କଟକ: ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ମେଣ୍ଢା ଚୋରି । ଅଭିଯୁକ୍ତମାନେ ରାତିରେ ଗାଁ ଭିତରେ ପଶି ଚୋରି କଲେ ୩୭ ଗୋଟି ମେଣ୍ଢା। ଯାହାକୁ ନେଇ ବାଙ୍କି ଥାନାରେ ଅଭିଯୋଗ କରିଛନ୍ତି ମେଣ୍ଢା ଚାଷୀ ।
ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଗୁହାଳର କବାଟ ଖୋଲି ଅଭିଯୁକ୍ତମାନେ ମେଣ୍ଢା ଚୋରି କରି ନେଇଥିବା ବାଙ୍କି ଥାନାରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ରାତ୍ରି ସମୟରେ ପୋଲିସ ପାଟ୍ରୋଲିଂ ଠିକ୍ ଭାବରେ ହେଉନଥିବାରୁ ଅଭିଯୁକ୍ତମାନେ ଗାଁ ଭିତରେ ପଶି ରାତିରେ ମେଣ୍ଢା ଚୋରୁଛନ୍ତି । ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କର ଟେର ପାଇନଥିଲାବେଳେ, ଚୋରିକୁ ନେଇ ଚିନ୍ତାରେ ମେଣ୍ଢା ଚାଷୀ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ