ETV Bharat / state

କଟକ SCBର ପୁନର୍ବିନ୍ୟାସ, ଭାଙ୍ଗିଲା ଦରଘା ଓ ଦୋକାନ ଘର

author img

By

Published : Feb 20, 2020, 3:40 AM IST

ବୁଧବାର ପୂର୍ବ ନିର୍ଦ୍ଧାରିତ ଉଚ୍ଛେଦ ପ୍ରକ୍ରିୟା ଅନୁଯାୟୀ କଟକ ଯୋବ୍ରାସ୍ଥିତ ଦରଘା ସରିଫକୁ ଭାଙ୍ଗିବାକୁ ଯାଇଥିଲା ଜିଲ୍ଲା ପ୍ରଶାସନ ।

scb extension
SCBର ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା

କଟକ: ଏସସିବିର ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।ଯେଉଁଥିରେ ଯୋବ୍ରା ଅଞ୍ଚଳରେ ଥିବା ଦରଘାର ମିନାର ଓ ଦୋକାନ ଘରକୁ ଉଚ୍ଛେଦ କରାଯାଇଛି । ବୁଧବାର ପୂର୍ବ ନିର୍ଦ୍ଧାରିତ ଉଚ୍ଛେଦ ପ୍ରକ୍ରିୟା ଅନୁଯାୟୀ କଟକ ଯୋବ୍ରା ସ୍ଥିତ ଦରଘା ସରିଫକୁ ଭାଙ୍ଗିବାକୁ ଯାଇଥିଲା ଜିଲ୍ଲା ପ୍ରଶାସନ ।

SCBର ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା

ତେବେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ପ୍ରଥମେ ବିରୋଧ କରିଥିଲେ ଦରଘା ପରିଚାଳନା କମିଟିର ସଦସ୍ୟମାନେ । ପରିଚାଳନା କମିଟି କ୍ଷତିପୂରଣ ଅର୍ଥକୁ ବଢ଼ାଇବା ପାଇଁ ଜିଦ ଧରି ବସିଥିଲେ । ଶେଷରେ ବୁଝାସୁଝା ପରେ ଦରଘା ପରିସରରେଥିବା ଦୋକାନ ଘର ଓ ସୁଇଚ ଦରଘାର ମିନାରକୁ ଭଙ୍ଗା ଯାଇଥିଲା । ତେବେ ପରୀକ୍ଷାପରେ ଯୋବ୍ରା ଅଞ୍ଚଳରେ ଥିବା ବସ୍ତିଗୁଡିକ ଭଙ୍ଗାଯିବ ବୋଲି କଟକ ଉପଜିଲ୍ଲାପାଳ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.