ETV Bharat / state

କମୁଛି ଜଳସ୍ତର, ବାହ୍ୟ ଜଗତରୁ ବିଚ୍ଛିନ୍ନ ତଳିଆ ଅଞ୍ଚଳ - ବାହ୍ୟ ଜଗତରୁ ବିଚ୍ଛିନ୍ନ ତଳିଆ ଅଞ୍ଚଳ

କମୁଛି ଜଳସ୍ତର । ହେଲେ ଏବେ ମଧ୍ୟ କଟକ ଜିଲ୍ଲାର କେତେକ ଅଞ୍ଚଳରେ ଯୋଗଯୋଗ ବିଚ୍ଛିନ୍ନ ହେବା ସହ ତିଗିରିଆ ବ୍ଲକର ଚଷାଆଁରା ଗାଁଟି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ
author img

By

Published : Aug 17, 2019, 11:03 AM IST

କଟକ: ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି । କଟକ ମହାନଦୀ ଅବବାହିକାରେ ଥିବା ତିଗିରିଆ, ବାଙ୍କୀ, ବଡମ୍ବା, ଅଞ୍ଚଳରେ ବନ୍ୟାପାଣି ପ୍ରବାହିତ ହେବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ବାଙ୍କୀ ବ୍ଲକର ରତାଗଡରେ ହୁଳୁହୁଳା ନାଳ ଦେଇ ମହାନଦୀର ବନ୍ୟା ପାଣି ଆସିଯିବାରୁ ବାଙ୍କୀ ଓ ତିଗିରିଆ ବ୍ଲକର ୧୪ ଟି ପଞ୍ଚାୟତକୁ ଯୋଗଯୋଗ ବିଚ୍ଛିିନ୍ନ ହୋଇଯାଇଛି ।

ଏହା ସହ ତିଗିରିଆ ବ୍ଲକର ଚଷାଆଁରା ଗ୍ରାମରେ ବୁଧବାର ରାତି ୧୧ଟାରେ ବନ୍ୟାପାଣି ପଶିବା ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି ଏହି ଗାଁ । ପୂର୍ବରୁ ଏଠାରେ ଯୋଗାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ବ୍ଲକ ପ୍ରଶାସନକୁ ଲୋକଙ୍କୁ କିଭଳି ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ସେଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ସେପଟେ, ମହାନଦୀର ଉପର ମୁଣ୍ଡରେ ବର୍ଷା କମିବା ଫଳରେ ରାଜ୍ୟରେ ନାହିଁ ବଡ ବନ୍ୟାର ଭୟ ନାହିଁ । 20ଟି ଗେଟରୁ 10ଟି ଗେଟ ବନ୍ଦ କରିଦିଆଯାଇଥିବାବେଳେ ସମସ୍ତ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ତଳେ ଜଳ ପ୍ରବାହିତ ହେଉଛି ବୋଲି ଜଳ ସମ୍ପଦ ସଚିବ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଲଘୁଚାପ ପ୍ରଭାବରେ ଉପରେ ମୁଣ୍ଡରେ ଲଗାଣ ବର୍ଷା ଫଳରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇ ଏକ ପ୍ରକାରର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।କଟକ ଜିଲ୍ଲା ର ମହାନଦୀ ଅବବାହିକାରେ ଥିବା ତିଗିରିଆ, ବାଙ୍କୀ, ବଡମ୍ବା, ଅଞ୍ଚଳରେ ବନ୍ୟାପାଣି ପ୍ରବାହିତ ହେବା ଫଳରେ ଯୋଗାଯୋଗ ଏକ ପ୍ରକାର ବିଛିର୍ନ ହୋଇ ପଡିଛି। ବାଙ୍କୀ ବ୍ଲକର ରତାଗଡ ଠାରେ ଥିବା ହୁଳୁହୁଳା ନାଳ ଦେଇ ମହାନଦୀର ପଛୁଆ ପାଣି ଆସି ବାଙ୍କୀ ଓ ତିଗିରିଆ ବ୍ଲକର ୧୪ ଟି ପଞ୍ଚାୟତ କୁ ଯୋଗଯୋଗ ବିଛିନ୍ନ ହୋଇପଡିଥିବା ବେଳେ ତିଗିରିଆ ବ୍ଲକର ଚଷାଆଁରା ଗ୍ରାମଟି ବୁଧବାର ରାତି ୧୧ ଟା ସମୟରେ ବନ୍ୟାପାଣି ପଶିବା ଫଳରେ ବାହ୍ଯଜଗତରୁ ବିଛିର୍ନ ହୋଇପଡିଛି ଗାଁ । ଜଳସ୍ତର ଆସ୍ତେ ଆସ୍ତେ କମିବାରେ ଲାଗିଛି ।ତେବେ ଏବେବି ବାହ୍ଯଜଗତରୁ ବିଛିର୍ନ ହୋଇ ରହିଛି ତିଗିରିଆ ର ଚଷାଆଁରା ଗ୍ରାମ। ଅନ୍ୟପଟେ ହୀରାକୁଦ ର ୨୦ ଟି ଗେଟ ଦେଇ ବନ୍ୟାଜଳ ଛଡା ଯାଉଥିବା ବେଳେ ଜଳସ୍ତର ବଢିବାର ସମ୍ଭାବନା ରହିଛି।ଚଷାଆଁରା ଗ୍ରାମରେ ଖାଦ୍ଯ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ବ୍ଲକ ପ୍ରଶାସନ କୁ ଲୋକଙ୍କୁ କିଭଳି ଶୁଖିଲା ଓ ରନ୍ଧା ଖାଦ୍ଯ ଯୋଗାଇ ଦିଆଯିବ ସେଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.