ETV Bharat / state

କଦମ ଏ ରସୁଲ ମସଜିଦର ଉନ୍ନୟନ କାର୍ଯ୍ୟର ତଦାରଖ କଲେ ସାଂସଦ

author img

By

Published : Oct 23, 2022, 6:43 PM IST

କଟକର ସର୍ବପୁରାତନକଦମ କଦମ-ଏ-ରସୁଲ ମସଜିଦର ଉନ୍ନତିମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । କଦମ-ଏ-ରସୁଲ ମସଜିଦର ଉନ୍ନତିକରଣ ପାଇଁ ମୁଖ୍ଯମନ୍ତ୍ରୀ ଦୁଇ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

କଦମ ଏ ରସୁଲ ମସଜିଦର ଉନ୍ନୟନ କାର୍ଯ୍ୟର ତଦାରଖ କଲେ ସାଂସଦ
କଦମ ଏ ରସୁଲ ମସଜିଦର ଉନ୍ନୟନ କାର୍ଯ୍ୟର ତଦାରଖ କଲେ ସାଂସଦ

କଟକ : କଟକର ସର୍ବପୁରାତନ କଦମ ଏ ରସୁଲ ମସଜିଦର ଉନ୍ନତିମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଏହି କଦମ ରସୁଲ ମସଜିଦର ଉନ୍ନତିକରଣ ପାଇଁ ମୁଖ୍ଯମନ୍ତ୍ରୀ ଦୁଇ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ତେବେ କିଭଳି ଚାଲିଛି କାର୍ଯ୍ଯ ସେ ନେଇ ଆଜି ସାଂସଦ ଭର୍ତ୍ତୃହରି ମହତାବ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହ ବହୁ ଅଧିକାରୀ ତଦାରଖ କରିଥିଲେ।

ଏଥିସହ ଇଦ୍‌ ଅବସରରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ କମ୍ୟୁନିଟି ହଲ୍‌କୁ ଉଦଘାଟନ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । କଦମ ରସୁଲରେ ୫୦ ପ୍ରତିଶତ କାର୍ଯ୍ଯ ଶେଷ ହୋଇଥିବା ବେଳେ ଆହୁରି କାର୍ଯ୍ଯ ବାକି ରହିଛି । ତେବେ ଏହି କାର୍ଯ୍ଯ ହେବା ଦ୍ବାରା ମସଜିଦକୁ ଆସୁଥିବା ମୁସଲମାନ ଭାଇମାନେ ବହୁତ ଉପକୃତ ହେଉଥିବା ସାଂସଦ କହିଛନ୍ତି ।

ସେହିପରି ଜିଲ୍ଲାପାଳ କହିଛନ୍ତି ଉନ୍ନତିମୂଳକ କାର୍ଯ୍ୟ ଠିକ ରୂପେ ଜାରି ରହିଛି । ନିର୍ଦ୍ଦିଷ୍ଟ ସମୟ ଭିତରେ ସମସ୍ତ କାର୍ଯ୍ଯ ଶେଷ ହେବ । କଦମ ରସୁଲରେ ନୂତନ ଭାବେ ନମାଜ ପଢିବା ପାଇଁ ଘର, ମୁସାଫିରଖାନ୍ନା, ସେଡ୍‌ ଭଳି ନୂତନ କାର୍ଯ୍ଯ କରାଯାଇଛି । ଏଥିସହ ଛାତରୁ ମଧ୍ଯ ପାଣି ଗଳୁଥିଲା । ଏହି ସବୁର ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି । ତେବେ ଏହି କାର୍ଯ୍ଯକୁ ନେଇ ସମସ୍ତେ ବେଶ ଖୁସି ଅଛନ୍ତି ।

ଏ ସମ୍ପର୍କରେ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ''ଏହି ମସଜିଦ ପାଇଁ ଯେଉଁ ଉନ୍ନତିକରଣ କରାଯାଇଛି ତାହା ଦ୍ବାରା କେତେ ଲୋକ ଖୁସି ଅଛନ୍ତି । ତାହାକୁ ଜିଲ୍ଲାପାଳ ଏବଂ ଉପସ୍ଥିତ ଥିବା ଅଧିକାରୀ ନିଜେ ଅନୁଭବ କରନ୍ତୁ । ଯାହାକୁ ଆଜି ଖୋଦ୍‌ ମୁଁ ଅନୁଭବ କରିଛି। ତଥାପି କିଛି ଯୋଜନାରେ ପରିବର୍ତ୍ତନ ହେବା ଆବଶ୍ୟକ। ଏଯାଏଁ ଭଲ କାମ ହୋଇଛି ଏବଂ ଆଉ କିଛି କାମ ବାକି ରହିଛି। ତାହାକୁ ଆମେ ନିର୍ଦ୍ଦିଷ୍ଟ ସମୟ ଭିତରେ କରିବୁ''।

ସେହିପରି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି,'' ସାଂସଦଙ୍କ ସହ ମୁଁ ଆସି କଦମ ରସୁଲର ଯେଉଁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି ତାହାକୁ ଆମେ ଅନୁଧ୍ୟାନ କରିଛୁ । ଖୁବଶୀଘ୍ର ସେହି କାମକୁ ସମାପନ କରିବାକୁ ଆମେ ଚେଷ୍ଟା କରିବୁ । ତେବେ ଏ ପର୍ଯ୍ୟନ୍ତ ଯାହା ହୋଇଛି ବା ତିଆରି ଚାଲିଛି ତାହା ନିହାତି ଆବଶ୍ୟକ ଥିଲା । ଏଠାରେ ନମାଜ ପଢ଼ିବା ପାଇଁ ଆଉ ଏକ ଜାଗା ତିଆରି କରାଯାଇଛି । ଏହାସହ ମୁସାଫିରଖାନ୍ନାର ମଧ୍ୟ କାମ ପ୍ରାୟ ସମାପ୍ତ ହୋଇଛି । ଆଉ ଯାହା ବାକି ରହିଛି ତାକୁ ମଧ୍ୟ ଅତିଶୀଘ୍ର ସମାପନ କରିବୁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.