ETV Bharat / state

ବଢିଲା ବାତ୍ୟା ଆଶଙ୍କା, ମୁକାବିଲା ପାଇଁ ପ୍ରସ୍ତୁତ ସିଏମସି

ସମ୍ଭାବ୍ୟ ବାତ୍ୟା ସିତ୍ରଙ୍ଗ ନେଇ ବିପଦ ବଢୁଛି । ବାତ୍ୟା ମୁକାବିଲା ପାଇଁ ସିଏମସି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ମେୟର ସୁବାସ ସିଂ । ଅଧିକ ପଢନ୍ତୁ

cmc possible cyclone preparation
ବଢିଲା ବାତ୍ୟା ଆଶଙ୍କା, ମୁକାବିଲା ପାଇଁ ପ୍ରସ୍ତୁତ ସିଏମସି
author img

By

Published : Oct 20, 2022, 12:00 PM IST

କଟକ: ବଢୁଛି ସମ୍ଭାବ୍ୟ ବାତ୍ୟା ସିତ୍ରଙ୍ଗ ବିପଦ । ଏହାର ମୁକାବିଲା ପାଇଁ ସବୁ ବିଭାଗ ପ୍ରସ୍ତୁତି ଜୋରଦାର କରିଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ରହିଛି ସିଏମସି । ସବୁ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ମୁକାବିଲା ପାଇଁ ସବୁ ଦିଗରେ ହାଇ ଆଲର୍ଟ ଜାରି କରାଯାଇଥିବା କହିଛନ୍ତି ସିଏମସି ମେୟର ସୁବାସ ସିଂ ।

ବଢିଲା ବାତ୍ୟା ଆଶଙ୍କା, ମୁକାବିଲା ପାଇଁ ପ୍ରସ୍ତୁତ ସିଏମସି

ବିଶେଷକରି ଯଦି ବାତ୍ୟା ହୁଏ, ତେବେ ସେହି ସମୟରେ କଟକରେ ପ୍ରବଳ ବର୍ଷା କାରଣରୁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବ । ତେବେ ଏହାକୁ ନଜରରେ ରଖି କଟକର ମୁଖ୍ୟ ଜଳ ପ୍ରବାହ ସେଣ୍ଟର ଉପରେ ନଜର ରଖାଯାଇଛି । ଏହାଛଡା ତଳିଆ ଅଞ୍ଚଳ ଯେପରି ଜଳବନ୍ଦୀ ନହେବ ସେଥିପାଇଁ ଭଲବୋ ମଟର ପ୍ରସ୍ତୁତ ରହିଛି । ବର୍ଷା ଆରମ୍ଭ ହେବା ପୂର୍ବରୁ ସବୁ ତଳିଆ ଅଞ୍ଚଳମାନଙ୍କରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଛନ୍ତି ମେୟର । ଏହାସହ ଅଗ୍ନିଶମ ବିଭାଗ , ବିଦ୍ୟୁତ ବିଭାଗ ସହ ମଧ୍ୟ ଯୋଗାଯୋଗ ରହିଛି ।

ମୋଟାମୋଟି ଭବାରେ କହିବାକୁ ଗଲେ ବାତ୍ୟା ପାଇଁ କଟକ ମହାନଗର ନିଗମ ପ୍ରସ୍ତୁତ ରହିଥିବା କହିଛନ୍ତି ମେୟର ସୁବାସ ସିଂ। ବାତ୍ୟା ନେଇ ସରକାରଙ୍କ ପଖରୁ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏଥିରେ ସମସ୍ତ ଗାଇଡଲାଇନକୁ ପାଳନ କରାଯିବ । ବାତ୍ୟା ହେଲେ କଟକରେ ଜଳ ନିଷ୍କାସନ ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ବିଧାୟକ ସୌଭିକ ବିଶ୍ବାଳ ।

ଏହା ବି ପଢନ୍ତୁ...Cyclone Alert: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ପ୍ରକାଶ ଥାଉ କି, ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଫଳରେ ବାତ୍ୟା ବିପଦ ବୃଦ୍ଧିପାଇଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ୨୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୨୩ ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ବାତ୍ୟା ସିତ୍ରଙ୍ଗ ଓଡିଶା ଉପକୂଳ ନିକଟରେ ବାଂଲାଦେଶ ମୁହାଁ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.