ETV Bharat / state

ବାଲିଯାତ୍ରାରେ ଆଉ ହଜିବେନି ପିଲା, ଏମିତି କରିବାକୁ ପରାମର୍ଶ ଦେଲେ କଟକ ଡିସିପି - କଟକ ପ୍ରସିଦ୍ଧ ବାଲିଯାତ୍ରା ୨୦୨୩

ବାଲିଯାତ୍ରାରେ ଆଉ ହଜିବେନି ପିଲା କି ବୃଦ୍ଧ । ଏମିତି କରିବାକୁ ପରାମର୍ଶ ଦେଲେ କଟକ ଡିସିପି । ଅଧିକ ପଢନ୍ତୁ

Cuttack police arrangements for Baliyatra

author img

By ETV Bharat Odisha Team

Published : Nov 25, 2023, 7:58 PM IST

ବାଲିଯାତ୍ରାରେ ଆଉ ହଜିବେନି ପିଲା, ଏମିତି କରିବାକୁ ପରାମର୍ଶ ଦେଲେ କଟକ ଡିସିପି

କଟକ: ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ଏନେଇ ବାଲିଯାତ୍ରା ପଡିଆରେ ପ୍ରସ୍ତୁତ ଶେଷ ହୋଇଥିବା ବେଳେ ବିଭିନ୍ନ ବ୍ୟବସାୟୀମାନେ ଦୋକାନ ବଜାର ଖୋଲିବା ପାଇଁ ଟେଣ୍ଟ କାର୍ଯ୍ୟ ଜୋରଦାରରେ କରୁଛନ୍ତି । ହାତରେ ଆଉ ମାତ୍ର କମ ସମୟ ଥିବାରୁ ଦିନ ରାତି ଏକ କରି କାମ ଚାଲିଛି । ତେବେ ବାଲିଯାତ୍ରାକୁ ସଫଳ ଭାବରେ ଆୟୋଜନ କରିବାକୁ କଟକ କମିଶନରେଟ ପୋଲିସ ସ୍ବତନ୍ତ୍ର ବ୍ୟବସ୍ଥା କରିଛି । ବିଶେଷ କରି ସୁରକ୍ଷା ପାଇଁ ଅନେକ ଵ୍ୟଵସ୍ଥା ଗ୍ରହଣ କରିଛି ପୋଲିସ ।

ଐତିହାସିକ ବାଲିଯାତ୍ରାକୁ ଜଗିବା ପାଇଁ ପ୍ରାୟ ୬୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯିବ । ୨୬ଟି ଏଡ ପୋଷ୍ଟ ସହ ୫ଟି ୱାଚ ଟାୱାର ରହିବ । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ପରିଚାଳନା, ନିଖୋଜ ଛୋଟ ପିଲାଙ୍କୁ ଉଦ୍ଧାର ଉପରେ ଗୁରୁତ୍ବ ଦେବ କମିଶନରେଟ ପୋଲିସ । ସେହିପରି ବରିଷ୍ଠ ନାଗରିକଙ୍କୁ ସହଯୋଗ ଉପରେ ମଧ୍ୟ ଅଧିକ ଗୁରୁତ୍ବ ଦିଆଯିବ ବୋଲି କଟକ ଡିସିପି କହିଛନ୍ତି । ତେବେ ଅଧିକ ଭିଡ଼ ଦିନଗୁଡ଼ିକରେ ଛୋଟ ଛୁଆ ଓ ବରିଷ୍ଠ ନାଗରିକଙ୍କୁ ନ ଆଣିବା ପାଇଁ କଟକ ଡିସିପି ପରାମର୍ଶ ଦେଇଛନ୍ତି । ଛୋଟ ଛୁଆଙ୍କୁ ବାଲିଯାତ୍ରା ବୁଲାଇ ଆଣିବା ସମୟରେ ସେମାନଙ୍କ ପକେଟରେ ଘର ଲୋକଙ୍କ ମୋବାଇଲ ନମ୍ବର ଲେଖିକି ଦେବା ପାଇଁ କଟକ ଡିସିପି ଅନୁରୋଧ କରିଛନ୍ତି ।

ଏହା ବି ପଢନ୍ତୁ- ଆସନ୍ତା 27ରୁ ରାଜଧାନୀରେ ଜମିବ ବାଲିଯାତ୍ରା, ଶେଷ ହୋଇଛି ପ୍ରସ୍ତୁତି ବୈଠକ

ଫଳରେ ଛୋଟ ପିଲାଙ୍କ ନିଖୋଜ ହେବାର ଚିନ୍ତା ରହିବ ନାହିଁ । କାରଣ ସେମାନଙ୍କ ପକେଟରେ ଥିବା ନମ୍ବର ଦ୍ବାରା ଯୋଗାଯୋଗ କରାଯାଇ ସହଜରେ ଖୋଜା ଯାଇପାରିବ ବୋଲି ଡିସିପି କହିଛନ୍ତି । ତେବେ ଆସନ୍ତା ୨୭ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ । ପୂର୍ବ ନିର୍ଦ୍ଧାରିତ ନିୟମ ମାନି ଟ୍ରାଫିକ କଟକଣା ମାନିବାକୁ ନିବେଦନ କରିଛନ୍ତି ଡିସିପି । ରାଜ୍ୟରେ ପ୍ରସିଦ୍ଧ କଟକ ବାଲିଯାତ୍ରାରେ ପ୍ରବଳ ଭିଡ଼ ଜମିଥାଏ । ଏହାରି ଭିତରେ ଅନେକ ସମୟରେ କୁନି ପିଲା ଓ ବୃଦ୍ଧ ବ୍ୟକ୍ତିମାନେ ହଜିଯାଆନ୍ତି । ସେମାନଙ୍କୁ ଖୋଜିବା ଲାଗି ସ୍ଥାନେ ସ୍ଥାନେ ସୂଚନା କେନ୍ଦ୍ର ରହିଥାଏ । ଏହାପରେ ବି ଆତ୍ମୀୟସ୍ବଜନଙ୍କୁ ଖୋଜିବା ଲାଗି ବହୁ ସମୟ ଲାଗିଥାଏ ।

ଅନ୍ୟପଟେ କଟକର ଐତିହାସିକ ବାଲିଯାତ୍ରା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବେଶ ପ୍ରସିଦ୍ଧି ଲାଭ କରିଛି । ବିଶ୍ବର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳାକୁ ରାଜ୍ୟ ମାନ୍ୟତା ମିଳିସାରିଛି । ଜାତୀୟ ମାନ୍ୟତା ପାଇଁ ୨୦୧୯ ମସିହାରେ ଆବେଦନ କରାଯାଇଥିବା ବେଳେ ଗତ ମାସ ତଥା ୨୦୨୩ ଅକ୍ଟୋବର ୧୭ ତାରିଖରେ କଟକ ମେୟର ସୁବାସ ସିଂଙ୍କ ନେତୃତ୍ବରେ ତିନି ଜଣିଆ ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.