ETV Bharat / state

ଯନ୍ତ୍ରଣାରେ ଯୌବନ, ଭୁଲ ଅସ୍ତ୍ରୋପଚାର ପରେ ଦୁଷ୍ମନ୍ତଙ୍କ ସାହାର ସାଜିଛି ଆଶା ବାଡି

author img

By

Published : Sep 5, 2021, 7:46 PM IST

Updated : Sep 5, 2021, 8:28 PM IST

ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର ଯୋଗୁଁ ସାହାର ସାଜିଛି ଆଶା ବାଡି । ଦୀର୍ଘ ବର୍ଷ ହେଲା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦୁଷ୍ମନ୍ତ । ଅଧିକ ପଢନ୍ତୁ...

ଯନ୍ତ୍ରଣାରେ ଯୌବନ, ଭୁଲ ଅସ୍ତ୍ରୋପଚାର ପରେ ଦୁଷ୍ମନ୍ତଙ୍କ ସାହାର ସାଜିଛି ଆଶା ବାଡି
ଯନ୍ତ୍ରଣାରେ ଯୌବନ, ଭୁଲ ଅସ୍ତ୍ରୋପଚାର ପରେ ଦୁଷ୍ମନ୍ତଙ୍କ ସାହାର ସାଜିଛି ଆଶା ବାଡି

କଟକ: ଦୁଃଖ ଦେଇଛି ଭୁଲ ଅସ୍ତ୍ରୋପଚାର । ଡାକ୍ତରଙ୍କ ଗୋଟିଏ ଭୁଲ ପାଇଁ ଯନ୍ତ୍ରଣାରେ କଟୁଛି ଯୌବନ । ହାତରେ ଆଶାବାଡି ସହ ଅନ୍ୟର ସାହାର ଲୋଡୁଛନ୍ତି ଦୁଷ୍ମନ୍ତ । ଏହି ଦୁଃଖଦ କାହାଣୀ ହେଉଛି କଟକ ଜିଲ୍ଲା କୁଜଙ୍ଗ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ । ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ସେ ଗଲା ବର୍ଷେ ହେବ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଦୁଷ୍ମନ୍ତ ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣା ଯୋଗୁଁ ତାଙ୍କ ବାମ ଗୋଡରେ ଗଭୀର କ୍ଷତ ହୋଇଥିଲା । ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ ଦୁଷ୍ମନ୍ତ । ଗତ ବର୍ଷ ମାର୍ଚ୍ଚ ୨୨ ତାରିଖରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ତାଙ୍କ ଗୋଡର ଅସ୍ତ୍ରୋପଚାର କରାଯାଇଥିଲା । ଏଥିସହ ସେହି ବର୍ଷ ଜୁନ ମାସରେ ପୁଣି ଦ୍ବିତୀୟ ଥର ତାଙ୍କର ଅସ୍ତ୍ରୋପଚାର ହୋଇଥିଲା ।

ଅସ୍ତ୍ରୋପଚାର ପରେ ଦୁଷ୍ମନ୍ତ ଭଲ ହୋଇଯିବେ ବୋଲି କହି ଡାକ୍ତର ତାଙ୍କ ଡିସଚାର୍ଜ କରାଇଥିଲେ । ହେଲେ କିଛି ଦିନ ପରେ ତାଙ୍କ ବାମ ଗୋଡରେ ଆହୁରି ଯନ୍ତ୍ରଣା ହୋଇଥିଲା । ବାମ ଗୋଡ ସଠିକ ଭାବେ କାମ କରୁନଥିବାବେଳେ ବାଟ ଚାଲିବା ବି ତାଙ୍କ ପାଇଁ କଷ୍ଟକର ହୋଇପଡିଥିଲା । ପରେ ଦୁଷ୍ମନ୍ତ ଅନ୍ୟ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ । ଯାହାପରେ ତାଙ୍କର ଭୂଲ ଅସ୍ତ୍ରୋପଚାର ହୋଇଥିବା ଜଣାପଡିଥିଲା । ତେଣୁ ଏ ବାବଦରେ ସେ ଏସସିବିର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହାପରେ ବାରମ୍ବାର ଚିକିତ୍ସା ପାଇଁ ଏସସିବି ଆସିଥିଲେ ମଧ୍ୟ ସଠିକ୍ ଚିକିତ୍ସାରୁ ବଞ୍ଚିତ ହୋଇଥିଲେ ଦୁଷ୍ମନ୍ତ ।

ଘରେ ଦୁଷ୍ମନ୍ତ ଏକା ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କର ଏଭଳି ଦୁର୍ଦ୍ଦଶା ଏବେ ଅସହାୟ ପରିବାର ଉପରେ ଚଡକ ପକାଇଛି । ଘରେ ବୃଦ୍ଧା ବାପାମାଆ, ମାନସିକ ପତ୍ନୀ ଏବଂ ତିନି ତିନୋଟି ପିଲା ଥିବାବେଳେ ସେମାନଙ୍କ ଗୁଜୁରାଣ କିପରି ମେଣ୍ଟିବ ସେଇ ଚିନ୍ତା ଏବେ ତାଙ୍କୁ ଘାରିଛି । ଏହି ଘଟଣାକୁ ନେଇ ଦୁଷ୍ମନ୍ତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଓ ଏସସିବି ସୁପରିଟେଣ୍ଡଣ୍ଟଙ୍କୁ ଚିଠି ଲେଖି ଚିକିତ୍ସା ପାଇଁ ଗୁହାରି କରିଛନ୍ତି । ସେ ଘରେ ଜଣିଏ କେବଳ ରୋଜଗାରିଆ ରହିଥିବାରୁ ସରକାରଙ୍କ ସହାୟତାରେ ଚିକିତ୍ସା ଓ ଅସ୍ତ୍ରୋପଚାର କରାଗଲେ ସବୁ ଠିକ ହୋଇଯିବ ବୋଲି ଆଶା ରଖିଛନ୍ତି । ଅପରପଟେ ଦୁଷ୍ମନ୍ତଙ୍କ ଏହି ଅଭିଯୋଗ ପରେ ମେଡିକାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 5, 2021, 8:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.