କଟକ: ଭଦ୍ରକ ଧାମନଗର ଉପନିର୍ବାଚନ (Dhamnagar By Poll) ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥାର ସମିକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶ ସୁନିଲ ବଂଶଲ ।
ଭିସି ମାଧ୍ୟମରେ ଉପନିର୍ବାଚନ ପାଇଁ ପୋଲିସ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜି । ନିର୍ବାଚନ ଆୟୋଗଙ୍କ ସମସ୍ତ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବା ପାଇଁ ଡିଜିପି ଗୁରୁତ୍ବ ଦେଇଛନ୍ତି । ନିର୍ବାଚନ ପାଇଁ 4 କମ୍ପାନୀ ସିଆରପିଏଫ, 20 ପ୍ଲାଟୁନ ପୋଲିସ ଫୋର୍ସ, 46ଟି ମୋବାଇଲ ପାଟ୍ରେଲିଂ ପାର୍ଟି, 3ଟି ଫ୍ଲାଇଂ ସ୍ବାର୍ଡ ଓ ତିନୋଟି ଏସଏସଟି ନିୟୋଜିତ ହେବେ । ବିଭିନ୍ନ ସ୍ଥାନରେ ନାକା ଓ ଚେକ ପଏଣ୍ଟ ମାନ କରାଯିବ ।
ସେହିପରି ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଓ ପେଶାଦାର ଅପରାଧିଙ୍କୁ ପ୍ରତିଶେଧକ ମୂଳକ ଗରିଫଦାରୀ, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ପାଇ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।
ଇଟିଭି ଭାରତ, କଟକ