ETV Bharat / state

ମହାମାରୀରେ ଫିକା ପଡିଲା ଇଦ୍, ଘରେ ରହି ପାଳିଲେ ମୁସଲମାନ ଶ୍ରଦ୍ଧାଳୁ - କଟକରେ ଇଦ ଉତ୍ସବ

କଟକ ସହରରେ ମହାମାରୀ ସହିତ ଲକଡାଉନ ପାଇଁ ଫିକା ପଡିଲା ଇଦ । ଅଧିକ ପଢନ୍ତୁ...

ମହାମାରୀରେ ଫିକା ପଡିଲା ଇଦ୍, ଘରେ ରହି ପର୍ବ ପାଳିଲେ ମୁସଲମାନ ଶ୍ରଦ୍ଧାଳୁ

author img

By

Published : May 14, 2021, 2:07 PM IST

କଟକ: ଆଜି(ଶୁକ୍ରବାର) ମୁସଲିମ ସମ୍ପ୍ରଦାୟର ବଡ ପର୍ବ ଇଦ୍-ଉଲ୍-ଫିତର । କିନ୍ତୁ କୋରୋନା ମହାମାରୀ ପାଇଁ ଫିକା ପଡିଛି ଏହି ପର୍ବ । ମହାମାରୀ ସାଙ୍ଗକୁ ସାରା ରାଜ୍ୟରେ ଲକଡାଉନ ଲାଗୁ ହୋଇଥିବାରୁ ଘରେ ରହି ପର୍ବକୁ ପାଳିଛନ୍ତି ମୁସଲମାନ ଭାଇ ଭଉଣୀ । ରାଜ୍ୟ ସମେତ ଜିଲ୍ଲାରେ ମଧ୍ୟ ଏହି ପର୍ବ ଫିକା ପଡିଥିବା ଦେଖିବାକୁ ମିଳିଛି ।

ମହାମାରୀରେ ଫିକା ପଡିଲା ଇଦ୍, ଘରେ ରହି ପର୍ବ ପାଳିଲେ ମୁସଲମାନ ଶ୍ରଦ୍ଧାଳୁ

ମୁସଲମାନ ଧର୍ମାବଲମ୍ବୀମାନେ ଅନଲାଇନରେ ମାଧ୍ୟମରେ ପରସ୍ପରକୁ ଇଦ ମୁବାରକ ଜଣାଇଛନ୍ତି । ସେହିପରି କୋଭିଡ ଗାଇଡ଼ଲାଇନ ମାନି ମସଜିଦରେ ମୌଲାନଙ୍କ ସମେତ ୫ ଜଣ ନମାଜ ପାଠ କରିଛନ୍ତି । ପୂର୍ବବର୍ଷ କୋଭିଡ ପାଇଁ ଏହି ପର୍ବ ଫିକା ପଡିଥିବା ବେଳେ ଚଳିତବର୍ଷ ମଧ୍ୟ ଫିକା ପଡିଛି । ତେବେ ଆସନ୍ତାବର୍ଷ କୋଭିଡ ସ୍ଥିତି ସୁଧିରୁଲେ ଏହି ପର୍ବକୁ ଧୁମଧାମରେ ପାଳନ କରାଯିବ ବୋଲି ମୁସଲିମ ଶ୍ରଦ୍ଧାଳୁମାନେ ଆଶା ପ୍ରକଟ କରିଛନ୍ତି ।

ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଇଦ ଉପଲକ୍ଷେ କେହି କାହା ଘରକୁ ନ ଯାଇ ନିଜ ଘରେ ପର୍ବକୁ ପାଳନ କରିଛନ୍ତି । ସେପଟେ ମସଜିଦ ସାମ୍ନାରେ ଭିଡ ନ ଜମିବା ପାଇଁ ପୋଲିସ ଫୋର୍ସକୁ ମଧ୍ୟ ମୁତୟନ କରାଯାଇଛି । ପୂର୍ବବର୍ଷ ପରି ଏ ବର୍ଷ ମଧ୍ୟ ଇଦକୁ ସାଧାରଣ ଭାବେ ପାଳନ ନ କରିପାରିଥିବାରୁ ମୁସଲିମ ଶ୍ରଦ୍ଧାଳୁମାନେ ଦୁଃଖପ୍ରକାଶ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.