ETV Bharat / state

ସରିଲା ମାଟ୍ରିକ ଖାତା ମୂଲ୍ୟାୟନ, ମେ' ତୃତୀୟ ସପ୍ତାହରେ ରେଜଲ୍ଟ

ମାଟ୍ରିକ ଖାତାଦେଖା ଶେଷ ହୋଇଛି । କେବେ ରେଜଲ୍ଟ ବାହାରିବ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ଆସନ୍ତାମାସ ତୃତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

author img

By

Published : Apr 17, 2023, 1:21 PM IST

evaluation of matric exam over
ସରିଲା ମାଟ୍ରିକ ମୂଲ୍ୟାୟନ, ମଇ ତୃତୀୟ ସପ୍ତାହରେ ରେଜଲ୍ଟ
ମଇ ତୃତୀୟ ସପ୍ତାହରେ ରେଜଲ୍ଟ

କଟକ: ସରିଲା ମାଟ୍ରିକ ଖାତାଦେଖା । ମାଟ୍ରିକ ଖାତାଦେଖା ସରି ଥିବା ନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ମେ' ତୃତୀୟ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବା ନେଇ ସୂଚନା ମିଳିଛି । ତ୍ରୁଟି ଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ଅନ୍ୟ ବୋର୍ଡ ତୁଳନାରେ ଆଗୁଆ ରେଜଲ୍ଟ ପ୍ରକାଶ ନେଇ ଲକ୍ଷ୍ୟ ରହିଛି ।

ସୁରୁଖୁରୁରେ ମାଟ୍ରିକ ପରୀକ୍ଷା ଖାତାଦେଖା କାର୍ଯ୍ୟ ଶେଷ ହୋଇଛି । ପୂର୍ବ ନିର୍ଦ୍ଧାରିତ 12ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟାକୁ ଶେଷ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଖାତାଦେଖା କାର୍ଯ୍ୟ ଶେଷ ହେବା ପରେ ଟାବୁଲେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତବର୍ଷ ପ୍ରାୟ 5 ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଖାତାଦେଖା ପାଇଁ 13 ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଯାଇଥିଲା । ରାଜ୍ୟର 56ଟି ମୂଲ୍ୟାୟନ କେନ୍ଦ୍ରରେ ଗତ 3 ତାରିଖରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତ୍ରୁଟିଶୂନ୍ୟ ଫଳ ପ୍ରକାଶ କରିବାକୁ ବୋର୍ଡ଼ ସମସ୍ତ ପ୍ରକାର ଚେଷ୍ଟା କରୁଥିବା ବୋର୍ଡ଼ ସଭାପତି କହିଛନ୍ତି। ସେହିପରି ସାମାଜିକ ବିଜ୍ଞାନ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀଙ୍କର ଅର୍ଥାତ କେବଳ B ସେଟରେ ଯେଉଁ ତ୍ରୁଟି ରହିଥିଲା,ତାହାର ସମାଧାନ କରାଯାଇଛି। ଅର୍ଥାତ ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ ପ୍ରଦାନ କରାଯାଇଛି । ଫଳରେ କୌଣସି ଛାତ୍ରଛାତ୍ରୀ ଏହି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ବୋର୍ଡ ସଭାପତି କହିଛନ୍ତି ।

ଚଳିତ ବର୍ଷ ମାର୍ଚ୍ଚ 10 ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ମାର୍ଚ୍ଚ 20 ତାରିଖରେ ପରୀକ୍ଷା ଶେଷ ହୋଇଥିଲା । ଏପ୍ରିଲ 3 ତାରିଖରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମୋଟ 56ଟି ମୂଲ୍ୟାୟନ କେନ୍ଦ୍ରରେ କରାଯାଇ ଖାତା ଦେଖା ଶେଷ ହୋଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା । ୧୨ ଦିନ ଭିତରେ ଅର୍ଥାତ ୧୫ ତାରିଖ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟାକୁ ଶେଷ କରିଛି ବୋର୍ଡ । ମୂଲ୍ୟାୟନ ପାଇଁ ୫୬ଟି କେନ୍ଦ୍ର କରାଯାଇଥିଲା । ମୂଲ୍ୟାୟନ ପ୍ରକ୍ରିୟା ପରେ ବୋର୍ଡ ପକ୍ଷରୁ ଟାବୁଲେସନ ଭଳି ଅନ୍ୟାନ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ମେ' ତୃତୀୟ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.