କଟକ: ଦୁର୍ଗା ପୂଜା ପୂର୍ବରୁ CMC କମିଶନରଙ୍କ ବଡ଼ ପ୍ରତିଶୃତି (CMC Commissioner reaction on road repair)। ଦୁର୍ଗାପୂଜା ସମୟରେ ଉପୁଜିବନି ରାସ୍ତା ଟେନସନ । ରାଜ୍ୟର ସର୍ବପୁରାତନ ନଗର ହେଉଛି କଟକ । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ହଜାର ହଜାର ଲୋକ ଆସିଥାନ୍ତି । କିନ୍ତୁ ଅସୁରକ୍ଷିତ ହୋଇପଡ଼ିଛି କଟକ ସହରର ରାସ୍ତାଘାଟ । ବର୍ଷ ତମାମ କଟକ ସହରର ମୁଖ୍ୟ ରାସ୍ତାକୁ ନେଇ ସମସ୍ୟା ଲାଗିରହିଥିଲେ ମଧ୍ୟ କୌଣସି ସୁଧାର ଆସୁନି । ବର୍ତ୍ତମାନ ସମୟରେ କଟକ ସହର ର ରାସ୍ତାର ଅବସ୍ଥା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । କିନ୍ତୁ ପୂଜା ପୂର୍ବରୁ ସେ ସବୁକୁ ସମାଧାନ କରାଯିବା ସହ ରାସ୍ତାକୁ ମରାମତି କରିବା ନେଇ ସିଏମସି ପକ୍ଷରୁ ପ୍ରତିଶୃତି(Cuttack road will be repaired forDurga Puja) ।
ହାତରେ ସମୟ ଥାଇ ଯୁଦ୍ଧକାଳୀନ ଭିତ୍ତିରେ କଟକର ପ୍ରମୁଖ ରାସ୍ତା କୁ କରାଯିବ ମରାମତି । ଏନେଇ ସିଏମସିରେ ଯୋଜନା ରହିଛି । କାରଣ ଦୁର୍ଗାପୂଜା ସମୟରେ ରାଜ୍ୟର କୋଣ ଅନୁକୋଣରୁ ଛୁଟି ଆସନ୍ତି ଭକ୍ତ । ତେବେ କଟକରେ ଥିବା ୧୫୦ରୁ ଊର୍ଦ୍ଧ୍ବ ପୂଜା ମଣ୍ଡପରେ ଯେପରି ସୂଚାରୁରୂପେ ପୂଜା ହେବ ଓ ମାଆଙ୍କ ଭସାଣ କାର୍ଯ୍ୟକ୍ରମ ଠିକ୍ ରୂପରେ ସମ୍ପାଦିତ ହେବ ତାହାକୁ ନେଇ କଟକ ମହାନଗର ନିଗମ ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଛି ବୋଲି କହିଛନ୍ତି ମେୟର ସୁବାଷ ସିଂ ।
ଆଜି(ରବିବାର) ବସିଥିବା କଟକ ମହାନଗର ପୂର୍ବାଞ୍ଚଳ ଦୁର୍ଗା ପୂଜା ଶାନ୍ତି କମିଟି ବୈଠକରେ ବିଭିନ୍ନ ପୂଜା କମିଟି ଯୋଗ ଦେଇ ସେମାନଙ୍କ ପକ୍ଷ ରଖିଥିଲେ । 2 ବର୍ଷ ଧରି ପୂଜା ଉପରେ କଟକଣା ଜାରି ରହିଥିବା ବେଳେ ଚଳିତବର୍ଷ ବେଶ୍ ଆଡ଼ମ୍ବର ଭାବରେ ପୂଜା ଆୟୋଜନ କରାଯିବା ଯୋଜନା ରହିଛି । ଏନେଇ ଏବେଠୁ ଅନେକ ପୂଜା କମିଟି ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ତେବେ ପୂଜା ପୁର୍ବରୁ ସହରର ସମସ୍ତ ରାସ୍ତାକୁ ମରାମତି କରାଯାଇ ଚକାଚକ କରାଯିବ ବୋଲି କହିଛନ୍ତି ମେୟର ।
ଇଟିଭି ଭାରତ, କଟକ