ETV Bharat / state

ପତ୍ନୀଙ୍କୁ ହତ୍ୟାକରି ମଇଳା ଟାଙ୍କିରେ ପୋତିଥିବା ପତିକୁ ଆଜୀବନ କାରାଦଣ୍ଡ - କଟକ ଫ୍ରେଣ୍ଡସ କଲୋନୀ

କଟକ ଫ୍ରେଣ୍ଡସ କଲୋନୀର ବହୁ ଚର୍ଚ୍ଚିତ ମର୍ଡର ଘଟଣା । ନିଜ ପତ୍ନୀଙ୍କୁ ମାରି ନିଖୋଜ ହୋଇଯାଇଥିବାର ଅଭିଯୋଗ ଆଣିଥିବା ଦୋଷୀ ରାଧାକାନ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ । ଅଧିକ ପଢନ୍ତୁ...

cuttack murder case
ଦୋଷୀ ରାଧାକାନ୍ତାଙ୍କୁ ଆଜୀବନ କାରାଦଣ୍ଡ
author img

By

Published : Mar 16, 2020, 6:08 PM IST

କଟକ: ସହରର ଫ୍ରେଣ୍ଡସ କଲୋନୀରେ ୨୦୧୪ ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ରାଧାକାନ୍ତ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୋମବାର କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ ରାଧାକାନ୍ତଙ୍କୁ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଏହାସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତାଙ୍କୁ ଏକ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ଦୋଷୀ ରାଧାକାନ୍ତାଙ୍କୁ ଆଜୀବନ କାରାଦଣ୍ଡ

ଏହି ଜୋରିମାନା ଅନାଦେୟ ଅଧିକ ୨ ମାସର ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ୨୦୧୪ ନଭେମ୍ବର ୨୩ରୁ ରାଧାକାନ୍ତ ପ୍ରଧାନଙ୍କ ପତ୍ନୀ ସବିତା ପାତ୍ର କେଉଁଆଡେ ନିଖୋଜ ହୋଇଯାଇଥିବାର ଅଭିଯୋଗ ମଙ୍ଗଳାବାଗ ଥାନାରେ ହୋଇଥିଲା । ସବିତାଙ୍କ ଭାଇ ଅଭିଯୋଗ ଆଣିଥିଲେଯେ, ରାଧାକାନ୍ତ ତାଙ୍କ ଭଉଣୀକୁ ଯୌତୁକ ଜନିତ ନିର୍ଯ୍ୟାତନା ଦେଇଆସୁଛନ୍ତି । ସବିତାଙ୍କ କୌଣସି ଖୋଜ ଖବର ମିଳିନଥିବା ବେଳେ ଡିସେମ୍ବର ୨ରେ ସେହି ଅଞ୍ଚଳରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ମହିଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଧାକାନ୍ତଙ୍କ ମଇଳା ଟାଙ୍କିରୁ ସବିତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ରାଧାକାନ୍ତ ରୋଷେଇ ଘରେ ତଣ୍ଟି ଚିପି ହତ୍ୟା କରିବାପରେ ମୃତଦେହକୁ ମଇଳା ଟାଙ୍କିରେ ପ୍ରମାଣ ନଷ୍ଟ ପାଇଁ ପକାଇ ଦେଇଥିବା ଜଣାପଡିଥିଲା । ଗତ ଶୁକ୍ରବାର ପ୍ରଥମ ଏଡିଜେ ରାଧାକାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଆଜି ଏହି ଦଣ୍ଡ ବିଧାନ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.