ନିଆଳି: ଭାରତର ପ୍ରସିଦ୍ଧ କେଶ ପ୍ରତ୍ୟାରୋପଣ ଡାକ୍ତର ପ୍ରଦୀପ ସେଠୀଙ୍କ ଦ୍ବାରା ଛାତ୍ର ଛାତ୍ରୀ ପାଇଲେ ନିଯୁକ୍ତି । ଦୀର୍ଘ ଦୁଇ ବର୍ଷ ହେବ କୋରୋନା ପାଇଁ ଶିକ୍ଷା ବ୍ୟବସ୍ଥା ଭିତ୍ତିଭୂମି ଭୁଶୁଡି ପଡିଛି । ହେଲେ ଡାକ୍ତର ପ୍ରଦୀପ କିଛି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।
(Eugenix) ୟୁଜେନିକ୍ସ ପକ୍ଷରୁ ଏହି ନିଯୁକ୍ତି ସୃଷ୍ଟି କରିଛନ୍ତି ଡାକ୍ତର । ଖୋର୍ଦ୍ଧା ଜିଲ୍ଲା ବାଳକାଟି ସାଇ ସବୁରୀ ନର୍ସିଂ ହେଲଥ ସାଇନ୍ସ କଲେଜର ଛାତ୍ର ଛାତ୍ରୀ ଏହି ନିଯୁକ୍ତି ସୁଯୋଗ ପାଇଛନ୍ତି।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ