କଟକ: ପରୀକୁ ନ୍ୟାୟ ଦାବିରେ ବିଜେପିର ଗର୍ଜନ । ନୟାଗଡ ଶିଶୁ ପରୀ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ସିଧାସଳଖ ଟାର୍ଗେଟ କରିଛି ବିଜେପି । ମନ୍ତ୍ରୀଙ୍କ ବହିଷ୍କାର ଦାବି କରି କଟକରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ଜୋରଦାର ବିକ୍ଷୋଭ କରାଯାଇଛି । ଏହାସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଉଚିତ ଦଣ୍ଡ ଦେବାକୁ ଏହି ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର କରିବା ଆବଶ୍ୟକ ବୋଲି ବିଜେପି ଦାବି କରିଛି ।
ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ କଟକରେ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ତୀବ୍ର ବିକ୍ଷୋଭ କରିଛି । ପୋଲିସ ଶିକ୍ଷାମନ୍ତ୍ରୀଙ୍କ ଚାପରେ ଚାପି ହୋଇ ଯାଉଛି । ଶୀଘ୍ର ତାଙ୍କୁ ମନ୍ତ୍ରୀ ପଦରୁ ହଟାଯାଉ ବୋଲି ଦାବି କରିଛି ବିଜେପି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ