କଟକ: ଗ୍ୟାଙ୍ଗଷ୍ଟାର ହାଇଦର କୋଭିଡ ପଜିଟିଭ ରିପୋର୍ଟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । RTPCR ଟେଷ୍ଟରୁ ହାଇଦର ପଜିଟିଭ ଥିବା ଜଣାପଡିଛି । ପୂର୍ବରୁ ଆଣ୍ଟି ଜେନ ରିପୋର୍ଟ ନେଗେଟିଭ ଆସିଥିଲା । ଚୌଦ୍ୱାର ଜେଲରେ ଆଇସୋଲେସନରେ ହାଇଦରକୁ ରଖାଯାଇଛି । ବର୍ତ୍ତମାନ ତାର ରିମାଣ୍ଡ କାର୍ଯ୍ୟକାରୀ ହେବ ନାହିଁ ।
ସଂକ୍ରମଣରୁ ମୁକ୍ତ ନହେବା ପର୍ଯ୍ୟନ୍ତ ରିମାଣ୍ଡରେ ଆସିବ ନାହିଁ ହାଇଦର । ଆଜି ସକାଳ 7ଟାରୁ ହାଇଦରର 7 ଦିନିଆ ରିମାଣ୍ଡ ଅବଧି ଆରମ୍ଭ ହୋଇଥାନ୍ତା । ହାଇଦରକୁ ପଚରାଉଚରାରୁ ଅନେକ ତଥ୍ୟ ମିଳିବାର ଥିଲା। ପରବର୍ତ୍ତୀ ସମୟରେ ତାକୁ ପୁଣିଥରେ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରାଯିବ ।
ସେହିପରି ଯେଉଁ ପୋଲିସ କର୍ମଚାରୀ ତାଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି ଯଦି ଲକ୍ଷଣ ଦେଖାଯାଏ ଆଇସୋଲେସନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ