ETV Bharat / state

Durga Puja Special: ଚାନ୍ଦି ମେଢ ସହ ସୁନା ମୁକୁଟରେ ଝଲସୁଛନ୍ତି ହରପାର୍ବତି - କଟକ ଦୁର୍ଗାପୂଜା

ଦଶହରାରେ କଟକର ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । କାଠଗଡା ସାହି ପୂଜା ମଣ୍ଡପରେ ଦୁଇଟି ସ୍ଥାନରେ ମା'ଙ୍କୁ ପୂଜା କରାଯାଉଛି । ଅଧିକ ପଢନ୍ତୁ

durga puja at katha gada sahi mandap
କାଠଗଡା ସାହି ପୂଜା ମଣ୍ଡପରେ ଚାନ୍ଦିମେଢ
author img

By ETV Bharat Odisha Team

Published : Oct 22, 2023, 8:26 PM IST

କାଠଗଡା ସାହି ପୂଜା ମଣ୍ଡପରେ ଚାନ୍ଦିମେଢ

କଟକ: ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା' ଦୁର୍ଗା । ଦଶହରାରେ କଟକର ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ସହରରେ ୩୨ଟି ପୂଜା ମଣ୍ଡପରେ ଚାନ୍ଦି ମେଢରେ ଝଲସୁଛନ୍ତି ମହିଷାମର୍ଦ୍ଦିନି । ଏହି ମେଢ଼ଗୁଡିକ ମଧ୍ୟରୁ ଅନ୍ୟତମ ହେଉଛି କାଠଗଡା ସାହି ପୂଜା ମଣ୍ଡପ । ୧୯୫୦ ମସିହାରୁ ଏହି ମଣ୍ଡପରେ ପ୍ରଥମେ ହରପାର୍ବତୀଙ୍କ ପୂଜା କରାଯାଉଥିଲା ଓ ପରେ ଅର୍ଥାତ୍ ୧୯୬୩ରେ ଏଠାରେ ପ୍ରଥମ କରି ମୃଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ କରାଯାଇଥିଲା । ସେହି ସମୟରେ ଚାଳ ଘରେ ଆରମ୍ଭ ହୋଇଥିଲା ମା'ଙ୍କ ପୂଜାର୍ଚ୍ଚନା।

"୨୦୦୮ ମସିହାରେ ଏହି ମଣ୍ଡପ ଆରମ୍ଭ କଲା ଚାନ୍ଦି ମେଢ଼ । ସାହି ଲୋକଙ୍କ ସାହାଯ୍ୟରେ ପ୍ରାୟ ୩ କୁଇଣ୍ଟାଲ ଚାନ୍ଦିରେ ନିର୍ମାଣ ହୋଇଥିଲା ମେଢ । ସହରର ୧୦ ନମ୍ବର ମଣ୍ଡପ ଭାବରେ ଏଠାରେ ଚାନ୍ଦି ନିର୍ମାଣ କରାଯାଇଥିଲା । ସେହିପରି ୨୦୧୨ ମସିହାରେ ପ୍ରାୟ ୩ କେଜି ସୁନାରେ ମା'ଙ୍କ ମୁକୁଟ ନିର୍ମାଣ କରାଯାଇଥିଲା" ବୋଲି କହିଛନ୍ତି କାଠଗଡା ସାହି ପୂଜା କମିଟି ସଭାପତି । ତେବେ ଟଳିତ ବର୍ଷ ମା'ଙ୍କ ମୁକୁଟ ସାଙ୍ଗକୁ ଅଳଙ୍କାର, ପାର୍ଶ୍ଵ ଦେବାଦେବୀଙ୍କ ଅଳଙ୍କାର ବେଶ ଆକର୍ଷଣୀୟ ହୋଇଛି । ଏହାସହ ଏହି ସାହିରେ ବସବାସ କରୁଥିବା ସମସ୍ତଙ୍କ ଘରେ ଘରେ ଲଡୁ ଭୋଗ ବଣ୍ଟନ କରାଯିବାର ସ୍ବତନ୍ତ୍ର ପରମ୍ପରା ରହିଛି ।

ଏହି ମଣ୍ଡପରେ ଏକ ସ୍ବତନ୍ତ୍ରତା ହେଉଛି ସାହିରେ ବସବାସ କରୁଥିବା ସମସ୍ତଙ୍କ ଘରେ ଘରେ ଲଡୁ ଭୋଗ ବଣ୍ଟା ଯାଇଥାଏ । ପରମ୍ପରା ଅନୁଯାୟୀ ଏହି ଭୋଗ ସମସ୍ତଙ୍କୁ ଦିଆଯାଇଥାଏ। ତେବେ ଏହା କଟକର ଏକମାତ୍ର ପୂଜା କମିଟି ଯେଉଁଠାରେ ୨ଟି ସ୍ଥାନରେ ପୂଜା କରାଯାଇଥାଏ । ଗୋଟିଏ ମଣ୍ଡପରେ ଏବଂ ଅନ୍ୟ ଗୋଟିଏ ହେଉଛି ଘରୋଇ ପୂଜା । ୨୦୦୮ ମସିହାରେ ଏହି ମଣ୍ଡପରେ ଚାନ୍ଦି ମେଢ଼ ଆରମ୍ଭ କରାଯାଇଥିଲା।

ଏହା ବି ପଢନ୍ତୁ...Durga Puja Special: ବରଗଡ ଦୁର୍ଗା ପୂଜାରେ ଭାଇଚାରା ବାର୍ତ୍ତା, ଏକାଠି ଆରଧନା କରନ୍ତି ହିନ୍ଦୁ-ମୁସଲମାନ

ସାହି ଲୋକଙ୍କ ସାହାଯ୍ୟରେ ପ୍ରାୟ ୩ କୁଇଣ୍ଟାଲ ଚାନ୍ଦିରେ ନିର୍ମାଣ ହୋଇଥିଲା ଏହି ମେଢ । କଟକର ଚାନ୍ଦିମେଢ଼ ମାନଙ୍କ ମଧ୍ୟରେ ଏହା ୧୦ ନମ୍ବର ସ୍ଥାନରେ ରହିଛି । ଅର୍ଥାତ ସହରର ୧୦ ନମ୍ବର ମଣ୍ଡପ ଭାବରେ ଏଠାରେ ଚାନ୍ଦି ନିର୍ମାଣ କରାଯାଇଥିଲା । ସେହିପରି ୨୦୧୨ରେ ପ୍ରାୟ ୩ କିଲୋ ସୁନାରେ ମା'ଙ୍କ ମୁକୁଟ ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ମା'ଙ୍କ ଅଳଙ୍କାର ସମେତ ପାର୍ଶ୍ବ ଦେବାଦେବୀଙ୍କ ଅଳଙ୍କାର ସୁନାରେ ହେଉଥିବାବେଳେ ଆଗକୁ ସୁନାମେଢ କରିବାକୁ ଆଶା ରଖିଛି କମିଟି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.