ETV Bharat / state

ଧବଳେଶ୍ବର ପୀଠରେ ପଞ୍ଚୁକ ଓ ବଡଓଷା ପାଇଁ ପ୍ରସ୍ତୁତ ପ୍ରଶାସନ - ପ୍ରସ୍ତୁତ ପ୍ରଶାସନ

ପଞ୍ଚୁକରେ ଧବଳେଶ୍ବରଙ୍କ ଦର୍ଶନ ପାଇଁ ପ୍ରଶାସନ ବ୍ୟାପକ ବ୍ୟବସ୍ଥା । ଝୁଲାପୋଲରେ 6 ଶହରୁ ଅଧିକ ଯାତ୍ରୀ ଗଲେ ବିପଦ ହେବାର ଆଶଙ୍କା ଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ 10ଟି ଡଙ୍ଗାର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ...

ଧବଳେଶ୍ବର ପୀଠରେ ପଞ୍ଚୁକ ଓ ବଡଓଷା ପାଇଁ ପ୍ରସ୍ତୁତ ପ୍ରଶାସନ
author img

By

Published : Nov 6, 2019, 11:28 PM IST

କଟକ: ଦିନକ ପରେ ପଞ୍ଚୁକ । ଧବଳେଶ୍ବର ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବ । କାରଣ ବିଶ୍ବାସ ରହିଛି ପଞ୍ଚୁକର ପାଞ୍ଚ ଦିନ ବାବାଙ୍କ ପାଖରେ ଯାହା ମାନସିକ କରାଯାଏ ତାହା ପୂରଣ ହୋଇଥାଏ । ତେବେ ଚଳିତବର୍ଷ ପଞ୍ଚୁକ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଝୁଲା ପୋଲ ସହ ଡଙ୍ଗା ସାହାଯ୍ୟରେ ଶ୍ରଦ୍ଧାଳୁ ଧବଳେଶ୍ବର ଶୈବପୀଠରେ ଦର୍ଶନ କରିବେ । ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ 10ଟି ଡଙ୍ଗାର ବ୍ୟବସ୍ଥା କରାଯାଇଛି । ଏସଆରସି ପକ୍ଷରୁ ବୋଟ ବ୍ୟବସ୍ଥା କରାଯାଇଛି । ଲାଇଫ ଜ୍ୟାକେଟ ପିନ୍ଧି ଶ୍ରଦ୍ଧାଳୁ ଧବଳେଶ୍ବର ପୀଠକୁ ଯାଇପାରିବେ । ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ପୋଲିସପ କ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା 8 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଧବଳେଶ୍ବର ପୀଠରେ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସୁରକ୍ଷା ଦାୟିତ୍ବରେ 50 ଅଫିସର ରହିବେ । ସେହିପରି 3 ଅତିରିକ୍ତ ଏସ୍‌ପି, 10 ଡିଏସ୍‌ପି, 20 ଆଇଆଇସି ସୁରକ୍ଷାର ତଦାରଖ କରିବେ । ପାର୍କିଂ ବ୍ୟବସ୍ଥା ପାଇଁ 4ଟି ପାର୍କିଂ ସ୍ଥାନର ବ୍ୟବସ୍ଥା କରାଯାଇଛି । ୱାନ୍ ୱେ ଟ୍ରାଫିକ ବ୍ୟବସ୍ଥା ସହ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଭକ୍ତଙ୍କୁ ଚାଲିବାକୁ ପଡିବ । ମଧୁସୂଦନ ସେତୁ ପାଖରୁ ଓ ଆଠଗଡ଼ ପଟୁ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କମିଶନରେଟ ପୋଲିସର କିଛିଅଂଶ ଏହି ରାସ୍ତାରେ ଥିବାରୁ ସେମାନଙ୍କ ସହ ଯୋଗାଯୋଗ କରାଯାଇଥିବା କଟକ ଗ୍ରାମାଞ୍ଚଳ ଏସ୍‌ପି କହିଛନ୍ତି।

ଆଠଗଡ଼ର ଆରାଧ୍ୟ ଶ୍ରୀ ଧବଳେଶ୍ବରଙ୍କ ପୀଠକୁ ଯିବା ପାଇଁ ମହାନଦୀ ଉପରେ ନିର୍ମାଣ କରାଯାଇଥିବା ଝୁଲାପୋଲର କ୍ଷମତା କ୍ରମଶଃ ହ୍ରାସ ପାଉଛି । ଝୁଲାପୋଲରେ ଏକ ସମୟରେ 6 ଶହରୁ ଅଧିକ ଯାତ୍ରୀ ଗଲେ ପୋଲ ପ୍ରତି ବିପଦ ଆଶଙ୍କା ରହିଛି।

ଧବଳେଶ୍ବର ପୀଠରେ ପଞ୍ଚୁକ ଓ ବଡଓଷା ପାଇଁ ପ୍ରସ୍ତୁତ ପ୍ରଶାସନ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଚଳିତବର୍ଷ ପଞ୍ଚୁକ ରେ ଧବଳେଶ୍ବର ଙ୍କ ଦର୍ଶନ ପାଇଁ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି ।ଝୁଲାପୋଲରେ ୬ ଶହ ରୁ ଅଧିକ ଯାତ୍ରୀ ଗଲେ ବିପଦ ହେବାର ଆଶଙ୍କା ଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ୧୦ ଟି ଡଙ୍ଗାର ବ୍ୟବସ୍ଥା କରିଛି ଜିଲ୍ଲାପ୍ରଶାସନ।ଯାତ୍ରୀମାନେ ପୋଲରେ ଯିବାସହ ଦଙ୍ଗାରେ ଗଲେ ଭିଡ଼ ଅନେକ ପରିମାଣରେ ନିୟନ୍ତ୍ରଣ ହୋଇପାରିବ ।ଆଉ ଝୁଲା ପୋଲରେ ବୋଝ ପଡିବ ନାହିଁ ।କହିବାକୁ ଗଲେ ପଞ୍ଚୁକ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଛି।

ଭିଜୁଆଲ WRAP ରେ ପଠାଯାଇଛି।

Body:(ଭିଓ -୧)ଦିନକ ପରେ ପଞ୍ଚୁକ।ଧବଳେଶ୍ବର ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବ।କାରଣ ବିଶ୍ୱାସ ରହିଛି ପଞ୍ଚୁକ ର ପାଞ୍ଚ ଦିନ ବାବାଙ୍କ ପାଖରେ ଯାହା ମାନସିକ ଲାଗି କରାଯାଏ,ତାହା ପୂରଣ ହୋଇଥାଏ।ତେବେ ଚଳିତବର୍ଷ ପଞ୍ଚୁକ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଝୁଲା ପୋଲ ସହ ଡଙ୍ଗା ସାହାଯ୍ୟରେ ଶ୍ରଦ୍ଧାଳୁ ମାନେ ଧବଳେଶ୍ବର ଶୈବପୀଠ ରେ ଦର୍ଶନ କରିବେ।ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ୧୦ ଟି ଡଙ୍ଗାର ବ୍ୟବସ୍ଥା କରାଯାଇଛି।ଏସଆରସି ପକ୍ଷରୁ ବୋଟ ବ୍ୟବସ୍ଥା କରାଯାଇଛି।ଲାଇଫ ଜ୍ୟାକେଟ ପିନ୍ଧି ଶ୍ରାଢାଳୁ ମାନେ ଧବଳେଶ୍ବର ପୀଠକୁ ଯାଇପାରିବେ।ଶ୍ରଢ଼ାଳୁ ମାନଙ୍କ ଶୁଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟମଧ୍ୟ ମୃତୟନ କରାଯାଇଥିବା କଟକ ଜିଲ୍ଲାପାଳ କହିଛନ୍ତି।

ବାଇଟ - ସାଗର ପାଳ,ଶ୍ରଢ଼ାଳୁ।
ବାଇଟ - ଭବାନୀଶଙ୍କର ଚୟିନୀ,କଟକ ଜିଲ୍ଲାପାଳ।

(ଭିଓ - ୨)ଭକ୍ତଙ୍କର ସୁରକ୍ଷିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଆସନ୍ତା ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଧବଳେଶ୍ବର ପୀଠରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯିବ।ସୁରକ୍ଷା ଦାୟିତ୍ୱରେ ୫୦ ଅଫିସର ରହିବେ।୩ ଅତିରିକ୍ତ ଏସ୍ପି,୧୦ ଡ଼ିଏସପି,୨୦ ଆଇଆଇସି ସୁରକ୍ଷାର ତଦାରଖ କରିବେ।ପାର୍କିଂ ବ୍ୟବସ୍ଥା ପାଇଁ ୪ ଟି ପାର୍କିଂ ସ୍ଥାନ ର ବ୍ୟବସ୍ଥା କରାଯାଇଛି।ଉଆନ ଓଏ ଟ୍ରାଫିକ ବ୍ୟବସ୍ଥା ସହ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଭକ୍ତଙ୍କୁ ଚାଲିବାକୁ ପଡିବ।ମଧୁସୂଦନ ସେତୁ ପାଖରୁ ଓ ଆଠଗଡ଼ ପଟୁ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।କମିଶନରେଟ ପୋଲିସର କିଛିଅଂଶ ଏହି ରାସ୍ତାରେ ଥିବାରୁ ସେମାନଙ୍କ ସହ ଯୋଗାଯୋଗ କରାଯାଇଥିବା କଟକ ଗ୍ରାମାଞ୍ଚଳ ଏସ୍ପି କହିଛନ୍ତି।

ବାଇଟ - ରାଧାବିନୋଦ ପାଣିଗ୍ରାହୀ,ଗ୍ରାମାଞ୍ଚଳ ଏସ୍ପି।

Conclusion:ଆଠଗଡ଼ର ଆରାଧ୍ୟ ଶ୍ରୀ ଧବଳେଶ୍ବର ଙ୍କ ପୀଠକୁ ଯିବା ପାଇଁ ମହାନଦୀ ମହାନଦୀ ଉପରେ ନିର୍ମାଣ କରାଯାଇଥିବା ଝୁଲାପୋଲ ର କ୍ଷମତା କ୍ରମଶଃ ହ୍ରାସ ପାଉଛି।ଝୁଲାପୋଲ ରେ ଏକ ସମୟରେ ୬ଶହ ରୁ ଅଧିକ ଯାତ୍ରୀ ଗଲେ ପୋଲ ପ୍ରତି ବିପଦ ଆଶଙ୍କା ରହିଛି।
କଟକରୁ ନାରାୟଣ ସାହୁ ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.