ETV Bharat / state

Dussehra 2023: ଦୁର୍ଗାପୂଜା ଓ ଭସାଣି ପାଇଁ ଆରମ୍ଭ ହେଲା ପ୍ରସ୍ତୁତି - ଦୁର୍ଗାପୂଜା 2023 ପାଇଁ ପ୍ରସ୍ତୁତି ବୈଠକ

ଆସୁଛି ପାର୍ବଣ ଋତୁ । କଟକରେ ଦୁର୍ଗାପୂଜା ଓ ଭସାଣି ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଅଧିକ ପଢନ୍ତୁ

Dussehra 2023
Dussehra 2023
author img

By ETV Bharat Odisha Team

Published : Sep 3, 2023, 7:46 PM IST

ଦୁର୍ଗାପୂଜା ଓ ଭସାଣି ପାଇଁ ଆରମ୍ଭ ହେଲା ପ୍ରସ୍ତୁତି

କଟକ: ଆସୁଛି ପାର୍ବଣ ଋତୁ । ପୁଣି ଚଳଚଞ୍ଚଳ ହୋଇଉଠିବ ସିଲଭର ସିଟି କଟକ । ସୁଉଚ୍ଚ ତୋରଣ, ଆକଷର୍ଣୀୟ ମେଢ ଓ ପୂଜା ମଣ୍ଡପରେ ଝଲସି ଉଠିବ ସହର । ତେବେ ଏ ନେଇ ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଦୁର୍ଗାପୂଜା ପୂର୍ବରୁ ଆଜି ବସିଲା କଟକ ପୂର୍ବାଞ୍ଚଳ ଶାନ୍ତି କମିଟିର ଦୁର୍ଗାପୂଜା ଓ ଭସାଣି ଉତ୍ସବର ପ୍ରସ୍ତୁତି ସଭା । ଶାନ୍ତି ଶୃଙ୍ଖଳା ସହ ପୂଜା ସମ୍ପାଦନ କରିବା ପାଇଁ ଆଲୋଚନା କରାଯାଇଛି ।

ବିଶେଷ କରି ପୂଜା ପୂର୍ବରୁ ରାସ୍ତାଘାଟ କିପରି ମରାମତି କରାଯିବ ସେ ଦିଗରେ ଧ୍ୟାନ ଦିଆଯିବ ବୋଲି କହିଲେ କଟକ ମେୟର ସୁବାସ ସିଂ । ଚଳିତ ପାର୍ବଣ ସମୟରେ କୌଣସି ପ୍ରକାରର ଜବରଦସ୍ତ ଚାନ୍ଦା ଆଦାୟ ହେବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଦୁର୍ଗାପୂଜା ପାଇଁ କଟକ ସହର ପୁରା ପ୍ରସ୍ତୁତିରେ ଲାଗି ଯାଇଛି । ଆଉ ମାତ୍ର 15 ଦିନ ପରେ ବିଘ୍ନରାଜ ଗଣେଶଙ୍କ ପୂଜା ଓ ତାହାର ଠିକ 1 ମାସ ପରେ ଜଗତ ଜନନୀ ମା' ଦୁର୍ଗାଙ୍କ ପୂଜା । ଯେହେତୁ କଟକରେ ଦୁର୍ଗାପୂଜାକୁ ବେଶ ଧୁମଧାମରେ ପାଳନ କରାଯାଏ ସେଥିପାଇଁ ଏହାକୁ କିଭଳି ଭାବରେ ସୁରୁଖୁରୁରେ ପାଳନ କରାଯିବ ସେଥିପାଇଁ କଟକ ପୂର୍ବାଞ୍ଚଳ ଶାନ୍ତି କମିଟିର ଦୁର୍ଗାପୂଜା ଓ ଭସାଣି ଉତ୍ସବର ପ୍ରସ୍ତୁତି ସଭାର ଆୟୋଜନ କରାଯାଇଛି ।

ଏହା ବି ପଢନ୍ତୁ- କଟକରେ ଦୁର୍ଗାପୂଜା ପ୍ରସ୍ତୁତି ଜୋରଦାର, ମୁଖ୍ୟ ଆକର୍ଷଣ ହେବ ଅମରନାଥ ଗୁମ୍ପା ତୋରଣ

ଏହି କାର୍ଯ୍ୟକ୍ରମରେ କଟକ ସାଂସଦ, ମେୟର, କଟକର 3ଟି ନିର୍ବାଚନ ମଣ୍ଡଳୀର ବିଧାୟକ, ପୋଲିସ କମିଶନର, କଟକ ଡିସିପି, ଏସିପି, ଥାନା ଅଧିକାରୀ, କର୍ପୋରେଟର ଓ କଟକ ପୂର୍ବାଞ୍ଚଳ ଶାନ୍ତି କମିଟିର ସଦସ୍ୟ ସାହିର ମୁରବୀମାନେ ଉପସ୍ଥିତ ଥିଲେ । ବିଶେଷ କରି ରାସ୍ତାଘାଟ ସମସ୍ୟାକୁ ପୂଜା ପୂର୍ବରୁ କିପରି ସମାଧାନ କରାଯିବ । ସାହି ସାହି ମଧ୍ୟରେ କିଭଳି ଉତ୍ତମ ସମ୍ପର୍କ ରଖାଯାଇ ପୂଜାକୁ ପାଳନ କରାଯିବ ସେସବୁ ଆଲୋଚନା କରାଯାଇଥିବା କଥା କହିଛନ୍ତି ସମ୍ପାଦକ । ଅନ୍ୟପଟେ ପୂଜା ପୂର୍ବରୁ ସବୁ ରାସ୍ତାର ମରାମତି ଓ ଜାଇକା କାର୍ଯ୍ୟ ତୁରନ୍ତ ସରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସବୁବେଳେ ଦାଦାବଟି ଓ ଜବରଦସ୍ତ ଚାନ୍ଦା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଆସୁଥିବା ଭୁବନେଶ୍ଵର କଟକ କମିଶନରେଟ ପୋଲିସ ଚଳିତ ବର୍ଷ ମଧ୍ୟ ପାର୍ବଣରେ ସେହିଭଳି ଆଭିମୁଖ୍ୟ ରଖିବା କଥା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ ଭାଇ ଚାରାର ସହରରେ ଶାନ୍ତି ବଜାୟ ରଖିବା ପାଇଁ ଶାନ୍ତି କମିଟିର ଗୁରୁତ୍ବପୂର୍ଣ୍ଣ ଭୂମିକା ସବୁବେଳେ ରହିଥିବା ବେଳେ ଚଳିତବର୍ଷ ମଧ୍ୟ ତାହା ବଜାୟ ରହିବ ବୋଲି ସମସ୍ତଙ୍କ ଆଶା ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.