ETV Bharat / state

ମେଟ୍ରୋ ଗଡ଼ିଲେ କମିବ ଟ୍ରାଫିକ ସମସ୍ୟା: ଭର୍ତ୍ତୃହରି

author img

By

Published : Apr 2, 2023, 6:03 PM IST

Updated : Apr 2, 2023, 7:24 PM IST

ଉତ୍କଳ ଦିବସ ଅବସରରେ ଓଡିଶାରେ ମେଟ୍ରୋ ଟ୍ରେନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମେଟ୍ରୋ ରେଳ ପ୍ରକଳ୍ପ ଏକ ସମୟୋଚିତ ପଦକ୍ଷେପ ବୋଲି କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ଅଧିକ ପଢ଼ନ୍ତୁ

ମେଟ୍ରୋ ଗଡ଼ିଲେ କମିବ ଟ୍ରାଫିକ ସମସ୍ୟା
ମେଟ୍ରୋ ଗଡ଼ିଲେ କମିବ ଟ୍ରାଫିକ ସମସ୍ୟା

ମେଟ୍ରୋ ଗଡ଼ିଲେ କମିବ ଟ୍ରାଫିକ ସମସ୍ୟା

କଟକ: ଖୁବଶୀଘ୍ର ଓଡିଶାରେ ମେଟ୍ରୋ ଟ୍ରେନ ଗଡିବା ନେଇ ଉତ୍କଳ ଦିବସରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଟ୍ବିନ ସିଟିରେ ପ୍ରଥମେ ମେଟ୍ରୋ ଟ୍ରେନ ଗଡିବ । ଭୁବନେଶ୍ବର ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ ଉତ୍କଳ ଦିବସ ଅବସରରେ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ମିଳିଛି । ରାସ୍ତାରେ ଟ୍ରାଫିକ ଭିଡ଼ କମାଇବା ପାଇଁ ମେଟ୍ରୋ ଚଳାଇବାକୁ ସରକାର ଯୋଜନା କରିଛନ୍ତି । ଭୁବନେଶ୍ବର, କଟକ ଓ ପୁରୀକୁ ଏହି ମେଟ୍ରୋ ଟ୍ରେନ ସଂଯୋଗ କରିବ । ତେବେ ମେଟ୍ରୋ ରେଳ ପ୍ରକଳ୍ପ ଏକ ସମୟୋଚିତ ପଦକ୍ଷେପ ବୋଲି କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

ଏକ ସାମ୍ବାଦିକ ସମ୍ମିଳନୀରେ ଭର୍ତ୍ତୃହରି କହିଛନ୍ତି, "ଜାତୀୟ ରାଜପଥରେ ଓ ତ୍ରିଶୁଳିଆ -ନନ୍ଦନକାନନ ରାସ୍ତାରେ ଗମନାଗମନ ବହୁ ମାତ୍ରାରେ ବୃଦ୍ଧି ପାଇଛି । ଫଳରେ ଅଧିକାଂଶ ସମୟରେ ଟ୍ରାଫିକ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଟ୍ରାଫିକ ଭିଡ କମାଇବା ପାଇଁ ଏହି ମେଟ୍ରୋ ରେଳ ପ୍ରକଳ୍ପ ବେଶ୍ ସହାୟକ ହେବ । ଏହି ପ୍ରକଳ୍ପ ପାଇଁ ଅନ୍ତର୍ଜାତୀୟ ୠଣ ପ୍ରଦାନକାରୀ ସଂସ୍ଥା ଓଡିଶାକୁ ଆର୍ଥିକ ସହାୟତା ଦେବ । କେନ୍ଦ୍ର ସରକାର କେବଳ ଅନୁମତି ଦେବେ । ଯେହେତୁ ଏହି ମେଟ୍ରୋ ପ୍ରକଳ୍ପ ଭୂମିଗତ ହେବନାହିଁ, କଂକ୍ରିଟ ପୋଲ କରି ତା ଉପରେ ମେଟ୍ରୋ ଟ୍ରେନ ଯାତାୟାତ କରିବ । ତେଣୁ ଅପେକ୍ଷାକୃତ କମ୍ ସମୟରେ ଏହି ପ୍ରକଳ୍ପ କାମ ସରିବ । ଆଜି ମୋ ବସ୍ ପ୍ରକଳ୍ପ ଯେଭଳି ସଫଳ ହୋଇଛି, ମେଟ୍ରୋ ରେଳ ପ୍ରକଳ୍ପ ମଧ୍ୟ ଅନୁରୂପ ଭାବେ ସଫଳ ହେବ । ମେଟ୍ରୋ ଗଡ଼ିଲେ ଟ୍ରାଫିକ ସମସ୍ୟା କମିବ । କଟକ ଭୁବନେଶ୍ୱରରେ ଦିନକୁ ଦିନ ଲୋକସଂଖ୍ୟା ବଢୁଛି । ସରକାରଙ୍କ ମେଟ୍ରୋ ଯୋଜନା ବେଶ ସ୍ୱାଗତଯୋଗ୍ୟ ପଦକ୍ଷେପ ।" ତେବେ ପୂର୍ବରୁ ସୁବାଷ ପାଣି ମୂଖ୍ୟ ଶାସନ ସଚିବ ଥିବା ସମୟରେ ଜଗତପୁରରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ମଟ୍ରୋ ଟ୍ରେନ ଚଳାଇବା ପାଇଁ ସର୍ଭେ ହୋଇଥିଲା ବୋଲି କହିଛନ୍ତି ଭର୍ତ୍ତୃହରି ।

ସେ ଆହୁରି କହିଛନ୍ତି, "କଟକ ଓ ଭୁବନେଶ୍ୱରରେ ଜନ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ମେଟ୍ରୋ ଟ୍ରେନ ଚାଲିଲେ ଅନେକ ସୁବିଧା ହେବ । ମେଟ୍ରୋ ଦୁଇ ପ୍ରକାରର ରହିଛି । ମାଟି ତଳେ ଏବଂ ଓଭରବ୍ରିଜ ଉପରେ । ତେବେ ତ୍ରିଶୂଳିଆଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଯେଉଁ ମେଟ୍ରୋ ଚାଲିବ ତାହା ମଧ୍ୟ ସୁଚାର ରୂପେ ହେବ ବୋଲି ସ୍ପଷ୍ଟ ହେଉଛି । ଏହା ବ୍ୟତୀତ ଏହି ମେଗା ଯୋଜନାର ନିର୍ମାଣ ପାଇଁ ସମୟ ଲାଗିବ । ସଙ୍ଗେସଙ୍ଗେ ତ ହୋଇଯିବନି ।" ତେଣୁ ଅନ୍ୟ ମେଟ୍ରୋ ସିଟି ପରି ଓଡିଶାରେ କଟକ ଓ ଭୁବନେଶ୍ବର ମଧ୍ୟ ମେଟ୍ରୋସିଟିରେ ପରିଗଣିତ ହେବ ବୋଲି କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ରାଜ୍ୟରେ ଗଡିବ ମେଟ୍ରୋ ଟ୍ରେନ । ଉତ୍କଳ ଦିବସ ଅବସରରେ ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରୁ ଖୋର୍ଦ୍ଧା, ଭୁବନେଶ୍ୱରରୁ ପୁରୀ ଓ ଭୁବନେଶ୍ୱରରୁ କଟକ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ସର୍ଭେ ହୋଇଥିଲା । ଟ୍ବିନ ସିଟିରେ ଏପରି ଯୋଜନା ନିଶ୍ଚୟ ରୂପେ ଫଳପ୍ରଦ ହେବ । କାରଣ ବିଗତ ଦିନରେ ରାଜ୍ୟ ସରକାର ଧୀରେଧୀରେ ସବୁ ଦିଗକୁ ବିକାଶ କରିବାରେ ସଫଳ ହେଉଛନ୍ତି ବୋଲି କହିଛନ୍ତି କଟକ ସାଂସଦ । ଅନ୍ୟପଟେ କଟକ ମେୟର ମଧ୍ୟ ଏଭଳି ଯୋଜନାକୁ ସ୍ୱାଗତ କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Apr 2, 2023, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.