ETV Bharat / state

ବିଜୟା ଦଶମୀରେ ମା'ଙ୍କ ପାଖରେ ଲାଗି ହେଲା ଦହି ପଖାଳ ଭୋଗ - କଟକ ଚାଉଳିଆଗଞ୍ଜ ପୂଜା ମଣ୍ଡପ

କଟକ ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ମା'ଙ୍କ ପାଖରେ ଦହି ପଖାଳ ଲାଗି ହୋଇଛି । ଏହା ପରେ ଏହି ଭୋଗକୁ ଭକ୍ତଙ୍କ ମଧ୍ୟରେ ବିତରଣ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ :ସମ୍ବାଦଦାତା, କଟକ
author img

By

Published : Oct 8, 2019, 7:23 PM IST

କଟକ: ଶାନ୍ତି ଭୋଗର ଆଧାର ଦହି ଅନ୍ନ । ମା' ଦୁର୍ଗାଙ୍କୁ ଶାନ୍ତ କରିବା ପାଇଁ ଲାଗି ହୋଇଥାଏ ଏହି ଦହି ପଖାଳ ଭୋଗ । ଶାରଦୀୟ ଦୁର୍ଗା ପୂଜାରେ ଦହି ପଖାଳ ଲାଗିର ରହିଛି ଅନନ୍ୟ ପରମ୍ପରା । ବିଜୟା ଦଶମୀରେ ଦେବୀ ଦୁର୍ଗା ମହିଷାମର୍ଦ୍ଦିନୀ ବେଶ ଧାରଣ କରି ମହିଷାସୁରକୁ ବଧ କରି ଧରାପୃଷ୍ଠରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ଏହି କ୍ରମରେ କଟକ ସହରର ବିଭିନ୍ନ ସ୍ଥାନରେ ମା'ଙ୍କ ପାଖରେ ଦହିପଖାଳ ଲାଗିର ପରମ୍ପରା ରହିଛି । ପରମ୍ପରା ଅନୁଯାୟୀ କଟକ ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ମା'ଙ୍କ ପାଖରେ ଦହି ପଖାଳ ଲାଗି କରାଯାଇଛି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କଟକ

ଏହି ଦହିପଖାଳ ଭୋଗ ମା'ଙ୍କ ପାଖରେ ଲାଗି ହେବା ପରେ ହଜାର ହଜାର ଭକ୍ତଙ୍କୁ ମାଗଣାରେ ବଣ୍ଟାଯାଇଥାଏ । ଏହି ଅବସରରେ କଟକ ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ପାଖାପାଖି 6 ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ଏହି ଦହିପଖାଳ ପ୍ରସ୍ତୁତ ହୋଇଥିଲା । ଏହା ପରେ ଏହି ଭୋଗକୁ ଭକ୍ତଙ୍କ ମଧ୍ୟରେ ମାଗଣାରେ ବଣ୍ଟନ ହୋଇଛି । ମା'ଙ୍କ ପାଖରେ ଲାଗି ହୋଇଥିବା ଏହି ଦହିପଖାଳ ପାଇବାକୁ ହଜାର ହଜାର ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବିଜୟା ଦଶମୀରେ ଦହିପଖାଳ ର ପରମ୍ପରା ରହିଛି।ବିଶ୍ୱାସ ରହିଛି ବିସର୍ଜନ ପୂର୍ବରୁ ମାଙ୍କ ପାଖରେ ଦହି ପଖାଳ ଲାଗି କରାଯାଏ।ଏହି ବିଧି ଅନୁଯାୟୀ କଟକର ବିଭିନ୍ନ ମଣ୍ଡପ ରେ ମାଙ୍କ ନିକଟରେ ଦହି ପଖାଳ କରାଯାଇଛି।ତେବେ କଟକ ଚାଲୁଳିଆଗଞ୍ଜ ପୂଜା ମଣ୍ଡପ ପକ୍ଷରୁ ମାଙ୍କ ଦହିପଖାଳ କରାଯାଇଛି।ଦହିପଖାଳ ଭୋଗ ଲାଗି ହେବା ପରେ ହଜାର ହଜାର ଭକ୍ତ ଙ୍କୁ ଏହି ଦହିପଖାଳ ଭୋଗ ବଣ୍ଟାଯିବାର ପରମ୍ପରା ରହିଛି।ଏହି ପରମ୍ପରା ଅନୁଯାୟୀ କଟକ ଚାଉଳିଆଗଞ୍ଜ ପୂଜା ମଣ୍ଡପ ୬ ହଜାର ରୁ ଉର୍ଧ୍ଵ ଭକ୍ତ ଙ୍କ ପାଇଁ ମାଗଣାରେ ଦହିପଖାଳ ବଣ୍ଟନ କରିଛି।ତେବେ ଦହିପଖାଳ ପାଇବା ପାଇଁ ହଜାର ହଜାର ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା।

ବାଇଟ - ଭିକାରୀ ସାହୁ,କୋଷାଧ୍ୟକ୍ଷ ,ଚଉଳିଆଗଞ୍ଜ ପୂଜା ମଣ୍ଡପ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.