ETV Bharat / state

ଦୁର୍ଦ୍ଦିନରେ ଦୁଗ୍ଧ ବ୍ୟବସାୟୀ: ନଷ୍ଟ ହୋଇଛି ଶହଶହ ଲିଟର କ୍ଷୀର - Lockdown

କୋରୋନାକୁ ପ୍ରତିହତ କରିବା ପାଇଁ ସରକାର ଘୋଷଣା କରିଥିବା ଲକଡାଉନର ପ୍ରଭାବ ଏବେ ସିଧା ସଳଖ ପଡ଼ିଛି ବ୍ୟବସାୟୀଙ୍କ ଉପରେ । ଆଉ ଏଥିରେ ବେଶି ପ୍ରଭାବୀତ ହେଉଛନ୍ତି କଟକ ଖାନ୍ ନଗର ଅଞ୍ଚଳର ଦୁଗ୍ଧ ଚାଷୀ । 50 ଟଙ୍କା ଯାଗାରେ 30 ଟଙ୍କାରେ କ୍ଷୀର ବିକ୍ରି କରିବାକୁ ପଡ଼ୁଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦୁଗ୍ଧ ବ୍ୟବସାୟୀଙ୍କୁ ସହାୟତ କରିବାକୁ ନିବେଦନ କରିଛି ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘ। ଅଧିକ ପଢନ୍ତୁ...

Lockdown has a direct impact on dairy traders
କୋରୋନା ମାଡରେ କ୍ଷୀର ବ୍ୟବସାୟୀଙ୍କ ମେରୁଦଣ୍ଡ ବଙ୍କା !
author img

By

Published : May 1, 2020, 11:44 AM IST

କଟକ: ସାରା ବିଶ୍ବକୁ କବଳିତ କରିଛି ମହାମାରୀ କୋରୋନା । ଆଉ ଏହାକୁ ପ୍ରତିହତ କରିବା ପାଇଁ ସାରାଦେଶ ଏବେ ଲକଡାଉନ । କିନ୍ତୁ ଏହି ଲକଡାଉନର ପ୍ରତିକୂଳ ପ୍ରଭାବ ସିଧାସଳଖ ପଡ଼ିଛି ଦୁଗ୍ଧ ବ୍ୟବସାୟୀଙ୍କ ଉପରେ । ପ୍ରତିଦିନ ସହିବାକୁ ପଡ଼ୁଛୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି । ଏଇ ଲକଡାଉନ ଯୋଗୁଁ ସବୁ ଦୋକାନ ବଜାର ବନ୍ଦ । ଫଳରେ ଏବେ ଅଭାବି ବିକ୍ରିର ସାମ୍ନା କରୁଛନ୍ତି କଟକ ଖାନ୍ ନଗର ଅଞ୍ଚଳର ଦୁଗ୍ଧ ଚାଷୀ ନିର ଦାଶ ଓ ନୁରୁ ଦାଶ। 50 ଟଙ୍କା ଯାଗାରେ 30 ଟଙ୍କାରେ କ୍ଷୀର ବିକ୍ରି କରିବାକୁ ପଡ଼ୁଛି ସେମାନଙ୍କୁ । ଆଉ ଦୋକାନ ହୋଟେଲକୁ ଦୁଗ୍ଧ ତିଆରି ଜିନିଷ ଯାଇ ନ ପାରି ନଷ୍ଟ ହେଉଛି ଶହ ଶହ ଲିଟର କ୍ଷୀର ।

କୋରୋନା ମାଡରେ କ୍ଷୀର ବ୍ୟବସାୟୀଙ୍କ ମେରୁଦଣ୍ଡ ବଙ୍କା !

ସମଗ୍ର ରାଜ୍ୟର ଚାଷୀକୁଳ ଏବେ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ରାଜ୍ୟରେ ଉତ୍ପାଦିତ ହେଉଥିବା କ୍ଷୀର ମଧ୍ୟରୁ ଓମଫେଡ ମାତ୍ର ୩୦ ପ୍ରତିଶତ କ୍ଷୀର ସଂଗ୍ରହ କରିଥାଏ। ତାହା ପୁଣି ମାନମାନିରେ। ଆଉ ଏବେ ଓମଫେଡ ସେଥିରୁ ପ୍ରାୟ ୫୦ ପ୍ରତିଶତ କ୍ଷୀର ନେବା ବନ୍ଦ କରିଦେଇଛନ୍ତି। ଏପଟେ ଗାଇ ଦାନା ଦର ୩୦ ପ୍ରତିଶତ ବୃଦ୍ଧି ପାଇବାରୁ ଚାଷୀଟିଏ ଗାଈକୁ ଦାନା ଦେବାରେ ସକ୍ଷମ ହୋଇପାରୁ ନାହିଁ। ଫଳରେ ଗାଈ ମାନଙ୍କର ସ୍ୱାସ୍ଥ୍ୟ ଖରାପ ହେବାର ଲାଗିଲାଣି।

ତେବେ କୋରୋନା ପ୍ରତିହତ କରିବା ପାଇଁ ସରକାର ଏହି ଲକଡାଉନ ଘୋଷଣା କରିଥିଲେ । ହେଲେ ଏବେ ଏ ଲକଡାଉନ ଛଡ଼ାଇ ନେଇଛି ଚାଷୀକୂଳଙ୍କ ଜୀବିକା । ଯଦି ଏମିତି ଚାଲେ ତେବେ ତେବେ ଆଗାମୀ ଦିନରେ ଚାଷୀ ଭୋକ ଉପାଶରେ ମରିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ । ତେଣୁ ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦୁଗ୍ଧ ବ୍ୟବସାୟୀଙ୍କୁ ସହାୟତ କରିବାକୁ ନିବେଦନ କରିଛି ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.