ETV Bharat / state

Naba Das Death Case: ବିସ୍ଫୋରକ ବୟାନ ଦେଲେ କଟକର ଚର୍ଚ୍ଚିତ ବୃଦ୍ଧା, ରିକ୍ସାଚାଳକଙ୍କୁ ଦାନ କରିଥିଲେ ସମସ୍ତ ସମ୍ପତ୍ତି

author img

By

Published : Feb 3, 2023, 3:24 AM IST

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଖବର ପାଇ ଘରେ ଭୋଜିର ଆୟୋଜନ କରିଥିଲେ ଏହି ବୃଦ୍ଧା । ଆଉ ASI ଗୋପାଳ ଦାସ ଭଗବାନଙ୍କ ରୂପରେ ଆସି ମନ୍ତ୍ରୀ ନବଦାସଙ୍କୁ ମାରିଛନ୍ତି ବୋଲି ସେ କହିଛନ୍ତି । ସାରା ରାଜ୍ୟ ମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ସ୍ତବ୍ଧ ହୋଇଯାଇଥିବା ବେଳେ ଏହି ବୃଦ୍ଧା ଜଣକ କାହିଁକି ଏପରି କହିଲେ ? ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର

Minati Bahidar on Naba das death
Minati Bahidar on Naba das death
ମନ୍ତ୍ରୀ ନବଦାସ ମୃତ୍ୟୁ ଘଟଣା, ବିସ୍ଫୋରକ ବୟାନ ଦେଲେ କଟକର ଚର୍ଚ୍ଚିତ ବୃଦ୍ଧା

କଟକ: 'ଗୋପାଳ ଦାସ ଭଗବାନଙ୍କ ରୂପରେ ନବଦାସଙ୍କୁ ମାରିଛନ୍ତି' । ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ନେଇ ଏପରି ମନ୍ତବ୍ୟ ଦେଇ ଚର୍ଚ୍ଚାରେ କଟକବାସୀ ବୃଦ୍ଧ ମହିଳା ମିନତୀ ବହିଦାର । ମନ୍ତ୍ରୀ ନବଦାସଙ୍କୁ କାହିଁକି ଗୁଳିମାଡ଼ ହେଲା ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏପଟେ ଏଭଳି ମନ୍ତବ୍ୟ ଦେଇଛନ୍ତି କଟକର ବୃଦ୍ଧା ମିନତୀ । ଏହି ଅଭିଯୋଗକାରିଣୀ ଜଣକ ଅନ୍ୟ କେହି ନୁହେଁ, ବରଂ ଜଣେ ରିକ୍ସା ଚାଳକଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କରି ସେ ଚର୍ଚ୍ଚାକୁ ଆସିଥିଲେ । ସେ ମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ବେଶ ଖୁସି ପ୍ରକଟ କରିବା ସହ ମୃତ୍ୟୁ ଖବର ପାଇ ମିଠା ବାଣ୍ଟି ଖୁସି ମନାଇଥିବା କହିଛନ୍ତି ।

ଏ ନେଇ ବୃଦ୍ଧା ଜଣକ କହିଛନ୍ତି, "ସେ (ନବଦାସ) ମୋ ଭାଇର ହତ୍ୟାକାରୀ । ମୋ ଭାଇ ବିଧାନ ବହିଦାରକୁ ସେ ମାରିଥିଲେ । ବୋମା ମାଡ଼ କରି ମୋ ଭାଇକୁ ହତ୍ୟା କରିଥିଲେ । ଭୋଟ ପାଇଁ ମୋ ଭାଇର ହତ୍ୟା କରିଥିଲେ ନବ ଦାସ । ଶେଷରେ ସେ ଆଜି ଗୁଳିରେ ମୃତ୍ୟୁବରଣ କରିଛି । ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଗୋପାଳଙ୍କୁ ମୁଁ ସମର୍ଥନ କରୁଛି । ଗୋପାଳ ଦାସ ଭଗବାନ ଶ୍ରୀକୃଷ୍ଣଙ୍କ ରୂପରେ ଆସି ନବ ଦାସଙ୍କୁ ମାରିଛନ୍ତି । ନବ ଦାସ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିଲେ । ସେ ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ମାରି ଦେଇଥାନ୍ତା । କିନ୍ତୁ ଆଜି ଭଗବାନ, ଗୋପାଳ ରୂପରେ ଆସି ନବ ଦାସକୁ ମାରିଛନ୍ତି ।" ପ୍ରକାଶ ଯେ, ୨୦୦୫ ରେ ଝାରସଗୁଡା ସମାଜସେବୀ ବିଧାନ ବହିଦାରଙ୍କ ମୃତ୍ୟୁ ହୋଇଥିଲା ।

ଏହା ବି ପଢନ୍ତୁ- Naba Das Murder Case: ରାତି ଅଧିଆ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କି ଖୋଳିଲା କ୍ରାଇମବ୍ରାଞ୍ଚ

ସେ ଆହୁରି କହିଛନ୍ତି, " ନବ ଦାସଙ୍କୁ ଯେଉଁ ଦିନ ହତ୍ୟା କରାଯାଇଥିଲା, ସେହିଦିନ ମୁଁ ଗୋଟେ ପ୍ଲେଟ ଚିକେନ୍ ଓ ମଟନ ଖାଇଥିଲି। ମିଠା ବି ବାଣ୍ଟିଥିଲି । ଗୋଟିଏ ମଟନ ଭୋଜି ବି ଦେଇଥିଲି ।" ଏଭଳି ଚାଞ୍ଚଲ୍ୟକର ପ୍ରତିକ୍ରିୟା ଦେଇଛନ୍ତି କଟକ ସୁତା ହାଟର ମିନତୀ ବହିଦାର। କିଛି ଦିନ ତଳେ ରିକ୍ସା ଵାଲାଙ୍କୁ କୋଟିଏ ଟଙ୍କାର ସମ୍ପତ୍ତି ଦାନ କରି ଚର୍ଚ୍ଚାକୁ ଆସିଥିଲେ ବୃଦ୍ଧା ଜଣକ। ସବୁଠାରୁ ବଡ଼ କଥା ହେଉଛି, କିଛି ଦିନ ତଳେ ସେ ବିଜେଡିରେ ମଧ୍ୟ ଯୋଗଦାନ କରିଥିଲେ । ମେ ୧୦ ତାରିଖ ୨୦୦୫ ମସିହାରେ ବୃଦ୍ଧାଙ୍କ ଭାଇଙ୍କୁ ବୋମାମାଡ଼ କରି ହତ୍ୟା କରାଯାଇଥିବା ବୃଦ୍ଧା ଜଣକ ଅଭିଯୋଗ କରିଛନ୍ତି ।

ସୂଚନା ଥାଉ କି ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡ଼ା ଗାନ୍ଧୀଛକଠାରେ ଗୁଳିମାଡ଼ ହୋଇଥିଲା । ଏହି ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ASI ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲେ । ଗୋପାଳ ଦାସ ମାନସିକ ରୋଗ ବୋଲି ତାଙ୍କ ପତ୍ନୀ କହିଥିଲେ । ସେପଟେ ବିରୋଧୀ ଏହାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଏଥିରେ ଅନେକ ବଡ଼ ବଡ଼ ନେତା ସାମିଲ ରହିଛନ୍ତି । ସେପଟେ ହତ୍ୟାକାଣ୍ଡର ଖିଅ ଖୋଜିବାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ଗୋପାଳ ଦାସର କିଛି ହାତଲେଖା ଚିଠି ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.