲକ ବେଣ୍ଟୁଆ ଗାଁରେ ଘଟିଛି । ପୁଅକୁ ଗୁଳି କରି ବାପା ଫେରାର ହୋଇଯାଇଥିବା ବେଳେ ବାରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ସାମାନ୍ୟ ବାଇଗଣ ନେଲା ପୁଅର ଜୀବନ । ଆଉ ସବୁଠୁ ବଡ କଥା ହେଉଛି ବାପା ନିଜ ଜନ୍ମକଲା ପୁଅର ଜୀବନ ନେବାକୁ ମଧ୍ୟ ପଛାଇ ନାହିଁ । ବାପା ଶେଷରେ ପୁଅ ପାଇଁ ଯମ ସାଜିଛି । ବାଇଗଣ ତୋଳାକୁ ନେଇ ବାପା ଯଦୁମଣି ମୁଣ୍ଡା ନିଜ ପୁଅ ଶିବ ମୁଣ୍ଡାକୁ ହତ୍ୟା କରିଛି । ବାପା ଯଦୁମଣି ଏକ ଦେଶୀ ବନ୍ଧୁକରେ ଗୁଳି କରି ଏହି ହତ୍ୟାକାଣ୍ଡ ଘଟାଇଛି ।
ସୂଚନାନୁସାରେ ବାପା ପୁଅଙ୍କ ମଧ୍ୟରେ ଆଜି ବାଇଗଣ ତୋଳାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏଥିରେ ବାପା ଉତକ୍ଷିପ୍ତ ହୋଇ ପୁଅ ଉପରେ ଗୁଳି ଚଳାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ପୁଅର ମୃତ୍ୟୁ ହୋଇଯାଇଥିଲା । ପୁଅକୁ ଗୁଳି କରି ବାପା ଫେରାର ହୋଇଯାଇଥିବା ବେଳେ ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ