କଟକ: ପଞ୍ଚାୟତ ନିର୍ଵାଚନକୁ ଆଖିରେ ରଖି ଗାଁ ଗଣ୍ଡାରେ ନକଲି ଵିଦେଶୀ ମଦର ଜାଲ ଵିଛା ସରିଲାଣି । କଟକ ଅଵକାରୀ ଫ୍ଲାଇଙ୍ଗ ସ୍କ୍ବାଡ୍ ପ୍ରାୟ ୪ଲକ୍ଷ ଟଙ୍କାର ନକଲି ଵିଦେଶୀ ମଦ ଜଵତ କରିଛି । ଵିଦେଶୀ ମଦର ଵ୍ରାଣ୍ଡକୁ ନକଲି କରି ଶସ୍ତାରେ ଵିକ୍ରି ପାଇଁ ଯୋଜନା କରାଯାଇଥିଲା ବୋଲି ଅଵକାରୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।
ଵୋତଲ ଅସଲି ରହିଥିବାବେଳେ ମାଲ୍ ନକଲି ରହିଛି । ନାମୀ ଦାମୀ ଵ୍ରାଣ୍ଡ ଆଉ ଲୋଗୋ ଲଗାଇ ଚାଲିଥିଲା ଵିଦେଶୀ ମଦର ବେପାର । ସୂଚନା ଅନୁଯାୟୀ, ଗତକାଲି(ରବିବାର) ରାତିରେ ଯାଜପୁରର ଚଢେଇଧରା ନିକଟରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ୍ ଚଢ଼ାଉ କରି ପ୍ରାୟ ୪ଲକ୍ଷ ଟଙ୍କାର ନକଲି ଵିଦେଶୀ ମଦ ଜଵତ କରିଛି ।
ଏହି ନକଲି ଵିଦେଶୀ ମଦ ଯାଜପୁର ଓ ଢେଙ୍କାନାଳ ସୀମାରେ ତିଆରି ହେଉଥିବା ଅଵକାରୀ ଵିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ଗାଡ଼ିରେ ଏହି ମଦ ଭୁଵନରୁ ଚଣ୍ଡିଖୋଲ ଚାଲାଣ ହେଉଥିଲା । ଜଵତ ମଦରେ ନକଲି ସିଲ ସହ ମଦରେ ଆଵର୍ଜନା ଭାସୁଥିବା ଦେଖାଯାଇଛି । ସେପଟେ ଗିରଫ ଅଭିଯୁକ୍ତ ମଦ ପଠାଇଥିଵା ବ୍ୟକ୍ତିଙ୍କୁ ଜାଣିନଥିଵା କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ