ETV Bharat / state

ଦେଶରେ ପ୍ରଥମ: ଓଡିଶା ହାଇକୋର୍ଟ ବାର ନିର୍ବାଚନ ପାଇଁ ଘରେ ଭୋଟ୍‌ ଦେଲେ ବୟସ୍କ ଭୋଟର

author img

By

Published : Mar 25, 2023, 4:17 PM IST

'ୱାନ ବାର ୱାନ ଭୋଟ' ନିୟମ ଅନୁଯାୟୀ ରାଜ୍ୟର ସମସ୍ତ ୧୪୧ଟି ବାର ଆସୋସିଏସନରେ ଆଜି ନିର୍ବାଚନ ଅନୁଷ୍ଠିତ ହେଉଛି । ପ୍ରଥମ ଥର ପାଇଁ ୯୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଭୋଟରଙ୍କ ପାଇଁ ନିଜ ଘରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ଯାହାକି ସାରା ଦେଶରେ ପ୍ରଥମ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଶାନ୍ତ ଜେନା ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ହାଇକୋର୍ଟ ବାର ନିର୍ବାଚନ ପାଇଁ ବୟସ୍କ ଭୋଟର ନିଜ ଘରେ ଦେଲେ ଭୋଟ

କଟକ: ଆଜି ରାଜ୍ୟର ବିଭିନ୍ନ ବାରରେ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି କ୍ରମରେ ସକାଳ ୮ଟାରୁ ମତଦାତା ମାନେ ମତଦାନ କେନ୍ଦ୍ରକୁ ଯାଇ ନିଜର ମତ ସାବ୍ୟସ୍ତ କରୁଛନ୍ତି । ତେବେ ଓଡିଶା ହାଇକୋର୍ଟ ବାର ନିର୍ବାଚନରେ ବୟସ୍କ ଭୋଟରଙ୍କ ଘରକୁ ଯାଇ ମତଦାନ ଆଣିଲେ ନିର୍ବାଚନ ଅଧିକାରୀ । ଦେଶର ପ୍ରଥମ ବାର ଭାବରେ ଓଡିଶା ହାଇକୋର୍ଟ ବାର ନିର୍ବାଚନରେ ଏଭଳି ବ୍ୟବସ୍ଥା କରାଯାଇଛି । ବରିଷ୍ଠ ଆଇନଜୀବୀ ବ୍ରଜବନ୍ଧୁ ବିଶ୍ବାଳ ନିଜ ଘରେ ଭୋଟ ଦେଇଛନ୍ତି । ସେ ୧୦୩ ବର୍ଷ ବୟସର ଭୋଟର । ତେବେ ତାଙ୍କ ଘରକୁ ଯାଇ ନିର୍ବାଚନ ଅଧିକାରୀ ତାଙ୍କର ମତଦାନ ଆଣିଛନ୍ତି । ଭିଡିଓ ରେକର୍ଡ଼ିଂ ଜରିଆରେ ଏହି ସମସ୍ତ ପ୍ରକ୍ରିୟା କରାଯାଇଥିଲା ।

ଆଜି ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେଉଛି । 'ୱାନ ବାର ୱାନ ଭୋଟ' ନିୟମ ଅନୁଯାୟୀ, ରାଜ୍ୟର ମୋଟ ୧୪୧ଟି ବାର ଆସୋସିଏସନରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଅର୍ଥାତ ନିଜ ନିଜରର ପ୍ରତିନିଧି ବାଛିବେ ବାର ସଂଘର କର୍ମକର୍ତ୍ତା । ଏଥିପାଇଁ ରାଜ୍ୟର ସମସ୍ତ ବାରରେ ଆଜି ନିର୍ବାଚନ ଆରମ୍ଭ ହୋଇଛି । ସେହିପରି ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ମଧ୍ୟ ନିର୍ବାଚନ କରାଯାଉଛି । ନିର୍ଦ୍ଧାରିତ ସମୟ ସକାଳ ୮ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ହାଇକୋର୍ଟ ବାର ଆସୋସିଏସନର ସଭାପତି, ସମ୍ପାଦକ ଏବଂ ୯ ଗୋଟି କାର୍ଯ୍ୟକାରିଣୀ କମିଟି ସଦସ୍ୟ ପଦ ସମେତ ମୋଟ ୧୫ଟି ପଦବୀ ପାଇଁ ନିର୍ବାଚନ କରାଯାଉଛି । ହାଇକୋର୍ଟ ବାର ସଭାପତି ପାଇଁ ୪ ଜଣ ପାର୍ଥୀ ରହିଥିବା ବେଳେ ଉପସଭାପତି ପାଇଁ ୩ ଜଣ ପାର୍ଥୀ, ସମ୍ପାଦକ ପଦବୀ ପାଇଁ ୭ ପାର୍ଥୀ, ଯୁଗ୍ମ ସମ୍ପାଦକ ପଦବୀ ପାଇଁ ୩ ପାର୍ଥୀ ,ଏବଂ ସହ ସମ୍ପାଦକ ପଦବୀ ପାଇଁ ୪ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ହେଉଛି । ମୋଟ ୧୫ଟି ବିଭିନ୍ନ ପଦବୀ ପାଇଁ ୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ହେଉଛି ।

ବାର ଆସୋସିଏସନର ୪,୨୯୭ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ୩୭ଟି ବୁଥର ବ୍ୟବସ୍ଥା ମଧ୍ୟ କରାଯାଇଛି । ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ଭୋଟ ଗ୍ରହଣ କରାଯିବ । ଭୋଟର ମାନେ ନିଜ ନିଜର ପରିଚୟ ପତ୍ର ଦେଖାଇ ଏହି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୃଙ୍ଖଳିତ ଭାବରେ ଯେପରି ମତଦାନ କରାଯିବ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ସେହିପରି ଭୋଟ ଗ୍ରହଣ ଶେଷ ହେବାର ପ୍ରାୟ ୧ ଘଣ୍ଟା ପରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । କାର୍ଯ୍ୟକାରିଣୀ କମିଟି ସଦସ୍ୟ ପଦ ଗୁଡିକ ପାଇଁ ଆସନ୍ତା ସୋମବାର ଭୋଟ ଗଣତି ପାଇଁ ଧାର୍ଯ୍ୟ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ପ୍ରଥମ ଥର ପାଇଁ ବୟସାଧିକ କାରଣରୁ ଭୋଟ ଦେବାକୁ ଆସିପାରୁନଥିବା ୯୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କ ପାଇଁ ନିଜ ଘରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ହାଇକୋର୍ଟର ଜଣେ ୧୦୩ ବର୍ଷ ବୟସ୍କ ବରିଷ୍ଠ ଆଇନଜୀବୀ ନିଜ ଘରେ ରହି ଭୋଟ ଦେଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଶାନ୍ତ ଜେନା ସୂଚନା ଦେଇଛନ୍ତି । ଯାହାକି ସାରା ଭାରତରେ ଏହା ପ୍ରଥମ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.