ETV Bharat / state

SCBରେ ଏକମୋ ସେବା ଆରମ୍ଭ, ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହେଲେ ମହିଳା

SCB ମେଡିକାଲରେ ଆରମ୍ଭ ହେଲା ECMO ଚିକିତ୍ସା । ରୋଗୀଙ୍କୁ ମିଳିବ ମାଗଣା ସେବା । ଅଧିକ ପଢନ୍ତୁ...

author img

By

Published : Aug 29, 2021, 10:11 AM IST

Updated : Aug 29, 2021, 11:34 AM IST

ଏସିବିରେ ଆରମ୍ଭ ହେଲା ଏକମୋ ସେବା ,  ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହେଲେ ମହିଳା

କଟକ: SCB ମେଡିକାଲରେ ଆରମ୍ଭ ହେଲା ECMO ଚିକିତ୍ସା । ଆଜି ଠାରୁ ଏହି ଚିକିତ୍ସା ଏସସିବି ମେଡିକାଲରେ ଆରମ୍ଭ ହୋଇଛି । ଚିକିତ୍ସା ପାଇଁ ପ୍ରଥମ ରୋଗୀ ଭାବେ ଭର୍ତ୍ତି ହୋଇଛନ୍ତି କଟକର ଜଣେ ମହିଳା । ସଂପୃକ୍ତ ମହିଳାଙ୍କ ଫୁସଫୁସ କୋରୋନାରେ ଗୁରୁତର ଭାବେ ସଂକ୍ରମିତ ହୋଇଛି । ଏନେଇ ହସ୍ପିଟାଲରେ ଭର୍ତ୍ତି ହେବାପରେ ମହିଳାଙ୍କୁ ଚିକିତ୍ସା କରୁଛନ୍ତି ତାଲିମ ପ୍ରାପ୍ତ ସ୍ୱତନ୍ତ୍ର ଡାକ୍ତର ଦଳ ।

SCBରେ ଏକମୋ ସେବା ଆରମ୍ଭ, ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହେଲେ ମହିଳା

ଗତ ଶୁକ୍ରବାର ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବଡମେଡିକାଲରେ ଏହାର ଶୁଭାରମ୍ଭ କରିଥିଲେ । ଏନେଇ ଆଜି ଠାରୁ ଚିକିତ୍ସା ଆରମ୍ଭ ହୋଇଛି । ମାଗଣାରେ ଏହି ଚିକିତ୍ସା ସମସ୍ତଙ୍କୁ ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ଏସସିବିରେ ମୋଟ 9ଟି ଏକମୋ ମେସିନ ରହିଛି । ଏହି ସେବା ଆରମ୍ଭ ହେବା ଦ୍ବାରା ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡିବନି । ପୂର୍ବଭାରତରେ ଏହା ସବୁଠାରୁ ବଡ ଏକମୋ ୟୁନିଟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ମେସିନ ପରିଚାଳନା ପାଇଁ ସ୍ଵତନ୍ତ୍ର ଡାକ୍ତରୀ ଟିମ ଗଠନ ହୋଇଛି । ଜୁଲାଇ 27ରେ ରାଜ୍ୟକୁ ଏକମୋ ମେସିନ ଆସିଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 29, 2021, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.