କଟକ: ପୁଣି ଲେଉଟିଲା କଟକ ସହରରେ ଡେଙ୍ଗୁ । ଶନିବାର ଏସସିବି ଡେଙ୍ଗୁ ବିଭାଗରେ ୫୧ ଜଣ ଡେଙ୍ଗୁରୋଗୀ ଥିବାବେଳେ, ସେଥିରୁ ୩ ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।
ସେହିପରି ଆଜି ଏସସିବିରେ ୧୧୯ ଟି ରକ୍ତନମୁନା ପରୀକ୍ଷା କରାଯାଇଥି ବେଳେ ସେଥିରୁ ୨୬ ଟି ରକ୍ତନମୁନା ପଜିଟିଭ ଥିବା ଜଣାପଡିଛି ।
ସେଥିରୁ କଟକରୁ ସର୍ବାଧିକ ୮ ଟି , ଯାଜପୁରରୁ ୬ ଟି, କେନ୍ଦ୍ରାପଡଡାରୁ ୫ , ବାଲେଶ୍ଵରରୁ ୪ ଓ ଭଦ୍ରକରୁ ୩ ଟି ରକ୍ତ ନମୁନା ପଜିଟିଭ ଆସିଛି । ସବୁଠାରୁ ବଡ କଥା ହେଉଛି, କଟକ ସହର ମଧ୍ୟରେ ଡେଙ୍ଗୁରୋଗୀ ଦେଖିବାକୁ ମିଳିଛି । ଖାନନଗର, କାଠଗୋଲାସାହି, ଏସସିବି କ୍ୟାମ୍ପସ, ନୂଆବଜାର, ସାନ୍ତସାହି, ଛତିଆ, ବୟାଳୀସ ମୌଜାଓ ନିଶ୍ଚିତକୋଇଲି ଅଞ୍ଚଳରେ ଡେଙ୍ଗୁରୋଗୀ ଦେଖିବାକୁ ମିଳିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ