ETV Bharat / state

ଧନେଶ୍ୱର ବେହେରା ହତ୍ୟା ଘଟଣା, ତଦନ୍ତ ପାଇଁ ଡିଜିଙ୍କୁ ଭେଟିଲେ ପରିବାର ଲୋକେ - ନ୍ୟାୟ ଦାବିରେ ଡିଜିଙ୍କୁ ଭେଟିଲେ ପରିବାର ଲୋକେ

ଧନେଶ୍ବର ବେହେରା ହତ୍ୟା ଘଟଣା । ନ୍ୟାୟ ଦାବିରେ ଡିଜିଙ୍କୁ ଭେଟିଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ

dhaneswar behera murder case
ଧନେଶ୍ବର ବେହେରା ହତ୍ୟା ଘଟଣା
author img

By

Published : Dec 20, 2022, 10:15 PM IST

ଧନେଶ୍ବର ବେହେରା ହତ୍ୟା ଘଟଣା

କଟକ: ଧନେଶ୍ୱର ବେହେରାଙ୍କ ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଡିଜିଙ୍କୁ ଭେଟିଲେ ପରିବାର ଲୋକେ । ନ୍ୟାୟ ପାଇଁ ଡିଜିଙ୍କ ନିକଟରେ ଦାବି କରିଛନ୍ତି । ଗତ ମେ ମାସରେ କଟକ ଗତିରାଉତ ପାଟଣା ଅଞ୍ଚଳର ଗଙ୍ଗାଧର ବେହରାଙ୍କ ପୁଅ ଧନେଶ୍ଵର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ସନ୍ଦେହଜନକତ ଭାବେ ମୃତ୍ୟୁ ହୋଇଥିଲା ।

ସୂଚନା ଅନୁଯାୟୀ, ଗତ ମେ ମାସରେ କଟକ ଗତିରାଉତ ପାଟଣା ଅଞ୍ଚଳର ଗଙ୍ଗାଧର ବେହରାଙ୍କ ପୁଅ ଧନେଶ୍ଵର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ରହୁଥିବା ତାଙ୍କ ଧର୍ମୀପତ୍ନୀଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ଏହାର 13 ଦିନ ପରେ ଧନେଶ୍ଵରଙ୍କ ପରିବାରକୁ ଆସିଥିଲା ଏକ ଫୋନ କଲ । ପୁଅର ଦେହ ଖରାପ ଶୀଘ୍ର ପାଟଣାଗଡ଼ ଆସିବା ପାଇଁ ଝିଅର ପରିବାର ଲୋକେ କହିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ପୁଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ମୃତକଙ୍କ ବାପା । ଏହାପରେ ମେଡିକାଲରେ ମୃତଦେହ ବ୍ୟବଛେଦ ଗୃହ ନିକଟରେ ଦେଖିବାକୁ ପାଇଥିଲେ ଧନେଶ୍ଵରଙ୍କ ମର ଶରୀର । ତାଙ୍କ ଶରୀରେ ଅନେକ କ୍ଷତ ଚିହ୍ନ ଥିଲା । ତେଣୁ ପୁଅକୁ ପିଟି ପିଟି ହତ୍ଯା କରାଯାଇଥିବା ସେ ଜାଣିବାକୁ ପାଇଥିଲେ ।

ତେଣୁ ଏହି ଘଟଣାକୁ ନେଇ ସ୍ଥାନୀୟ ପାଟଣାଗଡ଼ ଥାନାରେ ଧନେଶ୍ଵରଙ୍କ ବାପା ଗଙ୍ଗାଧର ଏକ ମାମଲା ରୁଜୁ କରିଥିଲେ । କିନ୍ତୁ ଥାନା ଅଧିକାରୀ ମାମଲା ଉପରେ କୌଣସି ଦୃଷ୍ଟିପାତ କରି ନଥିଲେ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ବାପା। ମୃତଦେହ ବ୍ୟବଚ୍ଛେଦ ପରେ ପୁଅକୁ କଟକ ଆଣି ଶୁଦ୍ଧିକ୍ରିୟା ସାରିବା ପରେ ପୁନର୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା । ଶେଷରେ ନିରାଶ ହୋଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ । ତେଣୁ ଆଜି ଡିଜିଙ୍କ କାର୍ଯ୍ୟଳୟରେ ଆସି ପୁଅକୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଦାବି ଜଣାଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.