ETV Bharat / state

କାଲି କଟକ ଆସିବେ ମହାମହିମ; ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ରହିବେ ଏସପି ପାହ୍ୟାର ଅଧିକାରୀ, CMC ଫୋକସରେ ଜଳବନ୍ଦୀ ସମସ୍ୟା

author img

By

Published : Jul 25, 2023, 4:14 PM IST

Updated : Jul 25, 2023, 5:32 PM IST

ଆସନ୍ତାକାଲିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୬ ତାରିଖ ଦିନ ତମାମ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ବ୍ଲୁ ବୁକ୍ ଗାଇଡଲାଇନରେ ସୁରକ୍ଷା ବ୍ୟବସ୍ଥା ସହ 55 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ଅଧିକ ପଢ଼ନ୍ତୁ

ଆସନ୍ତାକାଲି କଟକ ଆସିବେ ମହାମହିମ ରାଷ୍ଟ୍ରପତି, ପ୍ରସ୍ତୁତି ଶେଷ

କଟକ ଆସିବେ ମହାମହିମ ରାଷ୍ଟ୍ରପତି, ପ୍ରସ୍ତୁତି ଶେଷ

କଟକ: ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ପହଞ୍ଚିବେ । ନୂଆଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ପରେ ସେଠାରୁ ରାଜଭବନ ଯିବେ । ୨୬ତାରିଖ ଅର୍ଥାତ ଆସନ୍ତାକାଲି ରାଷ୍ଟ୍ରପତି କଟକରେ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ ।

ଏଥିସହ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗଦେବେ । ମହାମହିମଙ୍କ ଗସ୍ତ ନେଇ ସିଏମସି ଠାରୁ ଆରମ୍ଭ କରି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି କଟକର ତମାମ ସ୍ଥାନ ଆଜି ବୁଲି ସମୀକ୍ଷା କରିଛନ୍ତି ମେୟର ଓ କମିଶନର । ଯେପରି ବଡ଼ ବର୍ଷା ହେଲେ କଟକ ଜଳବନ୍ଦୀ ହେବେନି ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ପରିମଳ ଦିଗ ପ୍ରତି ମଧ୍ୟ ଗୁରତ୍ୱ ରହିଛି ।

କଟକ ମେୟର ସୁବାସ ସିଂ କହିଛନ୍ତି, ‘‘ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି । ଜଳବନ୍ଦୀ ସମସ୍ଯକୁ ଦୂର କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକରେ ପୋଲିସ ନରାଜ ନିକଟରେ ହେଲିପ୍ୟାଡ ପ୍ରସ୍ତୁତି ସହ ତାଙ୍କ ପୁରା ଗସ୍ତ ରୁଟ୍ ପାଇଁ ସ୍ଵତନ୍ତ୍ର ଆରେନଜମେଣ୍ଟ ଉପରେ ନଜର ରଖିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ CMC ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।’’

ଅଧିକ ପଢ଼ନ୍ତୁ: ୨୬ରେ କଟକ ଆସୁଛନ୍ତି ରାଷ୍ଟ୍ରପତି, ଏମିତି ରହିବ ସୁରକ୍ଷା ବ୍ୟବସ୍ଥା

ଏହାସହ ମହାମହିମଙ୍କ ଗସ୍ତକୁ ନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ‘‘ବ୍ଲୁ ବୁକ୍ ଗାଇଡଲାଇନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଟକରେ ସୁରକ୍ଷାକୁ ଦୃଷ୍ଟିରେ ରଖି 55ରୁ ଉର୍ଦ୍ଧ୍ବ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ଏସପି ପାହ୍ୟାର ଅଧିକାରୀ ରହିବେ । ଗତକାଲି ପୂର୍ବାହ୍ନରେ କଟକରେ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଫାଇନାଲ ମକ୍‌ଡ୍ରିଲ କରାଯାଇଛି । ଆଜି କଟକ ଇଣ୍ଡୋର ଷ୍ଟାଡିୟମରେ ମକ୍‌ଡ୍ରିଲ କରାଯାଉଛି । ଚଣ୍ଡିମନ୍ଦିର ଆସିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାନକୁ କିଭଳି ଯିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ରୁଟ ଲାଇନ ଠାରୁ ଆରମ୍ଭ କରି ସଭାସ୍ଥଳ ପର୍ଯ୍ୟନ୍ତ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ।’’

ଇଟିଭି ଭାରତ, କଟକ

Last Updated : Jul 25, 2023, 5:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.