ETV Bharat / state

ଲିଫ୍ଟ ଅଚଳ, ସିଢିରେ ଚଢି ଲେବର ରୁମ୍‌କୁ ଗଲେ ପ୍ରସୂତି

author img

By

Published : Oct 23, 2020, 11:27 AM IST

Updated : Oct 23, 2020, 11:41 AM IST

ଲିଫ୍ଟ ଅଚଳ ଥିବାରୁ ଗର୍ଭବତୀ ମହିଳାଙ୍କୁ ସିଡିରେ ଟେକି ଟେକି ନେଲେ ପରିବାର ଲୋକେ । କଟକ ଏସସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ଲିଫ୍ଟ ଅଚଳ, ଲେବର ରୁମକୁ ଚାଲି ଚାଲି ଯାଉଛନ୍ତି ପ୍ରସୂତି

କଟକ: ପୁଣି ଜନନୀ ଯନ୍ତ୍ରଣା । ଏଥର କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ କଟକରେ ଦେଖିବାକୁ ମିଳିଛି । ଲିଫ୍ଟ ଅଚଳ ଥିବାରୁ ଗର୍ଭବତୀ ମହିଳାଙ୍କୁ ସିଡିରେ ଟେକି ଟେକି ନେଲେ ପରିବାର ଲୋକେ । ରାଜ୍ୟର ବଡ ମେଡିକାଲ କୁହାଯାଉଥିବା କଟକ ଏସସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ଲିଫ୍ଟ ଅଚଳ ଥିବାରୁ ପ୍ରସବ ଯନ୍ତ୍ରଣା ସମୟରେ ମହିଳା ଜଣଙ୍କ ନିଜେ ନିଜେ ଚାଲି ଚାଲି ଯାଉଛନ୍ତି ଲେବର ରୁମ୍‌କୁ । ରାଜ୍ୟ ସରକାର ଏସସିବି ମେଡିକାଲକୁ ଏମସ୍‌ ପ୍ଲସ ମେଡିକାଲ କଥା ଚିନ୍ତା କରୁଛନ୍ତି । ରୋଗୀ କିପରି ବାଟରେ ହଇରାଣ ନ ହେବ ରାସ୍ତା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ମେଡିକାଲ ଭିତର ଲିଫ୍ଟ ଖରପ ଯୋଗୁଁ ରୋଗୀ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏନେଇ ଏସସିବି କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 23, 2020, 11:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.