ETV Bharat / state

ରେଭେନ୍ସା ନାମଲେଖା କଲେଙ୍କାରୀ, ପୋଲିସର ଦ୍ବାରସ୍ତ ହେଲେ ଆଶାୟୀ - ରେଭେନ୍ସା ନାମଲେଖାରେ ହେରଫେର ଅଭିଯୋଗ

ରେଭେନ୍ସା ନାମଲେଖାରେ ହେରଫେର ଅଭିଯୋଗ । ମାଲଗୋଦାମ ଥାନାର ଦ୍ବାରସ୍ଥ ହେଲେ ଆଶାୟୀ ଛାତ୍ରୀ । ଅଧିକ ପଢ଼ନ୍ତୁ

Ravenshaw University
ରେଭେନ୍ସା ବିଶ୍ଵବିଦ୍ୟାଳୟ
author img

By

Published : Dec 28, 2022, 10:48 AM IST

ରେଭେନ୍ସା ନାମଲେଖା କଲେଙ୍କାରୀ

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ନାମଲେଖା କେଳେଙ୍କାରୀ (Ravenshaw University) । ଉପର ରାଙ୍କ୍‌ ପିଲାଙ୍କୁ ବାଦ ଦେଇ ତଳ ରାଙ୍କ ପିଲାଙ୍କୁ ନାମଲେଖା ସୁଯୋଗ ମିଳୁଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆଶାୟୀ ଛାତ୍ରୀ । ରେଭେନ୍ସା କତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ରେଭେନ୍ସାରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅନସନ୍ତୋଷ ଦେଖାଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ: Direct flight Connection to foreign country: ଅର୍ନ୍ତଜାତୀୟ ଉଡାଣକୁ କ୍ୟାବିନେଟର ସବୁଜ ସଙ୍କେତ

ସୂଚନା ଅନୁଯାୟୀ, ଉପର ରାଙ୍କ୍‌ ରଖିଥିବା ଆଶାୟୀଙ୍କୁ ବାଦ ଦେଇ ତଳ ରାଙ୍କ ରଖିଥିବା ଆଶାୟୀଙ୍କ ନାମଲେଖାକୁ ବୈଧ କରିବାକୁ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ବିରୋଧ କରିଥିଲେ । କୁଳପତି ଓ ପିଜି କାଉନସିଲ ଚେୟାରପର୍ସନଙ୍କ ଚାପ ଯୋଗୁଁ ସେ ଇସ୍ତଫା ଦେଇଛନ୍ତି । ରେଭେନ୍ସା ଭଳି ପ୍ରତିଷ୍ଠିତ ଅନୁଷ୍ଠାନରେ ଏଭଳି ଚଞ୍ଚକତା ହେବା ଓ ତାଙ୍କ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଏତଲାରେ ସ୍ପଷ୍ଟ କରିଛନ୍ତି ଅଭିଯୋଗକାରୀ ।

ଏହା ମଧ୍ୟ ପଢ଼ନ୍ତୁ: ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଦେବଦୂତ, ମାଗଣାରେ ଶିକ୍ଷାଦାନ କରୁଛନ୍ତି ସାଗର

ଯୋଗ୍ୟତା ଥାଇ ସୁଦ୍ଧା ତାଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିଥିବା ଅଧିକାରୀ ଶିକ୍ଷାନୁଷ୍ଠାନରେ ଭେଦଭାବ କରିବା ଓ ସରକାରୀ କର୍ମଚାରୀ ହିସାବରେ ନ୍ୟସ୍ତ ଥିବା ବିଶ୍ୱାସକୁ ଅନୈତିକ ଉପାୟରେ ଭାଙ୍ଗିଥିବା ଯୋଗୁଁ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବା ପାଇଁ ଦାବି ହୋଇଛି । ଏହି ଘଟଣାକୁ ନେଇ ରେଭେନ୍ସାର ବର୍ତ୍ତମାନ ଓ ପୂର୍ବତନ ଛାତ୍ର କ୍ଷୋଭ ପ୍ରକାଶ କରିଛନ୍ତି । ଅର୍ଥ କାରବାର ଦ୍ୱାରା ଏପରି କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ପାଇଁ ରାଜନୀତି ବିଜ୍ଞାନର ମୁଖ୍ୟ ନେତାଜୀ ଅଭିନନ୍ଦନ ଇସ୍ତଫା ଦେଇଥିବା କୁହାଯାଉଛି । ଆଉ ସେ ତାଙ୍କ ଇସ୍ତଫା ପତ୍ରରେ ଉକ୍ତ ଘଟଣା ପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.