କଟକ: ହାଇକୋର୍ଟ ପରିସରରେ ଖୋଲିଲା ଇ-ସେବା କେନ୍ଦ୍ର। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏହାର ଉଦଘାଟନ କରିଛନ୍ତି । ଏହି କେନ୍ଦ୍ର ଆଇନଜୀବୀ ଏବଂ ଆଇନ ସହାୟତା ପାଇଁ ଆସୁଥିବା ବ୍ୟକ୍ତିଙ୍କୁ ଅନଲାଇନ ଜରିଆରେ ମାମଲା ପରିଚାଳନାରେ ସହାୟତା କରିବ। ଏହା ଦ୍ବାରା ଆଇନଜୀବୀମାନେ ସେମାନଙ୍କ ମାମଲାର ସ୍ଥିତି କ'ଣ ରହିଛି, ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥାନର ସୁବିଧା, ରାୟ କିମ୍ବା ଆଦେଶର କପି, ଜେଲରେ ରହୁଥିବା ବନ୍ଦୀଙ୍କ ସହ ଇ-ମୁଲାକାତ ସୁବିଧା ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦିତ କରାଯାଇପାରିବ ।

ଆଗାମୀ ଦିନରେ ବିଭିନ୍ନ ଜିଲ୍ଲା ଏବଂ ତାଲୁକ କୋର୍ଟରେ ଏହିଭଳି ଇ-ସେବା କେନ୍ଦ୍ର ଅଧିକରୁ ଅଧିକ ଖୋଲିବ ବୋଲି ସୂଚନା ମିଳିଛି। ଏହି ଅବସରରେ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ସମେତ ଅନେକ ବିଚାରପତି, ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ହାଇକୋର୍ଟ ବାର ଆସୋସିଏସନ ସଭାପତି, ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ