ETV Bharat / state

ମୁଣ୍ଡ ନୁଆଁଇଲେ ସିଏମସି କମିଶନର; ତୁଟିଲା ବିବାଦ, ଆନ୍ଦୋଳନରୁ ଓହରିଲେ ବିରୋଧୀ କର୍ପୋରେଟର - କଟକ ମହାନଗର ନିଗମ କାଉନସିଲ ବୈଠକ ମାମଲା

କଟକ ମହାନଗର ନିଗମ କାଉନସିଲ ବୈଠକରେ ସିଏମସି ଅଫିସର ଏବଂ ବିରୋଧୀ କର୍ପୋରେଟର ଙ୍କ ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ। ସିଏମସି ବୈଠକରେ ଯୋଗଦେଲେ ବିରୋଧୀ କର୍ପୋରେଟର । ଅଧିକ ପଢ଼ନ୍ତୁ

ସିଏମସି ବୈଠକରେ ଯୋଗଦେଲେ ବିରୋଧୀ କର୍ପୋରେଟର
ସିଏମସି ବୈଠକରେ ଯୋଗଦେଲେ ବିରୋଧୀ କର୍ପୋରେଟର
author img

By

Published : Feb 14, 2023, 8:19 PM IST

ସିଏମସି ବୈଠକରେ ଯୋଗଦେଲେ ବିରୋଧୀ କର୍ପୋରେଟର

କଟକ: ସିଏମସି ଅଫିସର ଏବଂ ବିରୋଧୀ କର୍ପୋରେଟର ଙ୍କ ବିବାଦ ମାମଲାରେ ପଡିଲା ପୂର୍ଣ୍ଣଚ୍ଛେଦ । ମୁଣ୍ଡ ନୋଇଁଲେ ସିଏମସି କମିଶନର।ବିରୋଧୀଙ୍କ ୪ ଦାବି ମାନିନେଲେ କମିଶନର।ଆନ୍ଦୋଳନ ରୁ ଓହରିଲେ ବିରୋଧୀ କର୍ପୋରେଟର।ତେବେ ବିରୋଧୀଙ୍କ ୪ ଦଫା ଦାବି ପୂରଣ କରିବାକୁ ସିଏମସି କମିଶନର ପ୍ରତିଶ୍ରୁତି ପରେ ଶାନ୍ତ ପଡ଼ିଥିଲେ ବିରୋଧୀ।୪ ଦଫା ଦାବି ଗୁଡିକ ହେଉଛି ଯନ୍ତ୍ରୀ ଡି ଆର ତ୍ରିପାଠୀ ଙ୍କୁ ବଦଳି କରିବା,ନୂତନ ଫଳକ ନିର୍ମାଣ କରି ସେଥିରେ ବିଧାୟକଙ୍କ ନାମ ଲେଖିବା, ବିଧାୟକଙ୍କୁ କ୍ଷମା ପାର୍ଥନା କରିବା ଏବଂ ଗତକାଲି କାଉନସିଲ ବୈଠକ ରେ ନିଆଯାଇଥିବା ନିଷ୍ପତ୍ତି କୁ ରଦ୍ଧ କରିବା ।

ଗତକାଲି(ସୋମବାର) ଠାରୁ ଆନ୍ଦୋଳନ ରେ ବସିଥିବା ବିରୋଧୀ କର୍ପୋରେଟର ମାନେ ଏହି ୪ ଦଫା ଦାବି ନେଇ ସିଏମସି କାର୍ଯ୍ୟାଳୟ ଆଗରେ ବସି ରହିଥିଲେ।ତେବେ ଅପରାହ୍ନ ସମୟରେ କମିଶନର ଆନ୍ଦୋଳନକାରୀ ଙ୍କୁ ଭେଟି ଆଲୋଚନା ପାଇଁ ନିଜ କାର୍ଯ୍ୟାଳୟ କୁ ଡାକିଥିଲେ । ଏବଂ ସେଠାରେ ମେୟରଙ୍କ ଉପସ୍ଥିତ ରେ ବିବାଦର ସମାଧାନ ହୋଇଥିଲା । ଅହରାତ୍ର ସିଏମସି କାର୍ଯ୍ୟାଳୟ ଆଗରେ ବସିରହିଥିଲେ ସିଏମସି ବିରୋଧୀ କର୍ପୋରେଟର। ସିଏମସି ର ଯନ୍ତ୍ରୀ ଡି ଆର ତ୍ରିପାଠୀ ଏବଂ କମିଶନରଙ୍କ ବଦଳି ଦାବିରେ ଜିଦ ରେ ଅଟଳ ରହିଥିଲେ ବିରୋଧୀ କର୍ପୋରେଟର।

ଗତକାଲି (ସୋମବାର) କଟକ ମହାନଗର ନିଗମ କାଉନସିଲ ବୈଠକ ରେ ହୋ ହାଲ୍ଲା ପାଟି ତୁଣ୍ଡ ଭଙ୍ଗା ରୁଜା କଲେ ବିରୋଧୀ ବିଜେପି ଓ କଂଗ୍ରେସ କର୍ପୋରେଟର। ବିଭିନ୍ନ ଉନ୍ନୟନ ମୂଳକ ଉଦଘାଟନୀ ଫଳକରେ ବାରବାଟୀ କଟକ ବିଧାୟକ ଙ୍କ ନାଁ ନ ରଖିବା ଓ ବିଧାୟକ ଙ୍କୁ ନିମନ୍ତ୍ରଣ ନ କରିବାକୁ ନେଇ ବିରୋଧୀ କରିଥିଲେ ପାଟିତୁଣ୍ଡ। କାଉନସିଲ ବର୍ଜନ କରି ଧାରଣା ଦେଇଥିଲେ କର୍ପୋରେଟର। ସେପଟେ ସହରରେ କିଭଳି ବିକାଶ ହେବ ଉନ୍ନତି ହେବ ସେ ନେଇ ବିଜେଡି କର୍ପୋରେଟର ଙ୍କ ସହ ଆଲୋଚନା କରି କାଉନସିଲ ଚଳାଇଥିଲେ ମେୟର ଓ କମିଶନର।

କଟକ ମହାନଗର ନିଗମ କାଉନସିଲ ରେ ଗତକାଲି ଦେଖିବାକୁ ମିଳିଥିଲା ଅଭାବନିୟ ପରିସ୍ଥିତି। ସହରର ବିଭିନ୍ନ ୱାର୍ଡ ର ଉଦଘାଟନୀ କାର୍ଯ୍ଯ କୁ ବାରବାଟୀ-କଟକ ବିଧାୟକ ଙ୍କୁ ନିମନ୍ତ୍ରଣ ନକରିବା ଏଭଳି କି ନାମ ଫଳକ ରେ ନା ନଥିବ ନେଇ କଂଗ୍ରେସ କର୍ପୋରେଟର ଆରମ୍ଭ କରିଥିଲେ ହୋ ହାଲ୍ଲା। ଆଉ ଏହାକୁ ସମର୍ଥନ ଦେଇ ବିଜେପି କର୍ପୋରେଟର ବି ହୋ ହାଲ୍ଲା କରିଥିଲେ। ଏଥିସହ ସିଏମସିରେ କାର୍ଯ୍ଯରତ ଏକଜିକ୍ୟୁଟିଭ ଇଞିନିୟର କର୍ପୋରେଟରଙ୍କୁ ଫୋନ କରି ଦୁର୍ବ୍ୟବହାର କୁ ନେଇ ତାତି ଥିଲେ କଂଗ୍ରେସ କର୍ପୋରେଟର। କାଉନସିଲ ହଲ ରେ କାଚ ଗ୍ଲାସ ଭାଙ୍ଗିବା ସହ କାଉନସିଲ ବର୍ଜନ କରି ପ୍ରଥମେ କାଉନସିଲ ବାହାରେ ଓ ପରେ ସିଏମସି ଅଫିସ ସମ୍ମୁଖରେ ଧାରଣା ରେ ବସିଥିଲେ। ତେବେ କଂଗ୍ରେସ କର୍ପୋରେଟର ଙ୍କୁ ସମର୍ଥନ ଜଣାଇଥିଲେ ବିଜେପି କର୍ପୋରେଟର। ଏଥିସହ ବାଲିଯାତ୍ରାରେ ହୋଇଥିବା ଖର୍ଚ୍ଚ ର ସମ୍ପୂର୍ଣ୍ଣ ତଥ୍ଯ ନ ଦେବାରୁ ଉଭୟ ବିଜେପି ଓ କଂଗ୍ରେସ କର୍ପୋରେଟର ଧାରଣା ଦେଇଥିଲେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.