ETV Bharat / state

ଲଗାଣ ବର୍ଷାକୁ ନେଇ ଚିନ୍ତାରେ ଚାଷୀକୂଳ, ଚିଲିକାର ଭ୍ରମ ସୃଷ୍ଟି କରୁଛି ଚାଷଜମି

author img

By

Published : Aug 3, 2023, 4:08 PM IST

Updated : Aug 3, 2023, 6:14 PM IST

ଲଗାଣ ବର୍ଷା ଫଳରେ ଚାଷଜମି ଜଳାର୍ଣ୍ଣବ । ଚିନ୍ତାରେ ଚାଷୀ କୂଳ। ତୁରନ୍ତ କେନାଲ ସଫା କରିବାକୁ ଦାବି । ଅଧିକ ପଢନ୍ତୁ

ଲଗାଣ ବର୍ଷା ଫଳରେ ଚାଷଜମି ଜଳାର୍ଣ୍ଣବ
ଲଗାଣ ବର୍ଷା ଫଳରେ ଚାଷଜମି ଜଳାର୍ଣ୍ଣବ
ଲଗାଣ ବର୍ଷା ଫଳରେ ଚାଷଜମି ଜଳାର୍ଣ୍ଣବ

ନିଆଳି: କେଉଁଠି ନିଅଣ୍ଟିଆ ବର୍ଷା ତ କେଉଁଠି ବନ୍ୟା ବିତ୍ପତି । ଶ୍ରାବଣ ସରିଥିବା ବେଳେ ବର୍ଷାର ଦେଖା ଦର୍ଶନ ନଥିଲା । ହେଲେ ଏବେ ରାଜ୍ୟରେ ବନ୍ୟାସ୍ଥିତି ଦେଖିବାକୁ ମିଳିଛି । ଏହି ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ନିଅଣ୍ଟିଆ ବର୍ଷା ପାଇଁ ଚାଷୀ ଚିନ୍ତାରେ ଥିବାବେଳେ ଏବେ ଲଗାଣ ବର୍ଷା ଚିନ୍ତାକୁ ଦୁଇଗୁଣ କରିଛି । ଏବେ ସୁଦ୍ଧା ୫୦ ପ୍ରତିଶତ ଧାନ ଚାଷ ଶେଷ ହୋଇନାହିଁ । କିଛି କିଛି ଅଞ୍ଚଳରେ ଚାଷୀ ନିଜ ଉଦ୍ୟମରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲା । ଧାନ ରୁଆ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ଗତ ସୋମବାରଠାରୁ ଲଗାଣ ବର୍ଷା ଯୋଗୁଁ ଖାଲୁଆ ଅଞ୍ଚଳରେ ବୁଡ଼ି ରହିଛି ଧାନଜମି । ବର୍ଷା ଜଳ ନିଷ୍କାସନ ନହେବାରୁ ରୁଆ ଧାନ ପଚି ଯିବାର ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ପରିମଳ ବିଭାଗ ଏବଂ ଜଳସେଚନ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲ ପାଲଟିଛି ମାଇନର କେନାଲ।

ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ଉପକଣ୍ଠ ଗତ ସୋମବାରଠାରୁ ୧୨୩ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଫଳରେ ରୁଆ ହୋଇଥିବା ଧାନ ତଳି ବୁଡି ରହିଥିବା କାରଣରୁ ପଚି ଯିବା ଆଶଙ୍କା ସୃଷ୍ଟି ହୋଇଛି । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଖରିଫ ଧାନ ଚାଷ ବହୁତ ବିଳମ୍ବ ହୋଇଛି ।‌ ଫଳରେ ବହୁ ଚାଷୀ ନିଜ ଉଦ୍ୟମରେ ମଟର ସାହାଯ୍ୟରେ ଧାନ ଚାଷ ଆରମ୍ଭ କରି ଦେଇଥିଲେ। ବାଲିପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଏବେ ସୁଦ୍ଧା ୫୦% ଧାନ ରୁଆ ଶେଷ ହୋଇନାହିଁ । ଖାଲୁଆ ବା ତଳିଆ ଅଞ୍ଚଳରେ ଚାଷୀମାନେ ଧାନ ଚାଷ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ।

ଚାଷୀ ଅଭିଯୋଗ କରିଛନ୍ତି ଯେ, ସଦ୍ଯ ରୁଆ ହୋଇଥିବା ଧାନ ତଳି ବିଲରେ ବର୍ଷା ପାଣିରେ ବୁଡ଼ି ରହିଛି ।‌ ତୁରନ୍ତ ଏହି ବର୍ଷା ପାଣି ନିଷ୍କାସନ ନହେଲେ ଧାନ ତଳି ପଚିଯିବା ସମ୍ଭାବନା ରହିଛି ।‌ ବାଲିପାଟଣା ଜଳସେଚନ ଉପଖଣ୍ଡ ଅନ୍ତର୍ଗତ ତୁରିନ୍ତିରା, ରାଜସ୍ବ , କୁରୁଞ୍ଜିପୁର, ପମ୍ପାଲୋ ଓ ଅଠାନ୍ତର ପଞ୍ଚାୟତ ଓ ଆଖପାଖ ମୌଜା ବର୍ଷା ପାଣିରେ ବୁଡି ରହିଛି ।‌ କେନାଲ ସଫା କର୍ଯ୍ୟରେ ଅବହେଳା କାରଣରୁ ଏପରି ଘଟିଥିବା ଅଭିଯୋଗ କରିଛନ୍ତି ଚାଷୀ । ଏ ସମ୍ପର୍କରେ ବାଲିପାଟଣା ଜଳସେଚନ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ନିର୍ବାହୀ ଯନ୍ତ୍ରୀଙ୍କ କହିବା କଥା ସଫେଇ କାର୍ଯ୍ୟ ଜାରି ରହିଛି । ତୁରନ୍ତ ଚାଷୀଙ୍କ ସମସ୍ୟା ସମଧାନ ଦିଗରେ ପଦକ୍ଷପ ନିଆଯିବ ।

ଇଟିଭି ଭାରତ, ନିଆଳି

Last Updated : Aug 3, 2023, 6:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.