ETV Bharat / state

ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ପ୍ରସଙ୍ଗ, ସରକାରଙ୍କୁ ଜିଲ୍ଲା କଂଗ୍ରେସର ଚେତାବନୀ - ସରକାରଙ୍କୁ କଟକ ଜିଲ୍ଲା କଂଗ୍ରେସର ଚେତାବନୀ

ଶ୍ରୀମନ୍ଦିରରେ ବିଭିନ୍ନ ଅବ୍ୟବସ୍ଥା ପ୍ରସଙ୍ଗ । ତୁଳସୀ ଯାତ୍ରାରେ ସାମିଲ ହେବ କଟକ ନଗର କଂଗ୍ରେସ କମିଟି । ଅଧିକ ପଢନ୍ତୁ

Cuttack district congress Tulasi Yatra
Cuttack district congress Tulasi Yatra
author img

By ETV Bharat Odisha Team

Published : Nov 25, 2023, 9:08 PM IST

କଂଗ୍ରେସର ଚେତାବନୀ

କଟକ: ତୁଳସୀ ଯାତ୍ରାରେ ସାମିଲ ହେବ କଟକ ନଗର କଂଗ୍ରେସ କମିଟି । ଆସନ୍ତା ଡିସେମ୍ବର ୧ ତାରିଖ ସକାଳ ୭ଟା ସମୟରେ ସ୍ଥାନୀୟ ଦୋଳମୁଣ୍ଡାଇ ଛକ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ସଜ ତୁଳସୀ ମାଳ ସଂଗ୍ରହ କରାଯିବ । ଏହାପରେ କଲେଜଛକ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ରଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ବାହାରି ଭୁବନେଶ୍ବର ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ପହଞ୍ଚିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ।

ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଶ୍ରୀଜଗନ୍ନାଥ ମନ୍ଦିରର ଚାରିଦ୍ଵାରକୁ ଅତିଶୀଘ୍ର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ରତ୍ନଭଣ୍ଡାରରେ ଥିବା ରତ୍ନର ଗଣତି ସହ ରତ୍ନଭଣ୍ଡାର ମରାମତି, ବେଦାନ୍ତ ଦ୍ବାରା ଅଧ୍ୟକୃତ କରାଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମିକୁ ଫେରସ୍ତ କରିବା ଆଦି ୬ଟି ଦାବିକୁ ନେଇ ଆସନ୍ତା ଡିସେମ୍ବର ମାସ ୧ ତାରିଖ ଦିନ ପୁରୀ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରାଯିବ । ଏହି ଅବସରରେ ଅନୁରୂପ ଭାବେ କଟକ ନଗର କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ଡିସେମ୍ବର ୧ ତାରିଖ ସକାଳ ୭ଟା ସମୟରେ ସ୍ଥାନୀୟ ଦୋଳମୁଣ୍ଡାଇ ଛକ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ସଜ ତୁଳସୀ ମାଳ ସଂଗ୍ରହ କରାଯିବ ।

ଏହା ବି ପଢନ୍ତୁ- କଂଗ୍ରେସ ଭବନରେ ପହଞ୍ଚିଲା ପ୍ରଥମ ତୁଳସୀ, ଡିସେମ୍ବର ୧ରେ ତୁଳସୀ ଯାତ୍ରା

ଏହାପରେ କଲେଜ ଛକ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ରଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ବାହାରି ଭୁବନେଶ୍ବର ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ପହଞ୍ଚିବ । ଏହା ପରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ପୁରୀ ଅଭିମୁଖେ ବାହାରୁଥିବା ତୁଳସୀ ଯାତ୍ରାରେ ସାମିଲ ହେବ ବୋଲି ସୁରେଶ ମହାପାତ୍ର ସାମ୍ବାଦିକ ସମ୍ମଳିନୀନରେ ସୂଚନା ଦେଇଛନ୍ତି । ପୂର୍ବରୁ ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳଠୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ନିବେଦନ କରିବା ସତ୍ତ୍ବେ ମଧ୍ୟ ଖୋଲୁନାହିଁ ଦୁଆର ।

କାର୍ତ୍ତିକ ମାସରେ ଲୋକମାନେ ୮ ଘଣ୍ଟାରୁ ଅଧିକ ସମୟ ଧରି ଲମ୍ବା ଲାଇନରେ ରହି ଦର୍ଶନ କରୁଛନ୍ତି । କିଛି ଲୋକ ମଧ୍ୟ ଅଚେତ ହୋଇ ମେଡିକାଲକୁ ସ୍ଥାନାନ୍ତରିତ ହେଉଛନ୍ତି । ଏଭଳି ସ୍ଥଳେ କଟକ ସଂସଦ ଭର୍ତ୍ତୃହରି ମହତାବ କହିଥିଲେ, କିଛି ଆନୁସଙ୍ଗିକ କାର୍ଯ୍ୟ ରହି ଯାଇଥିବାରୁ ଚାରି ଦୁଆର ଖୋଲିପାରୁନାହିଁ । କାର୍ତ୍ତିକ ମାସରେ ଯଦି ଚାରି ଦୁଆର ଖୋଲିଥାନ୍ତା, ତାହାଲେ ଭକ୍ତମାନେ ଏଭଳି ଭିଡ଼ର ସମ୍ମୁଖିନ ହୋଇ ନ ଥାନ୍ତେ । ମନ୍ଦିର ପ୍ରଶାସନ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମନ୍ଦିର ନ ଆସିବା କହିବା ଠିକ ନୁହେଁ ବୋଲି କହିଥିଲେ ସାଂସଦ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.