କଟକ: ପ୍ରତୀକ୍ଷାରେ ପଡିଲା ପୁର୍ଣ୍ଣଛେଦ, ଓଡ଼ିଶାର ଦୌଡ଼ରଣୀ ଦୂତୀ ଚାନ୍ଦ ଦୋହା ବିଶ୍ଵ ଚାମ୍ପିୟନସିପରେ ଭାଗ ନେବେ। ଏହି ଚୂଡାନ୍ତ ନିଷ୍ପତି ନେଇଛି ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ (ଏଏଫଆଇ) ।
ବିଶ୍ବ ଚାମ୍ପିଅନସିପରେ ଭାଗ ନେବା ନେଇ ଖୁସି ଜାହିର କରିଛନ୍ତି ଦୂତୀ । ଏହି ଦୌଡ଼କୁଦ ପ୍ରତିଯୋଗିତା କତାରର ଦୋହାଠାରେ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବ। ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଦୂତୀ ଭାଗ ନେବେ ବୋଲି ଏଏଫଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।
ପୁର୍ବରୁ ଆଇଏଏଫ ଚୟନ କମିଟି ଏକ ୨୫ ଜଣିଆ ଜାତୀୟ ଦଳ ଘୋଷଣା କରି ସାରିଥିଲେ ମଧ୍ୟ ଦୂତୀଙ୍କୁ ଏବେ ଦଳରେ ସାମିଲ କରାଯାଇଛି । ଯାହାକୁ ନେଇ ଟୁଇଟ ମାଧ୍ୟମରେ ଖୁସି ଜାହିର କରିଛନ୍ତି ଦୂତୀ । ଏହି ପ୍ରତିଯୋଗିତା ଦୋହାଠାରେ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ଦୂତୀ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇବା ସହ ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶା କରିଛନ୍ତି ଦେଶବାସୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ