ETV Bharat / state

ଡି ବ୍ରଦର୍ସ ଘନିଷ୍ଠ ସହଯୋଗୀ ଭଜନା ସାହୁର ହୃଦଘାତରେ ମୃତ୍ୟୁ - ଭଜନାର ରାଉରକେଲା ଜେଲରେ ମୃତ୍ୟୁ

କଟକର କୁଖ୍ୟାତ ଅପରାଧୀ ଭଜନାର ହୃଦଘାତରେ ମୃତ୍ୟୁ । ଡି ବ୍ରଦର୍ସ ଗାଙ୍ଗର ପ୍ରମୁଖ ସଦସ୍ୟ ଭଜନା(ସଞ୍ଜୟ ସାହୁ)ର ରାଉରକେଲା ଜେଲରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

D Brothers friend bhajana sahu dies of heart attack in rourkela jail
ଡି ବ୍ରଦର୍ସ ଘନିଷ୍ଠ ସହଯୋଗୀ ଭଜନା ସାହୁର ହୃଦଘାତରେ ମୃତ୍ୟୁ
author img

By

Published : Aug 29, 2022, 4:16 PM IST

କଟକ: କଟକର କୁଖ୍ୟାତ ଅପରାଧୀ ଭଜନାର ହୃଦଘାତରେ ମୃତ୍ୟୁ। ଭଜନା(ସଞ୍ଜୟ ସାହୁ)ର ରାଉରକେଲା ଜେଲରେ ମୃତ୍ୟୁ ଘଟିଛି । ଡି ବ୍ରଦର୍ସ ଗାଙ୍ଗର ପ୍ରମୁଖ ସଦସ୍ୟ ଥିଲା ଭଜନା । ତା ନାଁ ରେ ରହିଥିଲା ହତ୍ୟା, ଦାଦାବଟି ସଂଗ୍ରହ, ଅପହରଣ ଭଳି 20ଟି ସଙ୍ଗୀନ ମାମଲା ।

ଓମ-ଦିପୁ ହତ୍ୟା ମାମଲାରେ ଚାଉଳିଆଗଞ୍ଜ ପୋଲିସ ଭଜନାକୁ ଗିରଫ କରିଥିଲା । ଅନ୍ତରୀଣ ଜାମିନରେ ଆସି ସାକ୍ଷୀମାନଙ୍କୁ ଧମକ ଚମକ ଦେବା ଅଭିଯୋଗରେ ଗିରଫ କରିଥିଲା ପୋଲିସ । ଜଣେ ସାକ୍ଷୀଙ୍କୁ ଧମକ ଚମକ ଦେବା ସହ ବନ୍ଧୁକ ଦେଖାଇ ଧଳ ସାମନ୍ତଙ୍କ ବିରୋଧରେ ସାକ୍ଷୀ ନ ଦେବାକୁ ଧମକ ଦେଇଥିଲା। ଏନେଇ ଚାଉଳିଆଗଞ୍ଜ ଥାନାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ। ତେବେ ପୋଲିସ ଏହାର ତଦନ୍ତ କରି ଭଜନାକୁ ଗିରଫ କରିଥିଲେ । ଏଥିସହ ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରାଯାଇଥିଲା । ଏନେଇ ଭଜନା ଗିରଫ ହୋଇ ଦୀର୍ଘଦିନ ଧରି ଜେଲରେ ଥିଲା । ଏଣୁ ସେହି ମାମଲାରେ ଅଦାଲତରେ ତାର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା । ବହୁ ଚର୍ଚ୍ଚିତ ଖୁଣ୍ଟକଟା ଫାର୍ମ ହାଉସରେ ଦିପୁ ଓ ଓମଙ୍କୁ ପିଟି ପିଟି ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ଝାଡ଼ଖଣ୍ଡରେ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ମଖ୍ୟ ଅଭିଯୁକ୍ତ ଡି ବ୍ରଦର୍ସ ସୁଶାନ୍ତ ଧଳସାମନ୍ତ ଓ ସୁଶିଲ ଧଳସାମନ୍ତ ଗିରଫ ହୋଇଥିଲେ । ସେତେବେଳେ ଡି ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଭାବେ ଭଜନା ଓରଫ ସଞ୍ଜୟ ସାହୁ ଗିରଫ ହୋଇଥିଲା । ପରବର୍ତ୍ତି ସମୟରେ ଜାମୀନରେ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ: ଡି ବ୍ରଦର୍ସ ସହଯୋଗୀ ଭଜନା ଗିରଫ

ସୂଚନା ମୁତାବକ, ଗତ ଫେବୃଆରୀ ୧୯ ତାରିଖ ୨୦୨୧ରେ ଡି ବ୍ରଦର୍ସର ଅନ୍ୟତମ ସହଯୋଗୀ ଭଜନା ଓରଫ ସଞ୍ଜୟ ସାହୁକୁ ଗିରଫ କରିଥିଲା ଚାଉଳିଆଗଞ୍ଜ ଥାନା ପୋଲିସ । ଅନ୍ତରୀଣ ଜାମିନରେ ଥାଇ ସାକ୍ଷୀମାନଙ୍କୁ ଧମକ ଚମକ ଦେବା ଅଭିଯୋଗରେ ପୋଲିସ ଗିରଫ କରିଥିଲା ଭଜନା ସାହୁକୁ । ଗତ ଫେବୃଆରୀ ୧୭ ତାରିଖରେ ଜଣେ ସାକ୍ଷୀଙ୍କୁ ଧମକ ଚମକ ଦେବା ସହ ବନ୍ଧୁକ ଦେଖାଇ ଧଳ ସାମନ୍ତଙ୍କ ବିରୋଧରେ ସାକ୍ଷୀ ନଦେବାକୁ ଧମକ ଦେଇଥିଲା ଭଜନା । ଏନେଇ ଚାଉଳିଆଗଞ୍ଜ ଥାନାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ । ତେବେ ପୋଲିସ ଏହାର ତଦନ୍ତ କରି ଭଜନାକୁ ଗିରଫ କରିଥିଲା । ଏଥିସହ ଭଜନା ନିକଟରୁ ଗୋଟିଏ ନାଇନ ଏମ୍ଏମ୍ ପିସ୍ତଲ ଓ ୪ ରାଉଣ୍ଡ ଗୁଳି ଜବତ ହୋଇଥିଲା । ଭଜନା ଅନ୍ତରୀଣ ଜାମିନରେ ଆସି ଧଳ ସାମନ୍ତ ସଙ୍ଗଠନକୁ ମଜଭୁତ କରିବାକୁ ଯୋଜନା କରୁଥିଲା ବୋଲି ସେତେବେଳେ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.