ETV Bharat / state

Oil Price Hike: ନିଆଳିରେ ଖାଉଟିଙ୍କୁ ଶୋଷଣ ଅଭିଯୋଗ, କୁମ୍ଭକର୍ଣ୍ଣ ନିଦ୍ରାରେ ଯୋଗାଣ ବିଭାଗ - russia Ukraine war effect

ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହାରି ମଧ୍ୟରେ କଟକ ଜିଲ୍ଲା ନିଆଳିରେ ଖାଉଟିଙ୍କୁ ଶୋଷଣ କରୁଥିବା ବେଳେ ଯୋଗାଣ ବିଭାଗର ଚଢାଉ ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ

Oil Price Hike: ନିଆଳିରେ ଖାଉଟିଙ୍କୁ ଶୋଷଣ ଅଭିଯୋଗ, କୁମ୍ଭକର୍ଣ୍ଣ ନିଦ୍ରାରେ ଯୋଗାଣ ବିଭାଗ

author img

By

Published : Mar 5, 2022, 8:30 PM IST

ନିଆଳି: ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହି ଯୁଦ୍ଧ ଯୋଗୁଁ କେବଳ ବିଶ୍ବର ଅନେକ ସ୍ଥାନରେ ପ୍ରଭାବ ଦେଖିବାକୁ ମିଳିଛି । ଯୁଦ୍ଧ ଯୋଗୁଁ ତୈଳ ଦର ବୃଦ୍ଧି ଘଟିଛି । କଟକ ଜିଲ୍ଲା ନିଆଳି ଅଞ୍ଚଳରେ କଳା ବ୍ୟବସାୟୀ ନିର୍ଦ୍ଧାରିତ ଦର ଠାରୁ ୨୦ରୁ ୨୫ ଟଙ୍କା ଚଢା ଦରରେ ଖାଇବା ତେଲ ବିକ୍ରି ହେଉଥିବାବେଳେ ଯୋଗାଣ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଖାଉଟି ଅଭିଯୋଗ ଆଣିଛନ୍ତି ।

Oil Price Hike: ନିଆଳିରେ ଖାଉଟିଙ୍କୁ ଶୋଷଣ ଅଭିଯୋଗ, କୁମ୍ଭକର୍ଣ୍ଣ ନିଦ୍ରାରେ ଯୋଗାଣ ବିଭାଗ

ଯୁଦ୍ଧ ସମୟରେ ମୁନାଫା କଳା ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି । ବିଶେଷ କରି ବିଭିନ୍ନ ଖାଇବା ତୈଳ ଦର ୫ରୁ ୭ ଟଙ୍କା ବୃଦ୍ଧି ହୋଇଛି ସତ । ମାତ୍ର କଳା ବଜାରୀମାନେ ନିର୍ଦ୍ଦିଷ୍ଟ ଦର ଠାରୁ ୨୦ରୁ ୨୫ ଟଙ୍କା ଚଢା ଦରରେ ଖାଇବା ତେଲ ବିକ୍ରି କରୁଥିବା ଅଭିଯୋଗ ଆସିଛି । ନିଆଳି ସମେତ କଣ୍ଟାପଡ଼ା, ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଓ ବାଲିଅନ୍ତା ସେହିପରି ପୁରୀ ଜିଲ୍ଲାର ଚାରି ଛକ ଅଞ୍ଚଳରେ କିଛି ମୁନାଫା ଖୋର ବ୍ୟବସାୟୀ ଯୁଦ୍ଧର ଆଳ କରି ଖାଉଟିଙ୍କୁ ଲୁଟିବା ଆରମ୍ଭ କରିଛନ୍ତି ।

ଜିଲ୍ଲାର ଯୋଗାଣ ବିଭାଗ ଅଧିକାରୀଙ୍କ ଦେଖାନଥିବା ଏବଂ ଚଢାଉ ହେଉନଥିବାରୁ ଖାଉଟି ଏକ ପ୍ରକାର ଶୋଷଣର ଶିକାର ହେଉଛନ୍ତି । ଏହାକୁ ନେଇ ଖାଉଟିମାନେ ଅସନ୍ତୋଷ ବ୍ୟକ୍ତ କରିଥିବା କହିଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.