ETV Bharat / state

ବସ୍ତି ବାସିନ୍ଦା ସ୍ଥାନାନ୍ତରିତ ନିଷ୍ପତ୍ତିକୁ କଟକ ନାଗରିକ ସୁରକ୍ଷା ମଞ୍ଚର ବିରୋଧ

author img

By

Published : Jan 21, 2021, 10:36 PM IST

Updated : Jan 21, 2021, 10:51 PM IST

କଟକରେ ଷଷ୍ଠ ବାଟାଲିୟନ ପଡିଆରେ ଥିବା ଏକ ହଜାର ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତରିତ କରିବା ନିଷ୍ପତ୍ତିକୁ ଦୃଢ ବିରୋଧ କରିଛି ନାଗରିକ ସୁରକ୍ଷା ମଞ୍ଚ । ଅଧିକ ପଢନ୍ତୁ...

ବସ୍ତି ବାସୀନ୍ଦାକୁ ସ୍ଥାନାନ୍ତରିତ କରିବା ନିଷ୍ପତ୍ତିକୁ ବିରୋଧକଲା କଟକ ନାଗରିକ ସୁରକ୍ଷା ମଞ୍ଚ

କଟକ: ଚଉଳିଆଗଞ୍ଜରେ ବସ୍ତି ଗୃହ ନିର୍ମାଣ ଯୋଜନାକୁ ନିନ୍ଦାକଲା ନାଗରିକ ସୁରକ୍ଷା ମଞ୍ଚ । ଜିଲ୍ଲା ପ୍ରଶାସନର ଏପରି ନିଷ୍ପତ୍ତିକୁ ଖାରଜ କରିବା ସହ ଏହି ପ୍ରସଙ୍ଗକୁ ପୁନଃ ବିଚାର କରିବାକୁ ଦାବି କରିଛି ସଙ୍ଗଠନ । ତେବେ ଏହା ଯଦି କାର୍ଯ୍ୟକାରୀ ହୁଏ ତେବେ କଟକର ଐତିହ ଉପରେ ହେବ କୁଠାର ଘାତ ବୋଲି ସ୍ପଷ୍ଟ କରିଛି ସଙ୍ଗଠନ।

ବସ୍ତି ବାସିନ୍ଦା ସ୍ଥାନାନ୍ତରିତ ନିଷ୍ପତ୍ତିକୁ କଟକ ନାଗରିକ ସୁରକ୍ଷା ମଞ୍ଚର ବିରୋଧ
ସୂଚନା ଅନୁସାରେ ଷଷ୍ଠ ବାଟାଲିୟନ ପଡିଆରେ ଏକ ହଜାରରୁ ଊର୍ଦ୍ଧ୍ବ ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତରିତ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । କିନ୍ତୁ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ଭୁଲ ବୋଲି ଅଭିଯୋଗ କରିଛି ମଞ୍ଚ । ତେବେ ଆଗମୀ ଦିନରେ ଯଦି ସ୍ଥିତି ନବଦଳେ ଏକ ବଡ଼ ଆନ୍ଦୋଳନ ହେବା ବୋଲି ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 21, 2021, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.