ETV Bharat / state

6 ଦିନ ପରେ ଆଲୋକିତ ହେଲା ଛତ୍ରବଜାର - fani

ଅନ୍ଧକାରରୁ ମୁକ୍ତି ପାଇଲେ କଟକ ଛତ୍ରବଜାର ପରିବା ବ୍ୟବସାୟୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : May 8, 2019, 10:42 PM IST

କଟକ: ଦୀର୍ଘ 6 ଦିନ ପରେ ଆଲୋକିତ ହେଲା ଛତ୍ରବଜାର । ସବୁଦିନ ପରି ସୁରୁଖୁରୁରେ ଚାଲିଲା ବେପାର । ଷ୍ଟ୍ରିଟ ଲାଇଟ ଜରିଆରେ ଆରମ୍ଭ ହେଲା ବ୍ୟବସାୟ । ଯାହାକୁ ନେଇ ଉଭୟ ବ୍ୟବସାୟୀ ଓ ଗ୍ରାହକ ମାନେ ବେଶ ଆନନ୍ଦିତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବାତ୍ୟା 'ଫନି'ର ତାଣ୍ଡବ ଦିନ ଠାରୁ ଆଜି ପର୍ଯ୍ୟନ୍ତ କଟକର ବେଶ ଜଣାଶୁଣା ପରିବା ବଜାର ଛତ୍ରବଜାର ଅନ୍ଧକାର ହୋଇପଡିଥିଲା । ଯାହାଫଳରେ କେବଳ ଦିନର ସୂର୍ଯ୍ୟାଲୋକରେ ହିଁ ବ୍ୟବସାୟ ସମ୍ଭବ ହୋଇପାରୁଥିଲା । କିନ୍ତୁ କିଛି ଦିନର ଅନ୍ତରାଳ ପରେ ଆଜି ପୁଣି ଆଲୋକିତ ହୋଇଛି ଛତ୍ର ବଜାର ।

ଯାହାକୁ ନେଇ ଉଭୟ ବ୍ୟବସାୟୀ ଓ ଗ୍ରାହକ ବେଶ ଖୁସ । ବର୍ତ୍ତମାନ ସମସ୍ତ ପରିବା ଦର ସାମାନ୍ୟ ଚଢା ଦରରେ ବିକ୍ରି ହେଉଥିବା ବେଳେ ଆଳୁ କିଲୋ ପିଛା 15 ଟଙ୍କା ଦରରେ ବିକ୍ରି ହେଉଛି ଓ ପିଆଜ କିଲୋ ପିଛା 17 ଟଙ୍କା ଦରରେ ବିକ୍ରି ହେଉଛି । ଯାହା ଗ୍ରାହକ ମାନଙ୍କୁ ବେଶ ସୁହାଉଛି ।

କଟକରୁ ପ୍ରଭୂକଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

BREAKING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.