ETV Bharat / state

ପୋଲିସ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା

author img

By ETV Bharat Odisha Team

Published : Jan 14, 2024, 12:43 PM IST

Police DG meeting: କଟକ ଡିଜି କାର୍ଯ୍ୟାଳୟରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

ପୋଲିସ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ପୋଲିସ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ: ରାଜ୍ୟରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଥିବା ବେଳେ ଆରମ୍ଭ ହୋଇଗଲାଣି ନିର୍ବାଚନ ପ୍ରସ୍ତୁତି । କେବଳ ନେତା ମନ୍ତ୍ରୀ ନୁହେଁ ବରଂ ପୋଲିସ ମଧ୍ୟ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସାରିବାକୁ ଏବେଠୁ ପ୍ରସ୍ତୁତି ଆରମ୍ଭ କଲାଣି । ଏହି କ୍ରମରେ ଶନିବାର ଦିନ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ କଟକ ଡିଜି କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ସମସ୍ତ ଏସପିମାନେ ଯୋଗ ଦେଇଥିଲେ । ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ପ୍ରାକ ନିର୍ବାଚନୀ ହିଂସା କିମ୍ବା ନିର୍ବାଚନ ପରବର୍ତ୍ତୀ ସମୟରେ ଘଟୁଥିବା ହିଂସାକୁ କିଭଳି ରୋକାଯାଇ ପାରିବ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।

କଟକ ଡିଜି କାର୍ଯ୍ୟାଳୟରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲା । ନିର୍ବାଚନ ପୂର୍ବରୁ ପୋଲିସ ପ୍ରସ୍ତୁତି ନେଇ ଗୁରୁତ୍ୱାରୋପ କରାଯାଇଛି । ନିର୍ବାଚନ ପୂର୍ବରୁ ଓ୍ବାରେଣ୍ଟ ଡ୍ରାଇଭ, ପେସାଦାର ଅପରାଧିଙ୍କ ତାଲିକା ତିଆରି, ନିଜ ଅଞ୍ଚଳର ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବା, ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀର ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ କରିବା ନେଇ ଜିଲ୍ଲା ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଡିପି । ଏଥିସହ ଭିଭିଆଇପି ଓ ଭିଆଇପିଙ୍କ ସୁରକ୍ଷା ପାଇଁ କଣ ସବୁ ବ୍ୟବସ୍ଥା କରାଯାଇଛି ସେସବୁ ବିଷୟରେ ଆଲୋଚନା କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ଓଡିଶା ପୋଲିସ SI ଚୟନ ପ୍ରକ୍ରିୟାରେ ଅନିୟମିତତା, ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ

ନିର୍ବାଚନ ପୂର୍ବରୁ କିମ୍ବା ନିର୍ବାଚନ ବେଳେ କେଉଁଠି କେଉଁଠି ପୋଲିସ ବାଟାଲିୟନଙ୍କୁ ନିୟୋଜିତ କରାଯିବ ସେ ଦିଗରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହାସହ ସୋସିଆଲ ମିଡିଆରେ ଅପପ୍ରଚାର କିମ୍ବା ମିଥ୍ୟା ପ୍ରଚାର ଉପରେ ନଜର ରଖିବା, ମାଓ ପ୍ରଭାବିତ ଅଞ୍ଚଳଗୁଡିକରେ ନିର୍ବାଚନୀ ହିଂସା ରୋକିବା, ବେଆଇନ ନିଶାଦ୍ରବ୍ୟ, ବେଆଇନ ମାରଣାସ୍ତ୍ର ଓ NDPS ମାମଲାଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ନିର୍ଦ୍ଦେଶ ଦିଆଯାଇଥିଲା । ଏହାବ୍ୟତୀତ ନିର୍ବାଚନ ସମୟରେ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଗାଡି ଚେକିଂ, ବ୍ଳକିଙ୍ଗ ଉପରେ ଧ୍ୟାନ ଦେବା ପାଇଁ ସମସ୍ତ ଜିଲ୍ଲା ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ।

ରାଜ୍ୟରେ ନିର୍ବାଚନୀ ବିଗୁଲ ବାଜିବାକୁ ଆଉ କିଛି ଦିନ ବାକି ରହିଥିବା ବେଳେ ଦଳୀୟ ନେତା ମନ୍ତ୍ରୀଙ୍କଠାରୁ ନେଇ ପୋଲିସ ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଶାନ୍ତି ଶୃଙ୍ଖଳାର ନିର୍ବାଚନ କରିବା ନେଇ ପୋଲିସ ପକ୍ଷରୁ ଆଲୋଚନା କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.