ETV Bharat / state

Eid-ul-Fitr: ଇଦରେ ଭାଇଚାରାର ବାର୍ତ୍ତା ବାଣ୍ଟିଲା କଟକ

author img

By

Published : Apr 22, 2023, 3:50 PM IST

ମୁସଲିମ ଧର୍ମାବଲମ୍ବୀଙ୍କ ମୁଖ୍ୟ ପର୍ବ ଇଦ୍‌ ସିଲଭର ସିଟି କଟକରେ ଧୁମଧାମରେ ପାଳିତ ହୋଇଛି । କଦମ-ଏ-ରସୁଲ ପରିସରରେ ସମୂହ ପ୍ରାର୍ଥନା କରିଲେ ଧର୍ମାବଲମ୍ବୀ । ଅଧିକ ପଢନ୍ତୁ

eid celebration in cuttack
eid celebration in cuttack
eid celebration in cuttack

କଟକ: ଆଜି ପବିତ୍ର ଇଦ । ଇଦର ଅର୍ଥ ଖୁସି, ଫିତର ଅର୍ଥ ଦାନ। ଅର୍ଥାତ ଇଦୁଲ ଫିତର ହେଉଛି ଦାନର ମହୋତ୍ସବ । ଏହି ପବିତ୍ର ଦିନରେ ବର୍ଷସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରୀବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ଇସଲାମ ଧର୍ମାବଲମ୍ବୀଙ୍କ ବିଶ୍ୱାସ ରହିଛି । ଦୀର୍ଘ ତିନି ବର୍ଷ ଧରି କୋରୋନା ପାଇଁ ପାଳନ ହୋଇନଥିବା ବେଳେ ଚଳିତ ବର୍ଷ ଅର୍ଥାତ ଆଜି ଧୁମଧାମରେ ପାଳନ ହୋଇଛି ଏହି ପବିତ୍ର ପର୍ବ।

ଇସଲାମୀୟ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ମୁସଲମାନମାନଙ୍କର ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ। ମାସ ସାରା ରୋଜା (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) ଏବଂ ତରାବି ନମାଜ ପାଠ କରାଯିବାର ପରମ୍ପରା ରହିଥାଏ । ଏହି କ୍ରମରେ ମୁସଲମାନ ଶ୍ରଦ୍ଧାଳୁମାନେ ଭୋର ସମୟରୁ ଉଠି ଉପବାସ ରଖିଥିଲେ। ଇସଲାମ ଧର୍ମାବଲମ୍ବୀଙ୍କ ଅନୁସାରେ ଏହି ମାସରେ ୩୦ ଦିନ ଧରି ରୋଜା ରଖିବା, ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ରକ୍ଷା କବଚ ସଦୃଶ, ଯାହା ସମସ୍ତ ବିପଦ ଆପଦରୁ ଭକ୍ତକୁ ରକ୍ଷା କରେ ବୋଲି ବିଶ୍ୱାସ ରହିଛି। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଇତ୍ୟାଦି ଇନ୍ଦ୍ରିୟଗୁଡ଼ିକ ଉପରେ ସଂଯମ ଅବଲମ୍ବନ କରାଯାଇଥାଏ ବୋଲି ବିଶ୍ୱାସ ରହିଛି। ଆଜି ପବିତ୍ର ରମଜାନ ମାସର ଶେଷ ଦିନ ବୋଲି କୁହାଯାଏ। ଏହି ସଂଯମ ବିନା ରୋଜା ଅସମ୍ପୂର୍ଣ୍ଣ ରହିଥାଏ । ମାସ ସାରା ଧୈର୍ଯ୍ୟଶୀଳତା, ଆଧ୍ୟାତ୍ମିକତା, ଆଲ୍ଲାଙ୍କ ପ୍ରତି ବିନୟ ଏବଂ ଅର୍ପଣ ଭାଗ ଇତ୍ୟାଦି ବେଶ କଠୋର ଭାବେ ପାଳନ କରିବାକୁ ପଡ଼ିଥାଏ । ୨୯ ବା ୩୦ଦିନ ପରେ ନୂତନ ଚନ୍ଦ୍ର ଦେଖିବା ପରେ ରମଜାନ ମାସ 'ଇଦ ଉଲ-ଫିତର' ଦିନ ଶେଷ ହୋଇଥାଏ। ଖାସ କରି ଇଦ ଦିନର ନମାଜ ପାଠ କରିଲେ ଅଧିକ ପୁଣ୍ୟ ମିଲିଥାଏ ବୋଲି ମାନନା ରହିଛି । ତେବେ କଟକର ଐତିହାସିକ ପୀଠ କୁହାଯାଉଥିବା କଦମ-ଏ-ରସୁଲ ପରିସରରେ ସମୂହ ପ୍ରାର୍ଥନା କରିବା ପାଇଁ ଅଧିକ ପରିମାଣରେ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା।

ସାଧାରଣତଃ ପ୍ରତିଦିନ ମସଜିଦରେ ସମୂହ ପ୍ରାର୍ଥନା କରାଯାଇଥାଏ । ମାତ୍ର ଇଦ ପାଇଁ ବର୍ଷକରେ ଥରେ କେବଳ ଇଦଗହା ପଡିଆରେ ସମୂହ ପ୍ରାର୍ଥନା କରାଯାଇଥାଏ । ତେବେ ପବିତ୍ର ଇଦ ଇଲ ଫିତରରେ ପ୍ରାର୍ଥନାରେ ସାମିଲ ହେଲେ ଅନେକ ପୁଣ୍ୟ ମିଲିଥାଏ ବୋଲି ମାନନା ମଧ୍ୟ ରହିଛି । ତେଣୁ କଟକର ସମସ୍ତ ମସଜିଦରେ ପ୍ରାର୍ଥନା ଶେଷ ହେବା ପରେ ଶେଷ ପ୍ରାର୍ଥନା ଇଦଗାହରେ କରାଯାଇଥାଏ । ଏଠାରେ ଆଜି ପ୍ରାୟ ୮ ରୁ ୧୦ ହଜାର ମୁସଲିମ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ କଟକ ସହରରେ ଆଜି ଏହି ପର୍ବରେ ବିଭିନ୍ନ ଧର୍ମର ଲୋକେ ମାନେ ପାଲିଥିଲେ ଯାହାକି ଏକ ନିଆରା ଭାଇଚାର ଉଦାହରଣ ଦେଇଥିବା କଟକ ଡିସିପି ପିନାକ ମିଶ୍ର କହିଛନ୍ତି।

ଏହାରି ଭିତରେ ମସଜିଦ ବାହାରେ ଥିବା ହିନ୍ଦୁମାନଙ୍କ ଏକ ଷ୍ଟଲ ଯାହାକି ବେଶ ଆକର୍ଷଣ ହୋଇଥିଲା। ଅନେକ ହିନ୍ଦୁ ସଂଗଠନ ମସଜିଦ ବାହାରେ ଅପେକ୍ଷା କରି ରହିଥିଲେ। ନମାଜ ପାଠ ସାରିବା ପରେ ଯେଉଁ ମୁସଲିମ ଶ୍ରଦ୍ଧାଳୁ ବାହାରକୁ ଆସୁଥିଲେ ସେମାନଙ୍କୁ ଜୁସ ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ବଣ୍ଟନ କରିଥିଲେ। କେବଳ ସେତିକି ନୁହେଁ ମସଜିଦ ବାହାରେ, କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ଦୁଇ ବିରୋଧୀ ନେତା ମୋକିମ ଏବଂ ଦେବାଶିଷ ସାମନ୍ତରାୟ ଏକାଠି ହୋଇ ପରସ୍ପରକୁ ଇଦର ଅଭିନନ୍ଦନ ଜଣାଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.