ETV Bharat / state

ଅଜଣା ବ୍ୟକ୍ତିର ମୃତଦେହ ଠାବ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ - devi river

ଗୋବିନ୍ଦପୁର ଥାନା ଅନ୍ତର୍ଗତ ବାଗଲପୁର ଅଲ୍ଲିପଡା ରାସ୍ତାର ଝାରପଡା ଦେବୀ ନଦୀ ପୋଲ ଉପରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Feb 9, 2019, 1:35 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
କଟକ: ଗୋବିନ୍ଦପୁର ଥାନା ଅନ୍ତର୍ଗତ ବାଗଲପୁର ଅଲ୍ଲିପଡା ରାସ୍ତାର ଝାରପଡା ଦେବୀ ନଦୀ ପୋଲ ଉପରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ବିପଦ ସଙ୍କୁଳ ପୋଲରେ ଦୁର୍ଘଟଣାଗ୍ରସ୍ତ ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
undefined

ଶନିବାର ସକାଳୁ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏହି ଘଟଣାପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ରାସ୍ତାର ମରାମତି ପାଇଁ ଅଡି ବସିଛନ୍ତି । ଘଟଣାସ୍ଥଳରେ କଣ୍ଟାପଡା ତହସିଲଦାର ଓ ଗୋବିନ୍ଦପୁର ଥାନାଧିକାରୀ ପହଞ୍ଚି ଲୋକଙ୍କୁ ବୁଝାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ତେବେ ଦୀର୍ଘ ଦିନ ହେବ ଏହି ପୋଲଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଜଗତସିଂହପୁର ଓ ପାରାଦୀପକୁ ସଂଯୋଗ କରୁଥିବା ଏହି ରାସ୍ତାଟି କମ୍ ସମୟର ବାଟ ହୋଇଥିବା କାରଣରୁ ବହୁ ସଂଖ୍ୟାରେ ଯାନବାହାନ ଯାତାୟତ କରେ । କିନ୍ତୁ ପୋଲଟିର ମରାମତି ପାଇଁ ପ୍ରଶାସନ ଅବହେଳା କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଏହି ଘଟଣାପରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ କଣ୍ଟାପଡା ତହସିଲଦାର ଓ ଗୋବିନ୍ଦପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

କାନ୍ଥ ଭୁଷୁଡି ମା' ସମେତ 3 ଶିଶୁ ମୃତ

ଚିତ୍ରଦୁର୍ଗ: ଘର କାନ୍ଥ ଭୁଷୁଡିବାରୁ ଆଖି ବୁଜିଛନ୍ତି ଗୋଟିଏ ପରିବାରର 4 ସଦସ୍ୟ । ଶନିବାର ସକାଳେ ଚାଲକେରେ ତାଲୁକ ଅନ୍ତର୍ଗତ ରାମଯୋଗୀହାଲିରେ ଘଟିଛି ଏହି ଘଟଣା । ଯେଉଁଥିରେ କାନ୍ଥ ଭୁଷୁଡିବାରୁ ମା' ସମେତ 3 ଶିଶୁ ପ୍ରାଣ ହରାଇଛନ୍ତି । 

ସୂଚନା ମୁତାବକ ମୃତ ମହିଳା ଜଣଙ୍କ ହେଉଛନ୍ତି ନାଗରତ୍ନମ୍ମା ଓ ମୃତ ଶିଶୁମାନେ ହେଉଛନ୍ତି କୋମଲା(2), ତୀର୍ଥବର୍ଦ୍ଧନା(4), ଯଶସ୍ବିନୀ(5) । ଏତତ୍‌ ବ୍ୟତୀତ ଘଟଣାରେ ଆହତ ହୋଇଥିବା ପରିବାରର ଅନ୍ୟ ସଦସ୍ୟ ଚନ୍ଦ୍ରଶେଖର ଓ ଦେବିକାଙ୍କୁ ବର୍ତ୍ତମାନ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । 

ଏହି ଦୁର୍ଘଟଣାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.