ETV Bharat / state

BSKYରେ ଅନିୟମିତତା: ଘରୋଇ ହସ୍ପିଟାଲରେ ଚାଲିଲା ବୁଲଡୋଜର, ଜବରଦଖଲ ଉଚ୍ଛେଦ କଲା CMC

author img

By

Published : Jan 17, 2023, 5:49 PM IST

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ହରିଲୁଟ ପରେ କଟକ ଘରୋଇ ସାଉଥ ପଏଣ୍ଟ ହସ୍ପିଟାଲରେ ଚାଲିଲା ବୁଲଡୋଜର । ବେଆଇନ ଜବରଦଖଲକୁ ଉଚ୍ଛେଦ କଲା ସିଏମସି । ଅଧିକ ପଢନ୍ତୁ

Private hospital of Cuttack de empaneled

BSKYରେ ଅନିୟମିତତା

କଟକ: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ (BSKY) ମାଧ୍ୟମରେ ଅନିୟମିତତା ପଡ଼ିଲା ମହଙ୍ଗା । ଘରୋଇ ସାଉଥ ପଏଣ୍ଟ ହସ୍ପିଟାଲରେ ଚାଲିଲା କଟକ ମହାନଗର ନିଗମର ବୁଲଡୋଜର । ବେଆଇନ ଜବରଦଖଲକୁ ଉଚ୍ଛେଦ କଲା ସିଏମସି । ହସ୍ପିଟାଲର ବିଲ୍ଡିଂ ଆପ୍ରୁଭାଲର ବି ଚାଲିଛି ଖୋଲତାଡ଼ । ବେଆଇନ ଭାବେ ପାର୍କିଂ ବି ରହିଥିବା ସୂଚନା । ଠକେଇ ଅଭିଯୋଗରେ ଗତକାଲି GST ମଧ୍ୟ କରିଥିଲା ରେଡ୍‌ ।

ଗତକାଲି କଟକ ସହରର ଏକକାଳୀନ ୩ଟି ସ୍ଥାନରେ ଜିଏସଟି ରେଡ୍ ହୋଇଥିଲା । କଟକ ଖାନନଗର ସାଉଥ ପଏଣ୍ଟ ହସ୍ପିଟାଲ ଓ ହସ୍ପିଟାଲ ମାଲିକଙ୍କ ଘର ଓ ଜାଉଁଳିଆପଟି ମୀରା ଫାର୍ମାସୀରେ ପଡ଼ିଥିଲା ରେଡ୍‌ । BSKY ରିନୁଆଲ ବାହାନାରେ ଟଙ୍କା ଠକି କିଛି ଦିନ ତଳେ ଗିରଫ ହୋଇଛନ୍ତି ହସ୍ପିଟାଲ ମାଲିକ ବିନୟ ସନ୍ତୁକା । ଏହି ଘଟଣାରେ ଅଧିକ ଯାଞ୍ଚ ପାଇଁ ଏହି ରେଡ୍ ହୋଇଥିଲା। ତେବେ ଆଜି ବେଆଇନ ଜବରଦଖଲକୁ ଉଚ୍ଛେଦ କରିଛି କଟକ ମହାନଗର ଇନଫୋର୍ସମେଣ୍ଟ ସ୍କ୍ବାର୍ଡ। ବିଲ୍ଡିଂର ପ୍ଲାନ ଆପ୍ରୁଭାଲ ନେଇ ମଧ୍ୟ ଖୋଳତାଡ଼ କରୁଛି ସିଏମସି ।

ଏହି ଦିଗରେ ନୋଟିସ ମଧ୍ୟ ଜାରି କରଯାଇଛି। ରିପୋର୍ଟ ହସ୍ତଗତ ହେଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଏମସି ଡେପୁଟି କମିଶନର । ପୂର୍ବରୁ BSKY କାର୍ଡ ଦୁର୍ନୀତିରେ ହସ୍ପିଟାଲର ମାଲିକ ବିନୟ ସନ୍ତୁକାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । BSKY କାର୍ଡରେ ଚଞ୍ଚକତା କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିଲା ଏହି ହସ୍ପିଟାଲ । ଯାହାକୁ ନେଇ ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନ ଉଠିଥିଲା । ପରେ ରାଜ୍ୟ ସରକାର ସାଉଥ ପଏଣ୍ଟ ହସ୍ପିଟାଲକୁ BSKY ତାଲିକାରୁ ବାଦ ଦେଇଥିଲେ ।

ଏହା ବି ପଢନ୍ତୁ- ଜାଲିଆତି ପରେ କାର୍ଯ୍ୟାନୁଷ୍ଠାନ, BSKY ତାଲିକାରୁ ବାଦ ପଡିଲା କଟକର ସାଉଥ ପଏଣ୍ଟ ହସ୍ପିଟାଲ

ହସ୍ପିଟାଲକୁ ତତ୍କାଳ ପ୍ରଭାବରୁ ବାଦ ଦିଆଯିବା ସହିତ ଏଠାରେ ମୁତୟନ ହୋଇଥିବା ସ୍ବାସ୍ଥ୍ୟମିତ୍ରଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଚି । ଏହାସହ ଏହି ହସ୍ପିଟାଲରେ ବିଏସକେୱାଇ କାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । BSKY କାର୍ଡ ନବୀକରଣ ନାଁରେ କଟକରେ ଅନେକ ଦିନରୁ ଲକ୍ଷଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇ ଆସୁଥିଲା । ତେବେ ଏହି ଅଭିଯୋଗକୁ ଭିତ୍ତି କରି ବର୍ତ୍ତମାନ ରାଜ୍ୟସରକାରଙ୍କ ପକ୍ଷରୁ କଡ଼ା କର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିସହ ପୁରୁଣା ରୋଗୀଙ୍କୁ ଫୋନ କରି ସ୍ବାସ୍ଥ୍ୟସେବା ସମ୍ପର୍କରେ ବୁଝିବାକୁ ସ୍ଥିର କରିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ ।

ଏହା ବି ପଢନ୍ତୁ- ସୁସ୍ଥ ଲୋକଙ୍କୁ ଅସୁସ୍ଥ କରାଇ BSKY କାର୍ଡରୁ ହରିଲୁଟ, ୫ଜଣଙ୍କୁ ଗିରଫ କଲା ପୋଲିସ

ହସ୍ପିଟାଲର ସ୍ବାସ୍ଥ୍ୟସେବା ଯୋଗାଣ ନେଇ ବିଧିବଦ୍ଧ ଯାଞ୍ଚ କରି ଆଗକୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି । ସୂଚନା ଥାଉ କି ବିଜୁ ସ୍ବାସ୍ଥ୍ୟ କାର୍ଡଧାରୀଙ୍କୁ ୨ହଜାର ଟଙ୍କା ଦେଇ ସାଉଥ ପଏଣ୍ଟ ହସ୍ପିଟାଲ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା । ସୁସ୍ଥ ରୋଗୀଙ୍କୁ ଅସୁସ୍ଥ ଦର୍ଶାଇ ଚାଲିଥିଲା ଏହି ହରିଲୁଟ । ଏନେଇ ଅଭିଯୋଗ ହେବା ପରେ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.