ETV Bharat / state

'ଫନି'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା: ସକ୍ରିୟ ରହଛି କଣ୍ଟ୍ରୋଲ ରୁମ

'ଫନି'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । କଟକରେ ବାତ୍ୟା ପ୍ରଭାବିତଙ୍କୁ ସହାୟତା ପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ସକ୍ରିୟ ରହିଛି ।

author img

By

Published : May 3, 2019, 11:41 AM IST

Updated : May 3, 2019, 12:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: 'ଫନି'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ରାଜ୍ୟ ସାରା ପ୍ରବଳରୁ ଅତି ପ୍ରବଳରେ ବର୍ଷା ସହ ପବନ ବହୁଛି । 'ଫନି' ଏବେ ସିଲଭର ସିଟିରେ ଭୟଙ୍କର ରୂପ ଧାରଣ କଲାଣି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ସକ୍ରିୟ ରହିଛି । ଜନସାଧାରଣଙ୍କୁ ବାତ୍ୟା ସମ୍ପର୍କିତ ସମସ୍ତ ତଥ୍ୟ, ସତର୍କ ସୂଚନା ସହ ସହାୟତା ଯୋଗାଇବାରେ ତତ୍ପର ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଵର୍ତ୍ତମାନ ସୁଦ୍ଧା ଅନେକ ଅଭିଯୋଗ ଜିଲ୍ଲାପାଳଙ୍କ କଣ୍ଟ୍ରୋଲରେ ପହଞ୍ଚି ସାରିଛି । ପ୍ରତି ମୁହୂର୍ତ୍ତରେ ଲୋକଙ୍କ ସମସ୍ୟା ଶୁଣି ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଉଛି ପ୍ରଶାସନ । ଯେପରି ଆଶ୍ରିତମାନଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପିଇବା ପାଣି,ପରିମଳ ଓ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା କରିବା । ଏହାସହ ରିଲିଫ୍‌ ପହଞ୍ଚାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରିଲିଫ୍ ସାମଗ୍ରୀ ଗାଡିରେ ଭର୍ତ୍ତି କରି ବାତ୍ୟା ବିପନ୍ନ ଓ ଆଶ୍ରୟସ୍ଥଳୀକୁ ପଠାଯାଉଛି ।

ସାମୁଦ୍ରିକ ଝଡ଼ 'ଫନି' ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡ଼ିକରେ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ଗୁଡ଼ିକ ଖୋଲଯାଇଛି। ଏହି କଣ୍ଟ୍ରୋଲ ରୁମ୍‌ ଗୁଡ଼ିକର ମାଧ୍ୟମରେ ସାଧାରଣ ଜନତା ବାତ୍ୟା ସଂପର୍କିତ ସମସ୍ତ ତଥ୍ୟ ପାଇ ପାରିବେ। ଫନି ମୁକାବିଲା ପାଇଁ କଟକ ଜିଲ୍ଲାରେ ସମସ୍ତ ବ୍ଲକ ଓ ତହସିଲରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସମ୍ଭାବ୍ୟ ବାତ୍ୟା ‘ଫନି’ ମୁକାବିଲା ପାଇଁ ଆସନ୍ତା ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୧୪ଟି ବ୍ଲକ ଓ ୧୫ ତହସିଲରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯିବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

sdsd

Conclusion:
Last Updated : May 3, 2019, 12:24 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.